ଧାମରାରେ ଏଚପି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

Straight to the Point

ଭଦ୍ରକ: ଧାମରାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପମ୍ପରେ ଠକେଇ ଅଭିଯୋଗ । ପ୍ରାପ୍ତ ଖବରରୁ ଜଣା ଯାଇଛି ଧାମରାରେ ଥିବା ଏହି ଏଚ ପି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନିଜ ବାଇକ କିମ୍ବା କାରରେ ନ ଭରିଲେ ମଧ୍ୟ ଟ୧.୭୨ଙ୍କା ଦେବାକୁ ପଡୁଛି ।ଏଥି ସହ ଏହି ଟାଙ୍କିରେ ପେଟ୍ରୋଲର ସୁଦ୍ଧତା ବିଷୟରେ ଅଭିଯୋଗ ଆଣିଲେ ପମ୍ପର ମାଲିକ ପେଟ୍ରୋଲରେ କିରୋସିନ ଗନ୍ଧ ରହିବ ବୋଲି କହୁଛନ୍ତି । ଆଜି ଏହି ସମସ୍ତ ଅଭିଯୋଗ କୁ ନେଇ ବହୁ ଗ୍ରାହକ ଆସି ପମ୍ପ ସାମନାରେ ବିକ୍ଷୋଭ କରିଥିଲେ । ମାତ୍ର ସମସ୍ତ ଅଭିଯୋଗ ଶୁଣିବା ପରେ ପମ୍ପର ମାଲିକ ନିଜ ତ୍ରୁଟିକୁ ସୁଦ୍ଧାରିବା ପରିବର୍ତେ ଗ୍ରାହକ ମାନଙ୍କୁ ଗାଳି ସହ ଧମକ ଦେବା ନଜରକୁ ଆସିଥିଲା । ଏହି ତ୍ରୁଟି କେତେ ଦିନ ହେବ ବୋଲି ପଚାରିବାରୁ ସେ ଏହି ତ୍ରୁଟି ୧୫ ଦିନ ହେବ ହୋଇଛି । ଏହାର ସୁଦ୍ଧାର ଆଣିବା ପାଇଁ ଆମେ ବାଲେଶ୍ୱର ତେଲ ଡିପୋ ରେ ଅଭିଯୋଗ କରିଥିଲୁ ମାତ୍ର ସେମାନେ ଆଜି ପର୍ଯ୍ୟନ୍ତ ମେକାନିକ ପଠାଇ ନାହାନ୍ତି ଫଳରେ ଆମେ ଏଥି ପାଇଁ ଗ୍ରାହକ ମାନଙ୍କୁ ଠକି ଚାଲିଛୁ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ । ଇତି ମଧ୍ୟରେ ସେ ହଜାର ହଜାର ଗ୍ରାହକଙ୍କୁ ତେଲ ନଦେଇ କେବଳ ନୋଜଲ ପୁରାଇ ଅଧିକ ଟ୧.୭୨ଙ୍କା କାହିଁକି ନେଉଛନ୍ତି ବୋଲି ବାଲେଶ୍ୱର ତେଲ ଡିପୋରେ ଥିବା ଗ୍ରାହକ ଅଧିକାରୀ(ଅଭିଯୋଗ) ମନୋଜ ମଣ୍ଡଳଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଅଭିଯୋଗ ହୋଇଛି ଆମ୍ଭେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କମ୍ପାନୀ ତରଫରୁ ପ୍ରେଟ୍ରୋଲ ବିକ୍ରି ବନ୍ଦ କରିବାକୁ କହିଛୁ ମାତ୍ର ସେ ସବୁ ଜାଣିଶୁଣି ଭୁଲ କରୁଛନ୍ତି ଏବଂ ପେଟ୍ରୋଳରେ ସୁଦ୍ଧତା ରଖିବା ଜରୁରୀ ଏବଂ ଗ୍ରାହକଙ୍କୁ ଯେ କୌଣସି ମୂହୁର୍ତରେ ପେଟ୍ରୋଲର ସୁଦ୍ଧତା ପାଇଂ ତାଙ୍କ ଆଗରେ ଏହାର ମାନ ପରୀକ୍ଷା କରିବା ଜରୁରୀ ମାତ୍ର ସଂପୃକ୍ତ ଏଚ ପି ମାଲିକ ଏହା କରୁ ନାହାନ୍ତି । ଆଗାମୀ ଦିନରେ ଏହାର ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ ପଦକ୍ଷପ ନିଆଯିବ ବୋଲି କହିଥିଲେ । ମାତ୍ର କମ୍ପାନୀ କର୍ତୁପକ୍ଷ ପାଗ ଭିଡୁଥିବା ବେଳେ ଏହି ପେଟ୍ରୋଲ ପମ୍ପର ମାଲିକ ବହୁ ଗ୍ରାହକଙ୍କୁ ଶୋଷଣ କରି ଚାଲିଛି ଏହା କେବଳ ଟଙ୍କା ଆକାରରେ ନୁହେଁ ବରଂ ପେଟ୍ରୋଲରେ କିରୋସିନ ମିଶାଇ ।

Leave a Reply

Your email address will not be published. Required fields are marked *