ଜିଲାରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା; ଖରିଫ ଧାନ ଚାଷ ବିଳମ୍ବିତ

Straight to the Point

ଭଦ୍ରକ: ଚଳିତବର୍ଷ ଭଦ୍ରକ ଜିଲାରେ ସ୍ୱାଭାବିକ୍ ଠାରୁ କମ୍ ବୃଷ୍ଟିପାତ ଅନୁଭୂତ ହେବା କଥା ତାହା ହୋଇନାହିଁ । ଫଳରେ ଚଳିତବର୍ଷ ଜିଲାରେ ଯେତିକି ଜମିରେ ଖରିଫ ଧାନଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା, ତାହାର ୮୫ ପ୍ରତିଶତ ଜମିରେ କୃଷିକାର୍ଯ୍ୟ ସମ୍ଭବ ହୋଇନାହିଁ । ଯାହାକୁ ନେଇ ଜିଲା କୃଷିବିଭାଗ ଚିନ୍ତା ପ୍ରକଟ କରିଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକତା ଠାରୁ ପ୍ରାୟ ୧୦୨ ମିଲିମିଟର କମ୍ ବୃଷ୍ଟିପାତ ଅନୁଭୂତ ହୋଇଛି । ଗତବର୍ଷ ଜୁନ୍ ମାସରେ ସର୍ବାଧିକ ୨୨୭.୮ ମିମି ବୃଷ୍ଟିପାତ ଅନୁଭୂତ ହୋଇଥିବାବେଳେ ଚଳିତବର୍ଷ ୧୫୦.୭୩ ମିମି ବୃଷ୍ଟିପାତ ଅନୁଭୂତ ହୋଇଛି । ସେହିଭଳି ଗତବର୍ଷ ଜୁଲାଇ ମାସରେ ସର୍ବାଧିକ ୩୨୩.୨୬ ମିମି ବୃଷ୍ଟିପାତ ଅନୁଭୂତ ହୋଇଥିବାବେଳେ ଚଳିତବର୍ଷ ଜୁଲାଇ ୧୨ ତାରିଖ ସୁଦ୍ଧା ଜିଲାରେ ମାତ୍ର ୧୪୨.୫୦ ମିମି ବୃଷ୍ଟିପାତ ଅନୁଭୂତ ହୋଇଛି । ଏହି ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲାରେ ସ୍ୱାଭାବିକ ବୃଷ୍ଟିପାତ ୪୨୧.୧୩ ରହିଥିବାବେଳେ ଅନୁଭୂତ ହୋଇଛି । ମାତ୍ର ୩୧୮.୬୫ ମିମି ବୃଷ୍ଟିପାତ । ଖରିଫ ଧାନ ବେଉଷଣ ସମୟରେ ଏହି ଧରଣର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲାରେ କୃଷିକାର୍ଯ୍ୟ ଆଶାନୁରୂପ ଅଗ୍ରଗତି କରିପାରିନାହିଁ ।

ବର୍ତ୍ତମାନ ସୁଦ୍ଧା ଜିଲାରେ ପ୍ରାୟ ୪୦ ଭାଗ ଅର୍ଥାତ୍ ପ୍ରାୟ ୬୫ ହଜାର ହେକ୍ଟର ଜମିରେ କୃଷିକାର୍ଯ୍ୟ ସରିବା କଥା ହେଲେ ବିଳମ୍ବିତ ମୌସୁମୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ମାତ୍ର ୨୬ ହଜାର ହେକ୍ଟର ଜମିରେ ବୁଣା ଏବଂ ତଳିପକା କାମ ସମ୍ଭବ ହୋଇଛି । ଏହି ସୂଚନା ଅନୁଯାୟୀ ତିହିଡି ବ୍ଲକ୍ରେ ସର୍ବାଧିକ ୫ ହଜାର ୭୧୦ ହେକ୍ଟର ଜମିରେ କୃଷିକାର୍ଯ୍ୟ ହୋଇଥିବାବେଳେ ଏହା ପଛକୁ ଧାମନଗର ବ୍ଲକ୍ରେ ୪୯୯୪ ହେକ୍ଟର, ଭଦ୍ରକ ବ୍ଲକ୍ରେ ୪ ହଜାର ୯୩୦ ହେକ୍ଟର, ବାସୁଦେବପୁର ବ୍ଲକ୍ରେ ୩ ହଜାର ୫ ଶହ ହେକ୍ଟର, ଚାନ୍ଦବାଲି ବ୍ଲକ୍ରେ ୩ ହଜାର ୨୬୩ ହେକ୍ଟର, ଭଣ୍ଡାରିପୋଖରୀ ବ୍ଲକ୍ରେ ୨ ହଜାର ୨୫୯ ହେକ୍ଟର ଏବଂ ବନ୍ତ ବ୍ଲକ୍ରେ ୨ ହଜାର ୮୫ ହେକ୍ଟର ଜମିରେ କୃଷିକାର୍ଯ୍ୟ ସମ୍ଭବ ହୋଇଛି । ତେଣେ ପାଣିପାଗ ବିଭାଗ ସୂଚନାକୁ ଆଧାର କରି କୃଷି ବିଭାଗ ବର୍ଷାକୁ ଅପେକ୍ଷା କରି ରହିଥିବା ହେତୁ ପରିସ୍ଥିତିର ମୁକାବିଲା କରିବାକୁ କେନାଲ ଜଳ ଯୋଗାଣକୁ ଅନୁମୋଦନ କରୁନାହାଁନ୍ତି । ଫଳରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଥାଇ ମଧ୍ୟ ଜିଲାରେ ପଡିଆ ପଡିଛି ଲକ୍ଷାଧିକ ହେକ୍ଟର ଚାଷ ଜମି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଭଦ୍ରକ ଜିଲାରେ ୧ ଲକ୍ଷ ୬୧ ହଜାର ୫ ଶହ ହେକ୍ଟର ଜମିରେ ଖରିଫ ଧାନ ଚାଷ କରିବାକୁ ଲକ୍ଷ ଧାର୍ଯ୍ୟ ରଖାଯାଇଛି ।

error: Thank You Keep Visiting