ରାସ୍ତା କଡ଼ରୁ ନବଜାତ ଶିଶୁ ଉଦ୍ଧାର

An Independent Media

ବୌଦ୍ଧ: ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକ-ଫୁଲବାଣୀ ପୂର୍ତବିଭାଗ ରାସ୍ତାର ଡିଗସିରା ନିକଟସ୍ଥ ରାସ୍ତାକଡ ବୁଦାମୂଳରୁ ଶନିବାର ବିଳମ୍ବିତ ରାତ୍ରୀରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହେବା ଘଟଣା ଏହି ଅଂଚଳରେ ମୂଖ୍ୟ ଚର୍ଚାର ବିଷୟ ହୋଇଛି । ସୂଚନାମତେ ଗତକାଲି ବିଳମ୍ବିତ ରାତ୍ରୀରେ ଏହି ଥାନା ଅର୍ନ୍ତଗତ ଲୁଣିବାହାଲ ପଂଚାୟତର ତାଳପଦର ଗ୍ରାମର ରୋହିତ ପ୍ରଧାନ ଫୁଲବାଣୀରୁ ବ୍ୟବସାୟ ସାରି ନିଜ ଲୁନାଗାଡିରେ ଘରକୁ ଫେରୁଥିଲେ ।ଏହି ସମୟରେ ଡିଗସିରା ନିକଟସ୍ଥ ରାସ୍ତାକଡ ବୁଦାମୂଳରୁ ଏକ ଶିଶୁକାନ୍ଦୁଥିବା ଶୁଣି ଅଟକିଥିଲେ ।ସେଠାରୁ ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରି ରାତି ପ୍ରାୟ ୧୨ଟାରେ ପୁରୁଣାକଟକ ମେଡିକାଲରେ ପଂହଚାଇଥିଲେ ।ପୁରୁଣାକଟକ ମେଡିକାଲ ଡାକ୍ତର ରବିନାରାୟଣ ପରମାଣିକ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପରଖିବା ସହିତ ଘଟଣା ସଂର୍ପକରେ ପୁରୁଣାକଟକ ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀଙ୍କୁ ସୂଚନା ଦେଇଥିଲେ ।ରାତିସାରା ଶିଶୁଟି ମେଡିକାଲରେ ରହିଥିଲା ।

ଏ ସଂର୍ପକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୌଦ୍ଧଙ୍କୁ ସୂଚନା ଦିଆଯାଇଥିଲା ।ରବିବାର ସକାଳୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପୁରୁଣାକଟକ ମେଡିକାଲରେ ପଂହଚି ଘଟଣାର ଅନୁଧ୍ୟାନ କରିବା ସହିତ ଶିଶୁଟିକୁ ବୌଦ୍ଧ ନେଇଥିବା ଜଣାପଡିଛି ।ଶିଶୁପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ ଓଜନ ୨ କେଜି୩ଶହଗ୍ରାମ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ମେଡିକାଲ ଆସିବା ସମୟରେ ନବଜନ୍ମିତ ଶିଶୁର ନାଭି ଲାଗିଥିବା ଡାକ୍ତର କହିଛନ୍ତି । ସୂଚନା ଥାଉକି ଗତ କିଛିଦିନ ତଳେ ଏହି ଥାନା ଅର୍ନ୍ତଗତ ମାଧପୁର ନିକଟସ୍ଥ ଯୋଗୀପଥର ନିକଟସ୍ଥ ଜାତୀୟ ରାଜପଥ କଡରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା । ଗତ ୩ ଜାନୁୟାରୀରେ ଉକ୍ତ ଜାତୀୟରାଜପଥର ଲୁଣିବାହାଲ ନିକଟସ୍ଥ ବିଲେଇଘାଇ ପୋଲତଳୁ ମଧ୍ୟ ଆଉ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିଲା ।

error: Thank You Keep Visiting