ବିପଦ ସଂକୁଳ ସାନ ବନସ୍ତା କେନାଲ ପୋଲ

An Independent Media

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ସାନ ବନସ୍ତା କେନାଲ ପୋଲର ସୁରକ୍ଷା ପ୍ରାଚିର ଅନେକ ଦିନ ହେବ ଭାଙ୍ଗିଯାଇଥିବାରୁ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ମୋଟର ସାଇକେଲ ଓ ସାଇକେଲରେ ଯାଉଥିବା ଲୋକମାନେ ଅନେକ ସମୟରେ ସୁରକ୍ଷା ପ୍ରାଚିରନଥିବାରୁ କେନାଲ ମଧ୍ୟକୁ ପଡ଼ିଯାଇ ଆହତ ହେଉଛନ୍ତି । ଏହାଛଡ଼ା କେନାଲ ବନ୍ଧର ସ୍ଥାୟୀ ମରାମତି ହେଉନଥିବାରୁ ବର୍ଷା ଦିନେ ଲୋକ ମାନେ ମୁଖ୍ୟ ରାସ୍ତାକୁ ଆସିବା ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ପ୍ରତ୍ୟେକ ବର୍ଷ କେନାଲ ବନ୍ଧରେ ବିଭାଗ କେବଳ କିଛି ମହୋରମ ପକାଇଦେଇ କାମ ସାରିଦେଉଥିବା ବେଳେ ଅବସ୍ଥା ଯଥା ପୂର୍ବଂ ତଥା ପରଂଭଳି ହେଇଯାଉଛି । ସମସ୍ୟା ସଂପର୍କରେ ପଂଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ଶାଳପଡ଼ା ଜଳ ସଂପଦ ବିଭାଗ ନିକଟରେ ଦାବୀ ଉପସ୍ଥାପନା କରୁଥିଲେ ସୁଦ୍ଧା ଦାଇତ୍ୱର ଥିବା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏନେଇ କେନାଲ ତତ୍ୱାବଧାରକ ଥିବା ଶାଳନିଆ ଜଳସେଚନ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହନ୍ତି କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ପୋଲ ସୁରକ୍ଷା ପ୍ରାଚିର ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିସାରିବା ପରେ ଯଥାଶିଘ୍ର କାମ ଆରମ୍ଭ ହେବ । ସ୍ଥାୟୀ କେନାଲ ବନ୍ଧ ମରାମତି ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯଥାଶିଘ୍ର କାମ ହେବ ବୋଲି ସୂଚନା ଦେଇଥିଲେ ।

error: Thank You Keep Visiting