କୁସୁମ ଟିଭିର ଦୀପକ କୁମାରଙ୍କୁ ଭଦ୍ରକରେ ସମ୍ବର୍ଦ୍ଧନା

An Independent Media

ଭଦ୍ରକ: ସ୍ମାର୍ଟ ଓଡ଼ିଶା ପକ୍ଷରୁ ସମ୍ମାନିତ ହୋଇଥିବା କୁସୁମ ଟିଭିର ଦୀପକ କୁମାରଙ୍କୁ ଆଜି ଭଦ୍ରକରେ ସମ୍ବର୍ଦ୍ଧିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକର କୁସୁମ ଟିଭିର କାର୍ଯ୍ୟରତ ଦୀପକ କୁମାରଙ୍କୁ ତାଙ୍କର ଚଳଚ୍ଚିତ୍ର କାହାଣୀ, ଲେଖା ଓ ସଫଳ ନିର୍ଦ୍ଦେଶନା ଲାଗି ତାଙ୍କୁ ସ୍ମାର୍ଟ ଓଡ଼ିଶା ତରଫରୁ ‘ଉତ୍କଳଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନକୁ ସମ୍ମାନ ଜଣାଇ ତାଙ୍କୁ ସ୍ମାର୍ଟ ଓଡ଼ିଶାର ବରିଷ୍ଠ ସଂପାଦକ କୁନଚରଣ ପରିଡା, ନାଟ୍ୟକାର, ଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ଅଟଳ ବିହାରୀ ନାୟକ, ବରିଷ୍ଠ କବି, ଲେଖିକା ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର, ବରିଷ୍ଠ କଳାକାର, ନାଟ୍ୟ ନିର୍ଦ୍ଦେଶକ ନରେନ୍ଦ୍ର ପରିଡା, ବରିଷ୍ଠ ସମାଜ ସେବିକା ତଥା କୁସୁମ ଟିଭିର ଅଧ୍ୟକ୍ଷା କୁସୁମ ମଂଜରୀ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ ଗୟାଧର ସେଠୀ, ସଂଜୟ, ବିଭୁ, ନିର୍ମଳ ପରିଡା, କାର୍ତ୍ତିକ ନାୟକ, ସୁମତି ପଣ୍ଡା, ମଳୟ, ପପୁନ, ସନ୍ତୋଷ କର, ଚନ୍ଦ୍ରଶେଖର, ରଣଜିତ୍ ଓ ରଶ୍ମିତା ପ୍ରମୁଖ ବହୁ କଳାକାର ଉପସ୍ଥିତ ଥିଲେ ।

error: Thank You Keep Visiting