ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା

An Independent Media

ଜଗତସିଂହପୁର: ଜଗତସିଂହପୁର ଗୋପାଳସାଗର (ମାର୍କଣ୍ଡପୁର)ଠାରେ ଅବସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇମନ୍ଦିର ନିକଟରୁ ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ପାଲିଙ୍କି ଗୋପାଳସାଗର ମନ୍ଦିର ନିକଟରୁ ବାଜାବାଣ ରୋଷଣୀ କରି ବିରାଟ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ସହର ପରିକ୍ରମା କରିଥିଲା । ଏହି ଚଭାଡି ଶୋଭାଯାତ୍ରାରେ ଶହଶହ ସାଇ ଶ୍ରଦ୍ଧାଳୁ ଯୋଗଦେଇ ସାଇବାବାଙ୍କ ପାଲିଙ୍କି ସହିତ ସହର ପରିକ୍ରମା କରିଥିଲେ । ଏହି ଅବସରରେ ଆଜି ଏକଦିବସୀୟ ଶ୍ରୀ ସାଇନାଥ ସତ୍ ଚରିତ ପାରାୟଣ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଇଭଜନ ସନ୍ଧ୍ୟା କଣ୍ଠଶିଳ୍ପୀ ସୁବାସ ଦାସ ଓ ସାଥି କଟକ ଦ୍ୱାରା ପରିବେଷଣ କରାଯାଇଥିଲା ।

error: Thank You Keep Visiting