ରଘୁନାଥପୁର ଅଂଚଳରେ ୧୭ ଘଂଟା ବିଦ୍ୟୁତକାଟ:ଜନ ଜୀବନ ଅସ୍ତବ୍ୟସ୍ତ…

An Independent Media

ଜଗତସିଂହପୁର: ରଘୁନାଥପୁର ଅଂଚଳରେ ୧୭ଘଂଟା ଧରି ବିଦ୍ୟୁତକାଟ୍ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରକାଶ ଥାଉକି, ଗତକାଲି ଅପରାହ୍ନ ୪ଟାରୁ ବିଦ୍ୟୁତକାଟ କରାଯାଇ ରାତି ୨ଟାରେ ବିଦ୍ୟୁତ ଲାଇନ ଦିଆଯାଇଥିଲା । ସେହିପରି ଆଜି ସକାଳୁ ସଂଧ୍ୟା ୬ଟା ଭିତରେ ପ୍ରାୟ ୬ଘଂଟାରୁ ଉଦ୍ଧ୍ୱର୍ ସମୟ ୪୦ଥର ବିଦ୍ୟୁତକାଟ କରାଯାଇଅଛି । ଯାହାଫଳରେ କଟକ ଗତିରାଉତ ପାଟଣାରୁ ଆରମ୍ଭ କରି ରଘୁନାଥପୁର ବ୍ଲକ,ବିରିଡି ବ୍ଲକ, ତିର୍ତୋଲ ବ୍ଲକ, କିଶନନଗର ତହସିଲ, କନ୍ଦରପୁର ଥାନା ଅଂଚଳ ସମୁଦାୟ ୩ଶହରୁ ଉଦ୍ଧ୍ୱର୍ ଗ୍ରାମ ୧୭ଘଂଟା ଅନ୍ଧକାରରେ ରହିଅଛି । ଏଠାରେ ସୂଚନାଯୋଗ୍ୟ ଓଡିଶାର ଅନ୍ୟ ଅଂଚଳ ଅପେକ୍ଷା ରଘୁନାଥପୁର,ବିରିଡି, କିଶନନଗର, କନ୍ଦରପୁର ଅଂଚଳରେ ସର୍ବାଧିକ ବିଦ୍ୟୁତକାଟ କରାଯାଉଅଛି ।

କିଛି ଦିନ ଧର ରଘୁନାଥପୁର ଅଂଚଳରେ ଦିନକୁ ୪୦-୫୦ ଥର ବିଦ୍ୟୁତ୍ କାଟ ହେବା ଫଳରେ ଜନ ସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ରୈାଦ୍ର ତାପ ଓ ଗୁଳୁଗୁଳିରେ ଲୋକମାନେ ବିଦ୍ୟୁତବିନା ତ୍ରାହିତ୍ରାହି ଡାକୁଛନ୍ତି । କାରଣ ପ୍ରତି ୨୦ ମିନିଟରେ ୨ ଥର ବିଦ୍ୟୁତ୍ କାଟ ହେଉଛି । ପ୍ରକାଶ ଥାଉକି, ରାଜ୍ୟରେ ବିଦ୍ୟୁତ୍ କାଟ ହେବ ନାହିଁ ବୋଲି ସରକାର ଘୋଷଣା କରିଥିିଲେ ମଧ୍ୟ ରଘୁନାଥପୁର ଅଂଚଳରେ ସରକାରଙ୍କର ଏହି ଘୋଷଣାକୁ ସେସୁ ଓ ଏନ୍ଜେନ୍ ଅଧିକାରୀ ବେଖାତିର କରି ଦିନକୁ ୪୦-୫୦ଥର ବିଦ୍ୟୁତ୍ କାଟ କରୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ରଘୁନାଥପୁର ଗତ ୧୯୬୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରେନ୍ ମିତ୍ରଙ୍କ ନିର୍ଦ୍ଦେଶରେ ବିଦ୍ୟୁତ୍ ଲାଇନ୍ ଆସିଥିଲା । ଏହି ୩୩ କେଭି ବିଦ୍ୟୁତ୍ ଲାଇନ୍ଟି କଟକ ପୋପରଡା ଠାରୁ ଉକ୍ତ ବିଦ୍ୟୁତ୍ ଲାଇନ୍ ରଘୁନାଥପୁରକୁ ଆସିଅଛି । ୧୯୬୦ ମସିହାରେ ପକାଯାଇଥିବା ଖୁଣ୍ଟ, ଆଲ୍ୁମିନିୟମ ତାର, ଶଙ୍ଖ ଗୁଡିକ ଏପର୍ଯ୍ୟନ୍ତପରିବର୍ତ୍ତନ କରାଯାଇନାହିଁ ।

ଯାହାଫଳରେ ଦୀର୍ଘ ୩୦ କି.ମି. ଦୂରରୁ ଆସିଥିବା ଏହି ବିଦ୍ୟୁତ୍ ଲାଇନ୍ ତାର ବାରମ୍ବାର ବିଭିନ୍ନ ସ୍ଥାନରେ ଛିଣ୍ଡି ପଡୁଛି । ପ୍ରତିଦିନ କଟକ ପୋପରଡା ଠାରୁ ରଘୁନାଥପୁର ମଧ୍ୟରେ ବିଦ୍ୟୁତ୍ ଖୁଣ୍ଟରେ ଥିବା ପୁରୁଣା ଶଙ୍ଖ ଗୁଡିକ କେଉଁଠି ନା କେଉଁଠି ଫାଟି ଯାଉଛି । ତାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଖୋଜିବାକୁ ୧୨-୧୫ ଘଣ୍ଟା ସମୟ ଲାଗି ଯାଉଛି । ଏହି ୧୨ଘଂଟା ସମୟ ରଘୁନାଥପୁର,କିଶନନଗର,ବିରିଡି,କନ୍ଦରପୁର ଅଂଚଳ ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଅଛି । ପୋପରଡାରୁ କନ୍ଦରପୁର ମଧ୍ୟରେ ବାରମ୍ବାର ବିଦ୍ୟୁତ୍ ଖରାପ ରହୁଛି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ ସବୁବେଳେ ଗୋଟିଏ ଉତ୍ତର ଉପରୁ ଲାଇନ ଯାଇଛି ।

ଏହି ସବୁ କୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଆଜକୁ ୬୦ ବର୍ଷ ଧରି ଲଗାଯାଇଥିବା ତାର ଶଙ୍ଖ ତୁରନ୍ତ ପରିବର୍ତ୍ତନ କରିବା ସହିତ ରଘୁନାଥପୁର ଠାରେ ଏକ ଗ୍ରିଡ ସ୍ଥାପନ କରିବାକୁ ଏ ଅଂଚଳର ହଜାର ହଜାର ଜନସାଧାରଣ ଦାବୀ କରିଛନ୍ତି । ନଚେତ୍ ଏ ଅଂଚଳର ଜନସାଧାରଣ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।ଅନ୍ୟପକ୍ଷରେ ରଘୁନାଥପୁର ସେସୁ କାର୍ଯ୍ୟାଳୟରେ ଯନ୍ତ୍ରୀ ଓ କର୍ମଚାରୀମାନେ ବହୁ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ଆସିବା ଫଳରେ ରଘୁନାଥପୁର ଅଂଚଳରେ ବିଦ୍ୟୁତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପୁରାତନ ଅଧିକାରୀ ଓ କର୍ମଚାରୀମାନଙ୍କୁ ବଦଳି କରିବାପାଇଁ ଏଅଂଚଳର ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।

error: Thank You Keep Visiting