ବିରୋଳି ଠାରେ ଜିଲ୍ଲା ତଥ୍ୟ ସଂଗ୍ରହ କମିଟି

An Independent Media

ଧାମରା: ଗ୍ରାମାଂଚଳ ମାନଙ୍କରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସହାୟତା ବାବଦରେ ତଦାରଖ କରିବା ପାଇଁ ଜିଲ୍ଲା ସ୍ତରରେ ଗଠନ କରାଯାଇଥିବା ଡ଼ଷ୍ଟ କମିଟି ଆଜି ଭଣ୍ଡାରିପୋଖରୀ ବ୍ଲକ ଷୋଳମମପୁର ପଂଚାୟତ ବିରୋଳୀ ଗ୍ରାମକୁ ପରିଦର୍ଶନରେ ଆସିଥିଲେ । ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗମନା ଗମନ, ଶିକ୍ଷା ବ୍ୟବସ୍ଥା, ଅଙ୍ଗନୱାଡ଼ି ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ବିଦ୍ୟୁତ୍ ବ୍ୟବସ୍ଥା, କୃଷିକ୍ଷେତ୍ର ବ୍ୟବସ୍ଥା ସଂପର୍କରେ କମିଟି ସଦସ୍ୟ ମାନେ ଅନୁଧ୍ୟାନ କରିଥିଲେ ।

ଏହାଛଡ଼ା ଭତା ଓ ପକ୍କାଘର ନିର୍ମାଣ କାରି ହିତାଧିକାରୀ ମାନଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଅଧିକାରୀ ମାନେ ଆଲୋଚନା କରିଥିଲେ । ଉକ୍ତ କମିଟିରେ ଜିଲ୍ଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀ, ଏପିଡ଼ି ରୁପାଲି ମିଶ୍ର, ବ୍ଲକ ଯୋଗାଣ ନିରିକ୍ଷକ ରେବତୀସ ସିଂ ନାୟକ ପ୍ରମୁଖ ସାମିଲ ଥିଲେ । ପ୍ରାକ୍ତନ ପଂଚାୟତ ସମିତି ସଦସ୍ୟ ବିଦ୍ୟାଧର ଜେନାଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ କମିଟି ଅଧିକାରୀ ମାନଙ୍କୁ ଅବଗତ କରିଥିଲେ ।

error: Thank You Keep Visiting