ଅସମ୍ପୂର୍ଣ୍ଣ କଲର୍ଭଟ ଯୋଗୁ ବିପଦରେ ପଥଚାରୀ

An Independent Media

ଧାମରା: ଭଣ୍ଡାରିପୋଖରୀ ବ୍ଲକ ଜାତୀୟ ରାଜପଥ ଛତାବର ଠାରୁ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ବଳିଘାଇ ପୋଲ ଯାଏଁ ନିର୍ମାଣଧିନ ପୂର୍ତ ବିଭାଗ ରାସ୍ତାଟି ଇତି ମଧ୍ୟରେ ଦୁଇ ବର୍ଷ ହେବ କାମ ସରିଛି । ୮ କିମି ଦୈର୍ଘ୍ୟ ବିଶିଷ୍ଟ ବଳିଘାଇ ଛତାବର ନାମରେ ଉକ୍ତ ରାସ୍ତାଟି ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେଥିଲା । ୨୦୧୨ ମସିହାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟା ଯୋଗୁ ରାସ୍ତାଟିକୁ ସରକାରଙ୍କ ତରଫରୁ ପୂର୍ତ ବିଭାଗ ହାତକୁ ହସ୍ତାନ୍ତର କରାଯାଇଥିଲା । ପରେ ପେର ବିଭାଗ ତରଫରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ସଂପୂର୍ଣ୍ଣ ରାସ୍ତାଟି କଂକ୍ରିଟ ଓ ପିଚରେ ନିର୍ମାଣ ହୋଇଥିଲା । ଭୂବନେଶ୍ୱରର ଜୈନିକ ସଂସ୍ଥାକୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିବା ବେଳେ ଯାଜପୁରର ଠିକାଦାର କ୍ଷେତ୍ରରେ କାମ କରିଥିଲେ । ଚିରା ଚରିତ ଢ଼ଙ୍ଗରେ ଠିକାଦାର କାମକରି ଚାଳିଯିବା ପରେ ଅସମ୍ପୂର୍ଣ୍ଣ କଲର୍ଭଟ ଯୋଗୁ ଏବେ ପଥଚାରୀ ମାନେ ରାସ୍ତାରେ ଯିବାକୁ ଭୟତିତ ହେଉଛନ୍ତି । ରାସ୍ତାର ଅଙ୍ଗାରଗଡ଼ିଆ, କୁମ୍ଭାରିଆ, ଭୁତିଆ, ମଞ୍ଜୁରି ପ୍ରଭୃତି ଗାଁ ନିକଟରେ ନିର୍ମାଣ ହୋଇଥିବା କଲର୍ଭଟ ଗୁଡ଼ିକ ଅଧା ହୋଇଥିବାରୁ ବିଭିନ୍ନ ସମୟରେ ଛେଳି ଗୋରୁ ଗୁଡ଼ିକ ଦୁର୍ଘଟଣାରେ ଶିକାର ହେଉଛନ୍ତି ଏପରିକି ସାଇକେଲ ଓ ମୋଟର ସାଇକେଲ ଆରୋହି ଅସମ୍ପୂର୍ଣ୍ଣ କଲର୍ଭଟ ଗର୍ତରେ ପଡ଼ିଯାଉଥିବା ଅଭିଯୋଗ ହୋଇଛି । ରାସ୍ତା ଦୈର୍ଘ୍ୟ ଅନୁଯାୟୀ କଲର୍ଭଟ ପୋଲ ଗୁଡ଼ିକର ଓସାର ବଢ଼ିଥିବା ବେଳେ ସଂଯୋଗିତ ସ୍ଥାନରେ ମାଟି ମହୋରମ ପଡ଼ିନଥିବା ଯୋଗୁ ଏହିଭଳି ଦୁର୍ଘଟଣା ମାନ ଘଟୁଛି । ରାସ୍ତା ନିର୍ମାଣର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଠିକାଦାର କିମ୍ବା ବିଭାଗ ତରଫରୁ କାମକୁ ସଂପୂର୍ଣ୍ଣ କରିବା ପାଇଁ ଉଦ୍ଦ୍ୟମ କରାଯାଉଉ ନଥିବାରୁ ସ୍ଥାନୀୟ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କାମ ଅସମ୍ପୂର୍ଣ୍ଣ ସଂପର୍କରେ ବିଭାଗର ସହକାରୀ ଯନ୍ତ୍ରୀ ଅମ୍ବିକା ମଲ୍ଲଭ ସ୍ୱାଇଁଙ୍କୁ ପଚାରିବାରୁ ସେ କୁହନ୍ତି ଠିକାଦର କାମକୁ ପୂର୍ଣ୍ଣ କରିବାପାଇଁ ବିଭଗ ପାଖରୁ ସମୟ ମାଗିଥିବାରୁ ଏନେଇ କୌରସି ନିଷ୍ପତି ହୋଇନାହିଁ । ଯେଉଁ କାମ ଗୁଡ଼ିକ ଅସମ୍ପୁର୍ଣ୍ଣ ଅଛି ନୀୟମ ଅନୁଯାୟୀ ଠିକାଦର ସେଗୁଡ଼ିକ ଯଥାଶିଘ୍ର ସଂପୂର୍ଣ୍ଣ କରିବ ।

error: Thank You Keep Visiting