ଆଜକୁ ୧ବର୍ଷ ହେଲା କେନାଲରେ ୨୦ଫୁଟର ଘାଇ ପୋତା ଯାଉନାହିିଁ

An Independent Media

ଜଗତସିଂହପୁର: ଆଜକୁ ୧ବର୍ଷ ହେଲା ଏକ ଶାଖା କେନାଲରେ ୨୦ଫୁଟର ଘାଇ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୋତାଯାଉନାହିଁ । ଫଳରେ ଏହି କେନାଲରେ ଆସୁଥିବା ସମସ୍ତଜଳ ଏହି ଘାଇଦେଇ ଚାଷଜମିକୁ ପ୍ରବେଶ କରି ଚାଷଫସଲ ନଷ୍ଟ କରିବା ସହିତ କେନାଲର ଶେଷ ମୁଣ୍ଡକୁ ପାଣି ଯାଇପାରୁନାହିଁ । ଘଟଣାରୁ ପ୍ରକାଶ, ଜଳସମ୍ପଦ ବିଭାଗ କିଶନନଗର ସହକାରୀ ଯନ୍ତ୍ରୀଙ୍କ ଅଧିନରେ ଥିବା ତାଳଦଣ୍ଡା ମୁଖ୍ୟକେନାଲରୁ ବାହାରିଥିବା କଂଟୁଆରରୁ ଭୋଇ ସାହି ଯାଇଥିବା ୫ନଂ କେନାଲ ଦୁର୍ବଳ ବନ୍ଧର ହନୁମାନ ମନ୍ଦିର ନିକଟରେ ୨୦ଫୁଟର ଘାଇ ଗତବର୍ଷ ଜୁଲାଇ ୨୮ତାରିଖରେ ହୋଇଥିଲା ।

ଏହି ଘାଇଟି ଏଠାରେ ହେବା ଫଳରେ ଉକ୍ତ କେନାଲରୁ ଆସୁଥିବା ସମସ୍ତ ଜଳ ଏହି ଘାଇବାଟେ ଯାଇ ଚାଷଜମିରେ ପ୍ରବାହିତ ହେଉଛି ।୨୦ଫୁଟ ଘାଇଦେଇ କେନାଲର ସମସ୍ତ ଜଳ ଏହିବାଟେ ଚାଷଜମିକୁ ଯିବାଦ୍ୱାରା ଚାଷଫସଲ ଠିକଭାବେ ହୋଇପାରୁନାହିଁ ଫସଲ ନଷ୍ଟ ହୋଇଯାଉଛି ।ଏହି ଘାଇବାଟେ କେନାଲର ସମସ୍ତ ଜଳ ଚାଷଜମିକୁ ଚାଲିଯିବା ଦ୍ୱାରା କେନାଲର ଶେଷ ମୁଣ୍ଡକୁ ପାଣି ଯାଇପାରୁନାହିଁ ।

ଏଠାରେ ସୂଚନାଯୋଗ୍ୟ ଗତ ୧ବର୍ଷ ହେଲା ଏହି କେନାଲରେ ୨୦ଫୁଟର ଘାଇ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘାଇ ପୋତା ନଯିବା ଦୁଃଖର ବିଷୟ । ଜଳସମ୍ପଦ ବିଭାଗର ସୋମପୁର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ୱ ହୀନତା ଓ ଅପାରଗତା ଯୋଗୁଁ ୧ବର୍ଷ ହେଲା ୨୦ଫୁଟର ଘାଇ ମୁକୁଳା ହୋଇପଡିଛି । ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶହଶହ ଚାଷୀ ଦାବି କରିଛନ୍ତି ।

error: Thank You Keep Visiting