ଫନି ଝଡବାତ୍ୟାର ୩ମାସ ପରେ ମଧ୍ୟ ବିପନ୍ନଙ୍କୁ ସହାୟତା ମିଳିଲାନାହିଁ

An Independent Media

ଜଗତସିଂହପୁର: ଫନି ଝଡବାତ୍ୟା ଯିବାର ୩ମାସ ପୁରିବାକୁ ବସିଲାଣି କିନ୍ତୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପନ୍ନ ଲୋକମାନଙ୍କୁ କୌଣସି ସହାୟତା ଦିଆଯାଇନଥିବା ଅଭିଯୋଗ ହେଉଛି ।ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରା.ପ.ର କାଜିପାଟଣା ଗ୍ରାମର ବଂଶିଧର ବାରିକଙ୍କ ଘର ଫନିି ଝଡବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ବଂଶିଧର ତାଙ୍କ ସ୍ତ୍ରୀଙ୍କୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ଘରେ୨ମାସ ଧରି ଆଶ୍ରୟ ନେଇଥିଲେ ।

୨ମାସପରେ ବିପନ୍ନ ବଂଶୀଧର ପରିବାର ବାଧ୍ୟହୋଇ ନିଜ ଭଙ୍ଗା କୁଡିଆକୁ ଫେରିଥିଲେ ।ଏହି ଭଙ୍ଗା କୁଡିଆଟି ଦିନରେ ଖରା,ରାତିରେ ତାରା ।ଘରର ଛପର ସମ୍ପୂର୍ଣ୍ଣ ଉଡିଯାଇଅଛି । ଉକ୍ତ ଘର ଉପରେ ପକାଇବାକୁ ତସହିଲ ପକ୍ଷରୁ ପାଲଖଣ୍ଡେ ଯୋଗାଇ ଦିଆଯାଇନାହିଁ । ବଂଶୀଧର ଏହି ଗ୍ରାମର ଅତ୍ୟନ୍ତ ଗରିବ ପରିବାର ଅଟନ୍ତି ।ବଂଶୀଧର କହିବାନୁଯାଇ ତାଙ୍କ ଭଙ୍ଗା ·ଳଘରକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଫଟୋ ଉଠାଇ ନିଆଯାଇଥିଲେ ମଧ୍ୟ ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ ।

ଏବେ ସେ ନିଜ ଭଙ୍ଗା ·ଳଘରେ ଦିନ ବେଳେ ବିତାଉଥିବା ବେଳେ ରାତିରେ ଭଙ୍ଗାଘରେ ଶୋଉଛନ୍ତି । ବଂଶୀଧର କହିବାକଥା ଯେ ଜଗତସିଂହପୁର ଜିଲ୍ଲାର ଶେଷସୀମା ୨କିଲୋମିଟର କଟକ ଜିଲ୍ଲା ହୋଇ ସେଠାକାର ଲୋକ ମାନଙ୍କୁ ଫନିଝଡବାତ୍ୟାର ସହାୟତା ମିଳିସାରିଥିବା ବେଳେ ଆମ ଜଗତସିଂହପୁର ଜିଲ୍ଲାକୁ ଏପର୍ଯ୍ୟନ୍ତ କାହିଁକି ମିଳୁ ନଥିବା କହିଛନ୍ତି । ଶେଷରେ ନିଜର ଭାଗ୍ୟକୁ ଆଦରି ଭଙ୍ଗା ଦଦରା କୁଡିଆଘରେ ପଡିରହିଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବଂଶୀଧର ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

error: Thank You Keep Visiting