ମହାନଦୀ ଗର୍ଭରେ ୩ ହଜାର ଏକର ଚାଷ ଜମି:ଚାଷୀ ଗଣୁଛନ୍ତି ଖଜଣା ଜଳକର!

An Independent Media

ଜଗତସିଂହପୁର: ଗୁଆଳିନାସୀଠାରେ ବନ୍ୟାଜଳର ପ୍ରଖର ସ୍ରୋତରେ ମହାନଦୀ ପଠା ପ୍ରବଳ ଭାବେ ଖାଇବା ଫଳରେ ଦ୍ୱୀପାଞ୍ଚଳର ୩ ହଜାର ରୁ ଉଦ୍ଧ୍ୱର୍ ଏକର ଚାଷ ଜମି ଖାଇଯାଇ ମହାନଦୀ ଗର୍ଭରେ ଲୀନ ହୋଇଯାଇଛି । ଅନ୍ୟ ପକ୍ଷରେ ଏହି ଜମିର ମାଲିକମାନଙ୍କ ଠାରୁ ଖଜଣା ଜଳକର ଆଦାୟ ହେବାରେ ଲାଗିଛି । ପ୍ରକାଶ ଥାଉକି, କିଶନନଗର ତହସିଲ ଅନ୍ତର୍ଗତ ଗୁଆଳି ଗ୍ରାମର ଗୁଆଳିନାସିଠାରେ ଯେଉଁଠି ମହାନଦୀରୁ ଚିତ୍ରୋତ୍ପଳା ନଦୀ ବାହାରି ଅଛି ସେଠାରେ ପଠା ନଦୀବନ୍ଧ ଠାରୁ ଗୋଟିଏ କିଲୋମିଟର ଦୂରରେ ରହିଥିଲା ତାହା କ୍ରମଶଃ ମହାନଦୀ ବନ୍ୟାଜଳର କରାଳ ସ୍ରୋତରେ ଗତ ୨୩ ବର୍ଷ ମଧ୍ୟରେ ଖାଇଯାଇ ନଦୀବନ୍ଧ ଖାଇବାକୁ ବସିଲାଣି ।

ଗୁଆଳି ଗ୍ରାମର ଶହ ଶହ ମଧ୍ୟବିତ ଗରିବ ଚାଷୀମାନଙ୍କର ୩ ହଜାରରୁ ଉଦ୍ଧ୍ୱର୍ ଏକର ଚାଷଜମି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଏହି ଜମି ଚାଷୀମାନଙ୍କ ନାମରେ ରହିଥିବାରୁ ସେମାନଙ୍କ ଠାରୁ ଖଜଣା ଜଳକର ଆଦାୟକରାଯିବା ର୍ଦୁଭାଗ୍ୟ ଜନକ ବିଷୟ । ଏହି ଚାଷୀମାନଙ୍କର ଯେଉଁ ଜମି ମହାନଦୀ ଗର୍ଭରେ ଲୀନ ହୋଇଯାଇଅଛି ତାହା ଏ ଅଂଚଳର ଚାଷୀମାନଙ୍କର ଅତ୍ୟନ୍ତ ଉର୍ବର ଓ ରବି ଚାଷ ଉପଯୋଗୀ ଜମି ଥିଲା । ପ୍ରତିବର୍ଷ ଏହି ଚାଷ ଜମିରୁ ଗୁଆଳି ଗ୍ରାମର ଶହ ଶହ ଚାଷୀ ସେମାନେ ରବି ଫସଲ ଓ ସମସ୍ତ ପ୍ରକାର ପନିପରିବା ଚାଷ କରି ବେଶ୍ ଦୁଇପଇସା ରୋଜଗାର କରି ନିଜର ପରିବାରର ଗୁଜରାଣ ମେଣ୍ଟାଇବାରେ ସକ୍ଷମ ହେଉଥିଲେ । ଏହି ଜମି ଗୁଡିକ ମହାନଦୀ ଗର୍ଭରେ ମିଶିଯିବା ପରେ ଏ ଅଂଚଳରେ ପନିପରିବା ଚାଷ ନିମନ୍ତେ ଚାଷଜମିର ବ୍ୟାପକ ହ୍ରାସ ହେବାରେ ଲାଗିଛି ।

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିନଦେଲେ ମହାନଦୀ ଚିତ୍ରୋତ୍ପଳା ଗୁଆଳିନାସି ଠାରେ ନଦୀବନ୍ଧରେ ବଡଧରଣର ଘାଇ ହୋଇ ଦ୍ୱୀପାଞ୍ଚଳର ୫୦ରୁ ଉଦ୍ଧ୍ୱର୍ ଗ୍ରାମ ବନ୍ୟାଜଳର କରାଳ ସ୍ରୋତରେ ନିଶ୍ଚିହ୍ନ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଅଛି । ଜଳ ସଂପଦ ବିଭାଗ ମହାନଦୀ ଉତ୍ତର ବିଭାଜନ ନିର୍ବାହୀ ଯନ୍ତ୍ରୀ ଅଧିନରେ ଥିବା ମହାନଦୀ ଦୁଇଭାଗ ହୋଇଥିବା ଚିତ୍ରୋତ୍ପଳା ନଦୀ ବାହାରିଥିବା ମୁହାଣ ମହାନଦୀର ଉତ୍ତର ପାଶ୍ୱର୍ ବନ୍ଧ ଗୁଆଳିନାସୀ ଠାରେ ବୁରୁଜ ନଥିବାରୁ ପଠା ଖାଇଯାଇ ଏଠାରେ ବିରାଟ ଘାଇ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ମହାନଦୀ ଏବଂ ଚିତ୍ରୋତ୍ପଳାର ମୁହାଣର ବନ୍ଧ ସଂପୂର୍ଣ୍ଣ ଅସୁରକ୍ଷିତ । ପ୍ରତିବର୍ଷ ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଏଠାରେ ଏହି ବନ୍ଧର ବିଭିନ୍ନ ସ୍ଥାନରେ ଘଳିଆପଡି ବିପଦ ସୃଷ୍ଟି କରିଥାଏ ।

ବନ୍ୟାସମୟରେ ଦ୍ୱୀପାଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ଭୟଭୀତ ହୋଇ ଅନେକ ଲୋକ ନଦୀବନ୍ଧରେ ପିଲାଛୁଆ ଓ ଗୃହପାଳତ ପଶୁଙ୍କୁ ନେଇ ଆଶ୍ରୟ ନେଇଥାନ୍ତି । ଏଠାରେ ୨୩ବର୍ଷ ହେଲା ପ୍ରଖର ବେଗରେ ପଠା ଖାଉଥିଲେ ମଧ୍ୟ ଏହି ମୁହାଣର ଭିତର ପାଶ୍ୱର୍ ପଥର ପ୍ୟାକିଙ୍ଗ କରାଯାଉ ନାହିଁ କିମ୍ବା ଏଠାରେ ଏକ ବୁରୁଜ ନିର୍ମାଣ କରାଯାଉ ନାହିଁ । ଫଳରେ ଏହି ବନ୍ୟାଜଳର ପ୍ରଖର ସ୍ରୋତରେ ହଜାର ହଜାର ଏକର ପଠା ଖାଇଯାଇ ବନ୍ଧ ଖାଇବାକୁ ବସିଲାଣି । ପ୍ରତିବର୍ଷ ମହାନଦୀ ବନ୍ଧର ଭିତର ପାଶ୍ୱର୍ ପଥର ପ୍ୟାକିଙ୍ଗ ନାମରେ ନିମ୍ନମାନର କାର୍ଯ୍ୟ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରାଯାଉଥିବାରୁ ବନ୍ଧର ଅବସ୍ଥା ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଅଛି ବୋଲି ଅଭିଯୋଗ ହେଉଛି । ସେହିପରି ଗୁଆଳିନାସିଠାରେ ବୁରୁଜ ମରାମତି ନାମରେ ମଧ୍ୟ ମିଥ୍ୟା ବିଲ କରାଯାଉଥିବା ଅଭିଯୋଗ ହେଉଛି ।

ନଗୁଆଳିନାସୀ ମୁହାଣ ଠାରେ ଯଦି ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ କରାନଯାଏ ତେବେ ଆଗାମୀବର୍ଷା ଋତୁରେ ମହାନଦୀରେ ବନ୍ୟା ଜଳ ଅତ୍ୟଧିକ ପ୍ରବାହିତ ହେଲେ ଏଠାରେ ଘାଇ ହେବା ନିଶ୍ଚିତ । ମହାନଦୀ ଚିତ୍ରୋତ୍ପଳା ମୁହାଣର ଗୁଆଳିନାସୀ ଠାରେ ଘାଇ ହେଲେ ଗୁଆଳି, ତରିତୋ, କୁରୁଳି, ମୁର୍କୁଣ୍ଡୀ , ଗୋଠମିରା, ବୁରୁଡା, ନାରଡା, ସାରଡା, ବୋଇଲୋ, ବଳରାମପୁର, ପୁରୁଣାହାଟ, ସମିତଙ୍ଗା, ଶୋଗଲ. କୁଳସମିତଙ୍ଗା, ଉଦୟ ପୁର, ତୋଟାପଡା, ରଟିଲୋ, ପାଣିମାଣ୍ଡୋ, ସାହୁକ୍ଷେତ, ମହେନ୍ଦିପୁର, ଚମ୍ପା, ସଂଗ୍ରାମପରୁ, ଉତ୍ତରକୂଳ, ଦୁଲୁପୁର, ବାବୁଜଙ୍ଗା, ପାରିକୁଶ ମଣ୍ଡଳ, ସଫିପୁର, ବାରିମୂଳ, ପିଁପୁର, ମୁଗୁରିଆ, ସାହାସପୁର, ବିରିବନ୍ଧ, ପାଟେଣୀ ଗାଁ, ସୁଧୁଖଣ୍ଡ, ଧାରିବିଲ, ମଣିଜଙ୍ଗ, ମହମ୍ମଦପୁର, ବିଶ୍ୱନାଥପୁର, ଓଡଖଣ୍ଡ ଆଦି ୫୦ରୁ ଉଦ୍ଧ୍ୱର୍ ଗ୍ରାମ ମହାନଦୀ ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱୀପାଞ୍ଚଳ ବାସୀ ଦାବି କରିଛନ୍ତି ।

error: Thank You Keep Visiting