ବନ୍ଦର ଥାନା ଅଧିକାରୀଙ୍କ ବଦଳି ବାତିଲ ନିମନ୍ତେ ମହିଳା ସମିତି ପକ୍ଷରୁ ଦାବିପତ୍ର

An Independent Media

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ନହରଣା ଗ୍ରାପପଞ୍ଚାୟତର ବୈରଖ ଓ ସୁନାଧାର ଗ୍ରାମର ସମସ୍ତ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ବନ୍ଦର ଥାନାର ଅଧିକାରୀଙ୍କୁ ବଦଳି ନକରି ପୁର୍ନବାର ବନ୍ଦର ଥାନାରେ ଅବସ୍ଥାପିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମହିଳା ସମିତିର ସଦସ୍ୟ ମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତିକି ଉକ୍ତ ବନ୍ଦର ଥାନର ଇନ·ର୍ଜ ରବିନ୍ଦ୍ର ସେନାପତି ରହିବା ଦିନଠାରୁ ନହରା ଅଞ୍ଚଳରେ ଚୋରାମଦ,ଗଂଜେଇ ଚୋରୀ ରାହାଜାନୀ ଭଳି ଅସାମାଜିକ କାର୍ଯ୍ୟକଳାପକୁ ଦମନ କରୁଥିଲେ କିନ୍ତୁ ତାଙ୍କୁ ମିଥ୍ୟା କଥାରେ ଥବନ୍ଦର ଥାନାରୁ ଜିଲ୍ଲାକୁ ବଦଳି କରାଯାଇଛି ।

ତେଣୁ ତାଙ୍କୁ ପୁର୍ନବାର ବନ୍ଦର ଥାନାରେ ଅବସ୍ଥାପିତ ନକଲେ ମହିଳା ମାନେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି ମଧ୍ୟ ଚେତାବନି ଦେଇଛନ୍ତି । ସେହି ନହରଣା ଅଞ୍ଚଳର ବହୁ ଗ୍ରାମବାସୀ ଯଥା ନରେନ୍ଦ୍ର ନାଏକ,ପ୍ରକାଶ ସାହାଣୀ,ହେମନ୍ତ ରାଉତ,ସମ୍ପଦ ବେହେରା ପ୍ରମୁଖ ୫୦ରୁ ଉର୍ଦ୍ଧ ବ୍ୟକ୍ତି ମଧ୍ୟ ଏସପଙ୍କୁ ଦାବିପତ୍ର ପ୍ରଦାନ କରି କହିଛନ୍ତ ଖି ବନ୍ଦର ଥାନାର ଇନ·ର୍ଜଙ୍କୁ ତୁରନ୍ତ ବଦଳି ପ୍ରତ୍ୟାହାର କରି ତୁରନ୍ତ ବନ୍ଦର ଥାନାରେ ଅବସ୍ଥାପିତ ନକରାଯାଏ ଆମ୍ଭେ ନହରଣା ଅଞ୍ଚଳର ଜନସାଧାରଣ ଧାରଣା ଦେବୁ ବୋଲି ଚେତାବନି ଦେଇଛନ୍ତି ।

error: Thank You Keep Visiting