ଶିଶୁ ଖେଳନା ଦୁର୍ନିତୀ ବିରୋଧରେ ତିର୍ତ୍ତୋଲ ପଞ୍ଚାୟତ ସମିତିରେ ବୈଠକ

An Independent Media

ଜଗତସିଂହପୁର: ତିର୍ତ୍ତୋଲ ଶିଶୁ କଲ୍ୟାଣ ବିଭାଗରେ ମହାଦୁର୍ନିତୀ ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ୨୯ଟି ପଞ୍ଚାୟତ ମଧ୍ୟରୁ କେତେକ ପଞ୍ଚାୟତରେ ଥିବା ଅଙ୍ଗନୱାଡ଼ୀ କେନ୍ଦ୍ର ଅଚାନକ ଗ୍ରସ୍ତ କରି ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ । ଏ ସମ୍ପର୍କରେ ତିର୍ତ୍ତୋଲ ସିଡ଼ିପିଓଙ୍କୁ ପଚାରି ବୁଝିବାକୁ ଯିବାବେଳେ ସିଡ଼ିପିଓଙ୍କ ଠାରୁ ଦୁର୍ବ୍ୟବହାର ପାଇଥିଲେ । ଖେଳନା କିଣା, ଛତୁଆ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣରେ ତିର୍ତ୍ତୋଲ ସିଡ଼ିପିଓ କାର୍ଯ୍ୟାଳୟରେ ଦୁର୍ନିତୀ ହେବାକୁ ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଦନ୍ତ କରି ଦୁର୍ବ୍ୟବହାର ପାଇବା ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନପ୍ରତିନିଧିମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ, କୋଲର ସମିତିସଭ୍ୟ ରଞ୍ଜିତ ପାଲ, କଟରା ସମିତିସଭ୍ୟ ବାଇଧର ବଳ, ଗୋପାଳପୁର(ଶ) ସମିତିସଭ୍ୟା କମଳା ମହାନ୍ତି, ଆମ୍ବେରୀ ସଭ୍ୟା ମୁକ୍ତିମୟୀ ଦାସ, ବୋଧେଇ ସଭ୍ୟା ସାଗରିକା ସେଠୀ, ପଟିଲୋ ସଭ୍ୟା ସନ୍ଧ୍ୟାରାଣୀ ମହାନ୍ତି, ତେନ୍ତୁଲିପଦା ସଭ୍ୟା ମଞ୍ଜୁଶ୍ରୀ ସେଠୀ, ଗରାମ ସଭ୍ୟା ପ୍ରିୟଙ୍କା ସ୍ୱାଇଁ, ତୁଳଙ୍ଗ ସଭ୍ୟା ମିନତି ନାୟକ, ତରଜଙ୍ଗା ସଭ୍ୟା ମନ୍ଦାକିନୀ କର, ଗୋବିନ୍ଦପୁର ସଭ୍ୟା କବିତା ଦାସ, ବିଷନପୁର ସଭ୍ୟ ଅମୁଲ୍ୟ ମହାପାତ୍ର, ପୋରଗଦେଇ ସଭ୍ୟା ମିନତି ସୁତାର, ଜଡ଼ତିରା ସଭ୍ୟ ପବିତ୍ର ମୋହନ ମଲ୍ଲିକ, ମଣିଜଙ୍ଗା ସଭ୍ୟ ପ୍ରିୟବ୍ରତ ଗୋସ୍ୱାମୀ, କୋଷ୍ଠୀମଲ୍ଲକାପୁର ସଭ୍ୟ ବରଦା ପ୍ରସନ୍ନ ମହାନ୍ତି, ଜଗନ୍ନାଥପୁର ସଭ୍ୟା ସଂଯୁକ୍ତା ଜେନା, ସଂଅରା ସଭ୍ୟ ଜଇରାମ ମଲ୍ଲିକ, କନକପୁର ସଭ୍ୟ ଅଜୟ ରାଉଳଙ୍କ ସମତେ ୨୯ଟି ପଞ୍ଚାୟତର ସମିତିସଭ୍ୟ ସଭ୍ୟା ଉପସ୍ଥିତ ରହି ଅଙ୍ଗନୱାଡ଼ୀ କେନ୍ଦ୍ର ଗୁଡ଼ିକରେ ସିଡ଼ିପିଓଙ୍କ ଦ୍ୱାରା ଚାଲିଥିବା ବେନିୟମ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ଥାୟୀ ଶିଶୁ କଲ୍ୟାଣ ଅଧିକାରି ନିଯୁକ୍ତି ପାଇଁ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଥିଲା ।

error: Thank You Keep Visiting