ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ବୈଠକ

An Independent Media

ଜଗତସିଂହପୁର: ଆଗାମୀ ଅଗଷ୍ଟ-୯ ତାରିଖ ନବ ନିର୍ମାଣର କ୍ରାନ୍ତି ଦିବସକୁ ସଫଳ କାରାଇବା ନେଇ ନବ ନିର୍ମାଣର ଯୁବ ଓ ଛାତ୍ର ସଂଗଠନକୁ ଯାଗ୍ରତ କରାଇବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଥିବା ମହାବିଦ୍ୟାଳୟ ମାନଙ୍କରେ ଘନ ଘନ ପ୍ରସ୍ତୁତି ବୈଠକ ଯାରି ରହିଛି । ଏହି ବୈଠକ ମାନଙ୍କରେ ଜିଲ୍ଲା ଯୁବ ଛାତ୍ର ସଂଯୋଜିକା ଶୁଭାଙ୍ଗି ମଧୁସ୍ମିତା ବସ୍ତିଅ ଓ ଜିଲ୍ଲା ସ୍ତରୀୟ ଯୁବ ଛାତ୍ର ନେତା ମାନେ ଯୋଗଦେଇ ସଂଗଠନକୁ ସୃଦୃଢ କରିବାରେ ଲାଗିଛନ୍ତି । ଏହି ଅବସରରେ ବୁଧବାର ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ ବାଲିକୁଦା ବଜାର ସ୍ଥିତ ମା ଥାନାପତି ପୀଠ ପରିସରରେ ଅନୁଷ୍ଟିତ ହୋଇଥିଲା ।

ଏଥିରେ ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ । ଏଥିରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲ୍ଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଜିଲ୍ଲା ଯୁବ ଛାତ୍ରସଂଯୋଜିକା ଶୁଭାଙ୍ଗି ମଧୁସ୍ମିତା ବସ୍ତିଆ, ଜିଲ୍ଲା କମିଟ ସଦସ୍ୟ ବାବାଜୀ ଚରଣ ଜେନା, ବ୍ଳକ ସଂଯୋଜକ ରଘୁନାଥ ନାୟକ, ତିର୍ତୋଲ ବ୍ଳକ ଯୁବ ସଂଗଠକ ଦେବଦତ ସାହୁ, ଆବାହକ ପୂଜାରାଣୀ ସ୍ୱାଇଁ, କୋଷାଧକ୍ଷ ବ୍ରହ୍ମାନନ୍ଦ ମହାନ୍ତି, ବରିଷ୍ଟ କୃଷକ ନେତା ଧର୍ମାନନ୍ଦ ଖଣ୍ଡୁଆଳ, ଅଶୋକସ୍ୱାଇଁ, ରଶ୍ନିରଂଜନ ସ୍ୱାଇଁ, ମହେସ୍ୱର ମହାନ୍ତି, ଦାସରଥି ବସ୍ତିଆ, ବିକାଶ ଗଡିଆ, ସିବୁନ ରାଉତ. ସୋନାଲି ବାରିକ ପ୍ରମୁଖ ଯୋଗଦେଇ ଥିଲେ ।

ଏଥି ସହିତ ବୈଠକରେ ବାଲିକୁଦା, ଗୋଡା, ଢିଅସାହି, ଦଶବାଟିଆ. ବୋରିକିନାର ଆଦି ଅଂଚଳର ବହୁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରଣ କରି ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ତାରେ ପରିବର୍ତନ ଓ କର୍ମ ନିଯୁକି, କୃଷି ବିତିକ ଶିଳ୍ପ ପାଇଁ ପ୍ରସô୍ାହନ, ବେରୋଜଗାରୀ ଭତା, ନିଶା ନିବାରଣ ସମ୍ପର୍କରେ ସମ୍ମିଳନୀରେ ଆଲୋଚ୍ୟ ପ୍ରସଂଙ୍ଗ ରହିଥିଲା । ଶେଷରେ ଜିଲ୍ଲା ସଂଯୋଜକ ଶ୍ରୀ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

error: Thank You Keep Visiting