ଉଚ୍ଚନ୍ୟାୟଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ

An Independent Media

ଜଗତସିଂହପୁର: ଜଗତସିଂହପୁର ଆଇନସେବା ପ୍ରାଧିକରଣ ତରଫରୁ ଓଡିଶା ଉଚ୍ଚନ୍ୟାୟଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାରେ ଥିବା ୭୦ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ପ୍ରତ୍ୟେକ ୧୦ଟି ଗଛ ହିସାବରେ ୭୦୦ଟି ଗଛ ବିଭିନ୍ନ ଗ୍ରାମର ମନ୍ଦିର,ରାସ୍ତା,ପାର୍କ,ସ୍କୁଲ ମାନଙ୍କରେ ରୋପଣ କରିଥିଲେ । ତତ୍ ସହିତ ଜିଲ୍ଲାରେ ଥିବା ୧୭ଟା ସ୍କୁଲର ଲିଗାଲ ଲିଟରାସି କ୍ଲବର ଛାତ୍ରଛାତ୍ରୀ ମାନେ ସ୍କୁଲର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ ।

ସେହିପରି ଜଗତସିଂହପୁର ଜିଲ୍ଲା ଜଜ୍ ଆନନ୍ଦ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ନୂଆକୋର୍ଟ ପ୍ରାଙ୍ଗଣରେ ୫୦ଟି ଗଛଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ଜଜ୍ ଡକ୍ଟର ଜୀବନଜ୍ୟୋତି ରଥ,ଏଡିଜେ ମୁନ୍ରାଣୀ ମିଶ୍ର,ସବଜଜ୍ ଶଶୀରେଖା ମିଶ୍ର,ଜଜ୍ ମହିଳାକୋର୍ଟ ଅନ୍ନପୂର୍ଣ୍ଣା ନାୟକ,ରେଜିଷ୍ଟାର ମହାଶ୍ୱେତା ପରିଜା,ମୁନସିଫ୍ ନିଶା ସାମଲ,ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର,ଜେ.ଏମ.ଏଫସି ନିରଞ୍ଜନ ଦାସ ଯୋଗଦେଇଥିଲେ । ପ୍ରାଧିକରଣର ସଂପାଦକ କମଳାକାନ୍ତ ରାଉତ ଏବଂ ଜଗତସିଂହପୁର ଫରେଷ୍ଟରେଞ୍ଜ୍ କାର୍ଯ୍ୟାଳୟର କର୍ମ·ରୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

error: Thank You Keep Visiting