ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିରେ ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ ରବିବାର ଅପରାହ୍ନରେ ସ୍ଥାନୀୟ ଗୈାରିଶଙ୍କର ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ବିଜେପି କେନ୍ଦ୍ରରେ ସରକାର ଗଠନ କରିବାର ୪୮ଘଂଟା ମଧ୍ୟରେ ଦଳର ସମସ୍ତ ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ଓ ପ୍ରତ୍ୟେକ ରାଜ୍ୟର ସଭାପତିମାନଙ୍କୁ ଡକାଇ ଦଳର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ଦଳ ଗୁଡିକ ଜାତ,ଧର୍ମକୁ ନେଇ ରାଜନୀତି କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ଭାରତର ବିକାଶ ପାଇଁ କାମ କରୁଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ସବକା ସାଥ ସବକା ବିକାଶ ପାଇଁ ଭାଜପା କାମ କରୁଛି । ବିଜେପିରେ ପାରିବାରିକ ରାଜନୀତି ନାହିଁ ।

ତେଣୁ ପ୍ରତି ୩ବର୍ଷରେ ଦଳର ସଦସ୍ୟତା ଅଭିଯାନ କରାଯାଇ ଦଳର କର୍ମକର୍ତ୍ତାମାନଙ୍କୁ ପରିବର୍ତ୍ତନ କରାଯାଇଥାଏ । ଦଳର ସଂଗଠନ ଯୋଗୁ କେନ୍ଦ୍ରାପଡାରେ ୨୦୧୪ ମସିହାରେ ୧୦ପ୍ରତିଶତ ବିଜେପି ପ୍ରତି ସମର୍ଥନ ରହିଥରବା ବେଳେ ତାହା ୨୦୧୯ରେ ୩୯ ପ୍ରତିଶତକୁ ବୃଦ୍ଧି ପାଇଛି । ସମସ୍ତେ ମିଳିମିଶି କାମ କରିବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ ଯୋଗଦେଇ ନିଷ୍ଠାପର ଭାବେ ଦଳରେ କାର୍ଯ୍ୟ କରୁଥିବା ଲୋକଟିକୁ ଦଳ ଉପଯୁକ୍ତ ସମ୍ମାନ ଦେଇଥାଏ ବୋଲି କହିଥିଲେ ।

ଯେଭଳି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭେଙ୍କୟା ନାଇଡୁ ୨୦ବର୍ଷ ତଳେ ଦଳର ପୋଷ୍ଟର ମାରୁଥିଲେଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇ ସମ୍ମାନୀତ କରାଯାଇଛି ବୋଲି ସେ କହିଥିଲେ । ଅଧିକରୁ ଅଧିକ ଲୋକଙ୍କୁ ଦଳ ସହିତ ଯୋଡିବାକୁ ଶ୍ରୀ ଚାଟାର୍ଜୀ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟତା ଅଭିଯାନର ଜିଲ୍ଲା ପ୍ରଭାରୀ ଗଗନ ବିହାରୀ ସାହୁ,ସୁନାକର ବେହେରା,ଡଃ.କଳ୍ପନା ମଲ୍ଲିକ,ଉପୀନ ରାଉତ,ଦେବାଶିଷ ଦାସ,କିଶୋର ପଣ୍ଡା,ନୃସିଂହ ଚରଣ ପତ୍ରୀ,ନେହେରୁ ସାହୁ,ମନୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting