ଶ୍ରାବଣମାସର ଦ୍ୱିତୀୟ ସୋମବାର ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ନାହିଁନଥିବା କାଉଡିଆଙ୍କ ଭିଡ

Straight to the Point

ଭଦ୍ରକ: ପବିତ୍ର ଶ୍ରାବଣମାସର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରବିବାର ସକାଳୁ ସକାଳୁ ଭିଡ ଲାଗିଥିଲା କାଉଡିଆଭକ୍ତମାନଙ୍କର । ହଜାରହଜାର କାଉଡିଆଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ସେବା ସଂଗଠନ ପକ୍ଷରୁ ଅସୁରାଳି, କୋଠାର, ଧୁଷୁରୀ, ବେତାଳିଗାଁ, ମଠଡିହ ଓ ଆରଡିପୀଠରେ ନାନ ପ୍ରକାରର ସେବା ଯୋଗାଇ ଦିଆଯାଇଥିଲା । କାଉଡିଆମାନେ ପରିଧ୍ୟାନ କରିଥିବା ଗେରୁଆବସ୍ତ୍ର ଦ୍ୱାରା ଗେରୁଆମୟ ହୋଇଥିଲା ।

ଶୈବପୀଠ ସମେତ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା । ତାହାସହ ଅଧିକାଂଶ ଭକ୍ତ ଜଳପଥରେ ଆସୁଥିବାରୁ ପୀଠରେ ଥିବା ୩ଟି ନଦୀଘାଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଜଳପରିବହନର ସୁରକ୍ଷା ନିମନ୍ତେ ଓଡ୍ରାଫ ଟିମ ଓ ଅଗ୍ନଶମ ବିଭାଗ ସଜାଗ ରହିଥିବା ପ୍ରସାସନ ପକ୍ଷରୁ ପ୍ରକାଶ ପାଇଛି । ବିଶେଷକରି କାଉଡିଆମାନଙ୍କ ବୋଲବମ୍ ହରହର ବୋମ ଧ୍ୱନିରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି ସମଗ୍ର ପୀଠରେ ।

ଏପଟେ ଚଳିତ ସୋମବାରରେ ୫୦ହଜଉର୍ଦ୍ଧ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ସଂଧ୍ୟା ଠାରୁ ଜଳାଲାଗି ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏପରିକି ଭକ୍ତମାନେ ରବିବାର ଠାରୁ ଜଳଲାଗି ଯେପରି ସୁଚାର ରୂପେ ଲାଗି କରିବେ ସେଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ ପ୍ରକାଶ କରିଛନ୍ତି ।

error: Thank You Keep Visiting