ଶିକ୍ଷାବିକାଶ ସମିତି ଓଡିଶା ପୂର୍ବ ସଂଭାଗର ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ଉଦ୍ଯାପିତ

An Independent Media

ଜଗତସିଂହପୁର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡବଜାରଠାରେ ଶିକ୍ଷାବିକାଶ ସମିତି ଓଡିଶାଙ୍କ ଦ୍ୱାରା ପରିଚାଳିତ ପୂର୍ବ ସଂଭାଗର ୧୩୭ଟି ବିଦ୍ୟାଳୟରୁ ଆସିଥିବା ପ୍ରାୟ ୨୦୩ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ତ୍ରିଦିବସୀୟ ବୈଠକ ଉଦ୍ଯାପିତ ହୋଇଯାଇଛି । ଉତ୍ସବରେ ସମ୍ମାନୀତ ଅତିଥିଭାବେ କିଶୋରନଗର ତହସିଲର ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ପୂର୍ବତନ ଛାତ୍ରୀ ସୁଶ୍ରୀ କ୍ରିଷ୍ଣାକାନ୍ତା ସାହୁ ଏହି ବିଦ୍ୟାଳୟରୁ ପାଇଥିବା ନୈତିକ ଶିକ୍ଷା ତାଙ୍କ ଜୀବନରେ କେତେ ଫଳପ୍ରଦ ହୋଇଛି ତାହା ବର୍ଣ୍ଣନା କରିଥିଲେ ।

ମୁଖ୍ୟବକ୍ତାଭାବରେ ଶିକ୍ଷାବିକାଶ ସମିତି ଓଡିଶାର ସଦସ୍ୟା ଡା.ତରୁଲତା ଦେବୀ ,ପ୍ରାନ୍ତ ସଂଗଠନ ମନ୍ତ୍ରୀ ରମାକାନ୍ତ ମହନ୍ତ, ଯୋଗଦେଇ ସଂପାଦକ ଓ ପ୍ରଧାନଆଚାର୍ଯ୍ୟ ମାନଙ୍କୁ ବିଦ୍ୟାଳୟ ର ଗୁଣାତ୍ମକ ଅଭିବୃଦ୍ଧିରେ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ମାନଙ୍କ ଭୂମିକା ସଂପର୍କରେ ମାର୍ଗଦର୍ଶନ ଦେଇଥିଲେ । ଶିକ୍ଷା ବିକାଶ ସମିତିର ପ୍ରାନ୍ତ ନିରିକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ ବିଦ୍ୟାଳୟର ସୁପରିଚାଳନା ଓ କର୍ତ୍ତବ୍ୟବୋଧ ସଂପର୍କରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିକାଶ ସମିତିର ସଂଯୋଜକ ତୁଷାର ରଂଜନ ଦାସ ,ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ ପରିଚାଳନା ସମିତିର ସମସ୍ତ ସଭ୍ୟ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ପରିଚାଳନା ସମିତିର ସଂପାଦକ ମଳୟକୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting