ମହାନଦୀରୁ କାଉଡ଼ିଆ ଉଠାଇଲେ ପାଣି଼

An Independent Media

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତାରୋତଲ ମହାନଦୀ ଘାଟ ଓ ତିର୍ତ୍ତୋଲର ଝୁଲାବାବା ମଠ ଘାଟରୁ ୩୦ ହଜାରରୁ ଉର୍ଦ୍ଧ କାଉଡ଼ିଆ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ବାଉଙ୍ଗୀରେ ପାଣିଭାର କାନ୍ଧରେ ନେଇ ପଦଯାତ୍ରା କରିବିଭିନ୍ନ ମନ୍ଦିରରେ ଜଳଢାଳି ଥିବା ଦେଖିବାକୁ ମିଳିଛି ।

ରବିବାର ସକାଳୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପୁରୁଷ ଓ ମହିଳା କାଉଡ଼ିଆ ଭକ୍ତମାନେ ନିଷ୍ଟାର ସହିତ ମହାନଦୀରୁ ପାଣି ଉଠାଇ କେରେକେରାର ଗୋରେଖନାଥ ପୀଠ, ପିପଳମାଧବର ଧର୍ମେଶ୍ୱର, ବଣିତ ଗ୍ରାମର ପଶ୍ଚିମେଶ୍ୱର, ଓକଲାର ଗୋଷ୍ଟଶ୍ୱର, ପାରାଦ୍ୱୀପର ଲୋକନାଥ, ପଞ୍ଚପଲ୍ଲୀର ଗ୍ରାମେଶ୍ୱର, ଦଣ୍ଡାସାହି ଗ୍ରାମର ରାମେଶ୍ୱର, ବଫାପୁରର ବାଲୁଙ୍କେଶ୍ୱର, ରାଣିତୋଳାର ଇସାନେଶ୍ୱର, କନିମୂଳର ବାନାମ୍ବର ସମେତ ବିଭିନ୍ନ ଶୌବ ପୀଠକୁ କାଉଡ଼ିଆ ଭକ୍ତମାନେ ବୋଲ ବମ୍, ହରେବମ୍ ସହିତ ଡ଼ାକବାଜି ଯନ୍ତ୍ର ମାଧ୍ୟରେ ଶିବ ମହିମା ପ୍ରଚାର କରି ଯାଇପାଣି ଢାଳିଛନ୍ତିି ।

ଏହି କାଉଡ଼ିଆମାନେ ବିଭନ୍ନ ସାଜସଜାରେ ଯାଉଥିବାବେଳେ କାଉଡ଼ିଆ ଭକ୍ତମାନଙ୍କୁ କଟକ ପାରାଦ୍ୱିପ ରାସ୍ତା ବାଲିପାଟଣା ଛକ ନିକଟରେ ଆଦିକବି ସାରଳାଦାସ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ତରଫରୁ ମାଗଣାରେ ପ୍ରସାଦ ବଣ୍ଟନ କରିବା ସହିତ ସେବା ଯୋଗାଇଦେଉଥିବା ଦେଖିବାକୁ ମିଳିଥିଲା ।

error: Thank You Keep Visiting