ବାନାନା ଫେସ୍ ପ୍ୟାକ୍
ବାନାନା ଫେସପ୍ୟାକ୍ ସମ୍ପୂର୍ଣ୍ଣ ଭାବେ ଘରୋଇ ସାମଗ୍ରୀରେ ପ୍ରସ୍ତୁତ ଏକପ୍ରକାର ଦେଶୀ ଉପଚାର। ଏଥିରେ କଦଳୀ ବ୍ୟତୀତ ଅନ୍ୟାନ୍ୟ ଫଳ ମଧ୍ୟ ବ୍ୟବହାର କରାଯାଇପାରିବ । ଯାହା ମୁହଁକୁ ସଫା କରିବା ସହ ଚମକ ଆଣିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ବାନାନା ଫେସ୍ପ୍ୟାକ୍ ବ୍ୟବହାର କଲେ ଏକ ଫ୍ରେସ୍ ଲୁକ୍ ମଧ୍ୟ ମିଳିଥାଏ । ତ୍ୱଚା ଶୁଷ୍କ ହେଲେ ଖୁବ୍ଶୀଘ୍ର ରୁକ୍ଷ ହୋଇଯାଇଥାଏ । ବିଶେଷକରି ଶୀତଦିନେ ଏହିପରି ସମସ୍ୟା ଅଧିକ ଦେଖିବାବୁ ମିଳିଥାଏ । ତ୍ୱଚାରେ କଦଳୀ ଲଗାଇଲେ ଏପରି ସମସ୍ୟାରୁ ମୁକ୍ତି ମିଳିଥାଏ । ବାନାନା ଫେସ୍ପ୍ୟାକ୍ର ସବୁଠାରୁ ଭଲ ଗୁଣ ହେଲା ଏହା ମୁହଁରେ ଥିବା ମୃତ କୋଷକୁ ଦୂରେଇ ଦେଇଥାଏ । ଯାହାଫଳରେ ତ୍ୱଚାରେ ଏକ ନୂତନ ଚମକ ଆସିଥାଏ । ମୁହଁ ଅତ୍ୟଧିକ ତୈଳାକ୍ତ ହେଉଥିଲେ ବାନାନା ଫେସପ୍ୟାକ୍ ରୋକିଥାଏ । ଯେଉଁମାନଙ୍କର ମୁହଁରେ ଅଧିକ ବ୍ରଣ ବାହାରୁଥାଏ ସେମାନେ ଏହା ଲଗାଇବା ଉଚିତ୍ । ବାନାନା ଫେସପ୍ୟାକ୍ର ଅନ୍ୟ ଏକ ଭଲ ଗୁଣ ହେଲା ସୂର୍ଯ୍ୟ ରଶ୍ମିରୁ ନିର୍ଗତ ହେଉଥିବା ବାଇଗଣୀ ରଶ୍ମି ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ । ତଟକା କଦଳୀରେ ଅଧିକ ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ତେଣୁ ଏହା ଶରୀରକୁ ଯୌବନତ୍ୱ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।