ସମୁଦ୍ର ଜଳରେ ଦ୍ରବୀଭୂତ ଗ୍ୟାସ

Straight to the Point

ବାୟୁମଣ୍ଡଳରେ ଥିବା ପ୍ରାୟ ସମସ୍ତଗ୍ୟାସ ସମୁଦ୍ର ଜଳରେ ଦ୍ରବୀଭୂତ ଅବସ୍ଥାରେ ରହିଥାଏ । ସାଗର ପୃଷ୍ଣ ଉପରିସ୍ଥ ବାୟୁମଣ୍ଡଳରୁ ବିଭିନ୍ନ ବାଷ୍ପ ଅବଶୋଷଣ କରିଥାଏ । ଅମ୍ଳଜାନ ଓ ଯବକ୍ଷାରଜାନ ବ୍ୟତୀତ ବ୍ୟତୀତ ସାଗର ଜଳରେ ଅଙ୍ଗାରକାମ୍ଳ ପ୍ରଚୁର ପରିମାଣରେ ରହିଥାଏ । ମୁଖ୍ୟତଃ କାର୍ବୋନେଟ ଓ ବାଇକାର୍ବୋନେଟ ଲବଣ ରୂପରେ ଏହା ରହିଥାଏ । ସମୁଦ୍ର ଜଳରେ ଆମୋନିଆ, ଆରଗନ, ହିଲିୟମ ଓ ନିଅନ ଆଦି ବିରଳ ଗ୍ୟାସ ମଧ୍ୟ ବିଲୀନ ଅବସ୍ଥାରେ ରହିଥାଏ । ଏଥିରେ ଉଦଜାନ ମଧ୍ୟ ଅଳ୍ପ ପରିମାଣରେ ଥାଏ । ବିଲୀନ ଅମ୍ଳଜାନର ଅନୁପସ୍ଥିତିରେ ହାଇଡ୍ରୋଜେନ ସଲଫାଇଡ ଓ ମିଥେନ ପ୍ରଭୃତି ବିଷାକ୍ତ ଗ୍ୟାସ ମଧ୍ୟ ରହିଥିବା ସମ୍ଭବ ।

ପୃଥିବୀ ଉପରିସ୍ଥ ବାୟୁମଣ୍ଡଳ ତୁଳନାରେ ସାଗରଜଳ ଦ୍ଵାରା ଅବଶୋଷିତ ହୋଇଥିବା ବାୟୁର ପରିମାଣ ଅତ୍ୟନ୍ତ ଅଳ୍ପ ହେଲେ ମଧ୍ୟ ବିଲୀନ ବାୟୁରେ ଅମ୍ରାଜାର ଶତକଡା ମାତ୍ରା ବାୟୁମଣ୍ଡଳସ୍ଥ ଶତକଡା ମାତ୍ରା ଅପେକ୍ଷା ଅଧୁକ । ଉଦାହରଣ ସ୍ବରୂପ ୩୫ ପ୍ରତିଶତ ଲବଣତା ଓ ୫୦° ଫାରେନହାଇଟ ତାପମାତ୍ରା ବିଶିଷ୍ଟ ଏକ ଲିଟର ପୃଷ୍ଣଜଳରେ ୧୮.୭ ସି.ସି ପରିମାଣ ଗ୍ୟାସ ଦ୍ରବୀଭୂତ ଅବସ୍ଥାରେ ରହିଥାଏ । ଏଥିରେ ୬.୪ ସି.ସି. ପରିମାଣ ଅମ୍ଳଜାନ, ୧୨.୦ ସି.ସି. ପରିମାଣ ଯବକ୍ଷାରଜାନ ଏବଂ ୦.୩ ସି.ସି ପରିମାଣ ଅଙ୍ଗାରକାମ୍ଳ ରହିଥାଏ । ବିଲୀନ ଅମ୍ଳଜାନ ମୋଟ ଦ୍ରବୀଭୂତ ବାୟୁର ୩୪ ପ୍ରତିଶତ ଅଟେ । କିନ୍ତୁ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ମାତ୍ରା ୨୧ ପ୍ରତିଶତ ଅଟେ । ସାମୁଦ୍ରିକ ପ୍ରାଣୀମାନେ ଗାଲିଆଦି ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମାଧ୍ୟମରେ ଦ୍ରବୀଭୂତ ଅମ୍ଳଜାନକୁ ଶୋଷଣ କରି ଶ୍ଵାସକ୍ରିୟା ସଂପାଦକ କରିଥାନ୍ତି । ସାଗର ପୃଷ୍ଠାରେ ବିଲୀନ ଅମ୍ଳଜାନର ପରିମାଣ ସର୍ବାଧୂକ ହୋଇଥାଏ ଏବଂ ଗଭୀରତା କ୍ରମରେ ଏହାର ପରିମାଣ ହ୍ରାସ ପାଇଥାଏ । ଅଳ୍ପ ତାପମାତ୍ରା ଓ ଲବଣତା ବିଶିଷ୍ଟ ଜଳରେ ଅଧୁକ ପରିମାଣ ଅମ୍ଳଜାନ ରହିଥାଏ । ଆଟଲାଯିକ ମହାସାଗରରେ ବିଲୀନ ଅମ୍ଳଜାନର ପରିମାଣ ସମ୍ବନ୍ଧରେ ବ୍ୟାପକ ଅନୁସନ୍ଧାନ କରାଯାଇ ନିମ୍ନ ସଦ୍ଦେଶ ମିଳିପାରିଛି । ୨୦° ଦକ୍ଷିଣ ଅକ୍ଷାଂଶ ମଧ୍ୟସ୍ଥିତ କ୍ରାନ୍ତୀୟ ଅଂଚଳରେ ୧୦୦ରୁ ୧୦୦୦ ମିଟର ଗଭୀରତା ମଧ୍ୟରେ ବିଲୀନ ଅମ୍ଳଜାନର ପରିମାଣ ଅତ୍ୟନ୍ତ ନଗଣ୍ୟ ଅଟେ । କିନ୍ତୁ ମେରୁ ନିକଟସ୍ଥ ଉଚ୍ଚ ଅକ୍ଷାଂଶରେ ସମଗଭୀରତାରେ ବିଲୀନ ଅମ୍ଳଜାନର ପରିମାଣ ଅଧୁକ ଥାଏ । କାରଣ ଏହି ସବୁ ଉଚ୍ଚ ଅକ୍ଷାଂଶରେ ଭାରି ପୃଷ୍ଣଜଳ ନିମ୍ନଗାମୀ ହୋଇ ସାଗର ଚଟାଣରେ ଫହ ଏବଂ ଅନ୍ତା ସ୍ରୋତରୂପେ କ୍ରାନ୍ତୀୟ ଅଂଚଳକୁ ପ୍ରବାହିତ ହୋଇଥାଏ । ଏହା ଦ୍ଵାରା ପୃଷ୍ଠରୁ ନିମ୍ନକୁ ଦ୍ରବୀଭୂତ ଅମ୍ଳଜାନ ବିତରିତ ହୋଇଥାଏ ଏବଂ

ସ୍ରୋତର ନିୟମିତ ପ୍ରବାହ ହେତୁ ଅଧୁକ ଗଭୀରତାକୁ ଅମ୍ଳଜାନର ଯୋଗାଣ ଅବ୍ୟାହତ ରହିଥାଏ । ସୁତରାଂ ଉଚ୍ଚ ଅକ୍ଷାଂଶରେ ସବୁ ଗଭୀରତାରେ ଏବଂ କ୍ରାନ୍ତୀୟ ଅଂଚଳରେ ସାଗର ଚଟାଣ ନିକଟରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ଅଦିକ ଥାଏ । ଫଳତଃ ଏହି ଅଂଚଳରେ ଅଧୁକ ସାମୁଦ୍ରିକ ପ୍ରାଣୀ ବାସ କରନ୍ତି । ବାଲଟିକ ସାଗର ଆଦିକେତେକ ସମୁଦ୍ରରେ ଜଳର ଏହି ପ୍ରକାର ନିମ୍ନ ଗମନ ସଂଘଟିତ ହେଉ ନଥିବାରୁ ଚଟାଣ ନିକଟରେ ଅମ୍ଳଜାନ ଆଦୌ ନଥାଏ । ସୁତରାଂ ଏହି ସାଗରରେ ପ୍ରାଣୀମାନେ ଏକ ସୀମିତ ଗଭୀରତା ମଧ୍ୟରେ ବାସ କରିଥାନ୍ତି । ସମଗ୍ର କୃଷ୍ଣ ସାଗରର ଚଟାଣ ନିକଟରେ ଅମ୍ଳଜାନ ଆଦୌ ନ ଥାଏ । ସୁତରାଂ ଏହି ଅଂଚଳରେ ଆଦୌ ସାମୁଦ୍ରିକ ପ୍ରାଣୀ ଦେଖାଯାଇ ନ ଥାନ୍ତି । ପ୍ରାଣୀମାନଙ୍କ ଶ୍ଵାସକ୍ରିୟା ହେତୁ ଆଭ୍ୟନ୍ତରସ୍ଥ ଜଳରେ ବିଲୀନ ଅମ୍ଳଜାନର ମାତ୍ରା ହ୍ରାସ ପାଇଥାଏ । ପୃଷ୍ଠରୁ ଏହି ଅଂଚଳକୁ ଅମ୍ଳଜାନ ପ୍ରେରିତ ହେଉ ନଥିଲେ କ୍ରମେ ଏହା ନିଃଶେଷ ହୋଇଯାଏ ଏବଂ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିପାଇ ଉକ୍ତ ଜଳ ବିଷାକ୍ତ ହୋଇପଡେ ।

error: Thank You Keep Visiting