ମଣିଷକୁ ବୋକା ବନେଇବ ଯନ୍ତ୍ର

Straight to the Point

ଜାପାନର ବୈଜ୍ଞାନିକମାନେ ଏଭଳି ଏକ ଅଦ୍ଭୁତ ଧରଣର ଯନ୍ତ୍ର ବିକଶିତ କରିଛନ୍ତି, ଯାହା ମସ୍ତିଷ୍କକୁ ଚକମା ଦେଖାଇ ମଣିଷକୁ ମୁଖି କରିପାରେ । ଏହି ଯନ୍ତ୍ର ଏଭଳି ପରିସ୍ଥିତି ସୃଷ୍ଟି କରେ ଯେ ସିଏ ଅଧୁକ ଖାଇବା କଥା ସେ କମ ଖାଏ ଓ କମ ଖାଉଥିବା ଲୋକଟି ଅଧୁକ ଖାଇବାକୁ ବାଧ୍ୟ ହୁଏ । ଉଦାହରଣ ବିସ୍କୁଟ ଖାଇବାକୁ ଇଚ୍ଛା କରୁଥିବା ଜଣେ ଲୋକ ଦେହରେ ଏହି ଯନ୍ତ୍ର ଲାଗିଲେ ତାକୁ ବିସ୍କୁଟର ଆକାର ୫୦ ପ୍ରତିଶତ ଅଧୁକ ବଡ ଦେଖାଯିବ । ଯାହାଦ୍ୱାରା ସେ ୧୦ ପ୍ରତିଶତ କମ ବିସ୍କୁଟ ଖାଇବାକୁ ବାଧ୍ୟ ହେବ । ସେହିପରି ଜଣେ ଯଦି ଲୋକ ଦେହରେ ଏହି ଯନ୍ତ୍ର ଲାଗିଲେ ତାକୁ ବିସ୍କୁଟର ଆକାର ୫୦ ପ୍ରତିଶତ ଅଧୁକ ବଡ ଦେଖାଯିବ । ଯାହାଦ୍ୱାରା ସେ ୧୦ ପ୍ରଶତିଶତ କମ ବିସ୍କୁଟ ଖାଇବାକୁ ବାଧ୍ୟହେବେ । ସେହିପରି ଜଣେ ଯଦି କୁକିଳ ଚକଲେଟ ଖାଇବା ପାଇଁ ଇଚ୍ଛା କରୁଛି, ଏହି ଯନ୍ତ୍ର ଯୋଗୁଁ ତାହାର ଆକାର ୫୦ ପ୍ରତିଶତ କମିଗଲେ, ଲୋକ ଜଣକ ୧୫ ପ୍ରତିଶତ ଅଧୁକ କୁକିଜ ଖାଇବ । ଏହି ଯନ୍ତ୍ରରେ ଲାଗିଛି ଏକ କ୍ୟାମେରା ଯାହା ଖାଦ୍ୟଦ୍ରବ୍ୟର ଛବିକୁ କମ୍ପ୍ୟୁଟରକୁ ପଠାଇଥାଏ । କମ୍ପ୍ୟୁଟର ସେହି ଖାଦ୍ୟଦ୍ରବ୍ୟକୁ ବଡ ସାନ କରି ଦେଖାଏ । ଯେଉଁମାନେ ଏହି ଯନ୍ତ୍ର ଧାରଣ କରନ୍ତି, ସେମାନଙ୍କ ଖାଦ୍ୟଦ୍ରବ୍ୟର ପ୍ରକୃତ ଆକାର ସଂପର୍କରେ ଜଣାପଡେନାହିଁ ।

error: Thank You Keep Visiting