ସ୍ମରଣଶକ୍ତି ଓ ମାନସିକ ସ୍ୱାସ୍ଥ୍ୟ

Straight to the Point

ଆମେ ସାଧାରଣତଃ ୧୬ ବର୍ଷ ପର୍ଯ୍ୟନ୍ତ ଯାହାସବୁ ଶିଖୁଥାଉ, ପଢ଼ାପଢ଼ି କରିଥାଉ ତାର ଏକ ରେକର୍ଡି ଆମେ ମସ୍ତିଷ୍କର ସ୍ନାୟୁଚକ୍ରରେ ସୁରକ୍ଷିତ ହୋଇ ରହିଥାଏ । ବୟସ ବୃଦ୍ଧି ସଙ୍ଗେସଙ୍ଗେ ପ୍ରାୟ ଅଧା ବୟସ ୩୦/୩୫ ବର୍ଷ ସୁଦ୍ଧା ସେସବୁ ସ୍ମତିଶକ୍ତିର କ୍ଷୟ ଘଟି ତାହା ଏକବାରେ ଲୋପ ପାଇଯାଏ । ଏ ଧାରଣା ବର୍ଭମାନ ବଦଳିଗଲାଣି । ଏବେ ଗବେଷଣାରୁ ଜଣାପଡିଛି ଯେ ପ୍ରାୟ ୭୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧମାନଙ୍କ ମସ୍ତିଷ୍କରେ ଏକ ନୂଆ ଧରଣର ସ୍ନାୟୁ କୋଷ ସୃଷ୍ଟି ହୋଇଥାଏ । ତାହାଦ୍ବାରା ବୃଦ୍ଧ ବୟସରେ ମଧ୍ୟ ଶିଖୁବା ପାଇଁ ପ୍ରେରଣା ଆସେ । ଚିକିତ୍ସା ବିଜ୍ଞାନରେ ମସ୍ତିଷ୍କର ଏହି ଅଂଶଟିକୁ ହିପୋକ୍ୟାମ୍ପସ୍ କୁହାଯାଏ । । ବର୍ତ୍ତମାନ ସ୍ମରଣଶକ୍ତି ବୃଦ୍ଧି ପାଇଁ ଆମେ କେତୋଟି ପ୍ରାକୃତିକ ଉପାୟ ଦର୍ଶାଉଛୁ ଯାହା ସ୍ୱାସ୍ଥ୍ୟସହାୟକ ଏବଂ ସୁନ୍ଦର ଜୀବନଯାପନ କରିବା ପାଇଁ ପଥପ୍ରଦର୍ଶକ ହୋଇପାରିବ

୧. ନିଜର ମନକୁ ସବୁବେଳେ କିଛି ନା କିଛି କାମରେ ଲଗାନ୍ତୁ । କଥାରେ ଅଛି ଅଳସୁଆର ମସ୍ତିଷ୍କ ସଇତାନର କାରଖାନା । ସତକୁ ସତ ନିକ୍‌ମା ଲୋକଙ୍କର ଯାବତୀୟ ଦୁଃଶ୍ଚିନ୍ତା ଆସେ । ତେଣୁ ଯଦି ଶାରୀରିକ କାର୍ଯ୍ୟ କିଛି ନାହିଁ ତେବେ ନିଜେ ନିଜର ଟିଭି ଖୋଲି ବସନ୍ତୁ, ଦେଖନ୍ତୁ ଏବଂ ସେଥିରେ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ, ଖେଳ ପ୍ରଶ୍ନୋତ୍ତର ଇତ୍ୟାଦି ଲକ୍ଷ୍ୟ କରନ୍ତୁ । ତାହା ସ୍ମରଣଶକ୍ତିକୁ ପ୍ରଖର କରିବାରେ ସାହାଯ୍ୟ କରିବ । ତାହା ସ୍ମରଣଶକ୍ତିକୁ ପ୍ରଖର କରିବାରେ ସାହାଯ୍ୟ କରିବା ଏବଂ ଆପଣଙ୍କ ମନକୁ ସକ୍ରିୟ କରିବା ସହିତ ଆନନ୍ଦ ମଧ୍ୟ ଦେବ । ମାନସିକ ସ୍ୱାସ୍ଥ୍ୟର ଏହା ହେଉଛି ଏକ ପ୍ରାଥମିକ ସଇଁ । ‘ମନ ହିଁ ସ୍ମତି ଶକ୍ତିର ଆଧାର’ । ଏହା ହ୍ରାସ ପାଇଲେ ଜୀବନ ଦୁଃଖପୂର୍ଣ୍ଣ ହୁଏ ଏବଂ ବୃଦ୍ଧି ପାଇଲେ ଜୀବନ ସୁଖୀ ହୁଏ ।

୨. ଶରୀରରେ କ୍ଷୟକାରୀ ଶକ୍ତିଗୁଡିକୁ ପ୍ରତିରୋଧ କରିବା ପାଇଁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଔଷଧ ସେବନ କରିବା ଉଚିତ୍ । କେତେକ ଖାଦ୍ୟରେ ମଧ୍ୟ ଏହି ଆଣ୍ଟିଅକ୍ସିଡାଣ୍ଟ ତନ୍ତ୍ର ରହିଛି । ଯଥା : ଲେମ୍ବୁ, କମଳା, ଅମୃତଭଣ୍ଡା, ଗଜା ଜାତୀୟ ଖାଦ୍ୟ (ମୁଗ, ବୁଟ ଇତ୍ୟାଦି), ପିଜୁଳି ପ୍ରଭୃତି ମିଠା ଜାତୀୟ ଫଳ ଦୈନିକ କିଛି କିଛି ଖାଇବା ଉଚିତ ।

୩. ନିଶା ବଟିକା ଖାଇବା କମାନ୍ତୁ । ଅନେକ ବ୍ୟକ୍ତି ଚିନ୍ତା ଓ ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେତେକ ପ୍ରକାରର ନିଶା ବଟିକା ଖାଇଥାନ୍ତି । ଏଗୁଡିକ ସ୍ମତିଶକ୍ତିକୁ ଖରାପ କରେ । ତେଣୁ ଏହା କମ୍ କରନ୍ତୁ ବା ଜୋର ଜବରଦସ୍ତ ଛାଡି ଦିଅନ୍ତୁ ।

୪. ଦୈନିକ ହାରାହାରି ୪୫ ମିନିଟ୍ ବାଟ ଚାଲନ୍ତୁ । ସପ୍ତାହକୁ ୫ ଦିନ ହେଉ ପଛକେ, ଏ ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଠିକ୍ ରହିବ ।

୫. ତୈଳାକ୍ତ ଥଣ୍ଡା ପାଣିରେ ବଢୁଥିବା ମାଛରେ ଡିଏଚଏ ନାମକ ଏକ ରାସାୟନିକ ତତ୍ତ୍ୱ ଥାଏ । ତାହା ମସ୍ତିଷ୍କର ବିକାଶ ପାଇଁ ଉପଯୋଗୀ । ସେହି ପ୍ରକାର ମାଛ ନିଜ ଖାଦ୍ୟରେ ମିଶାନ୍ତୁ ।

୬. ଶୋଇବା କମ୍ ହେଲେ ମସ୍ତିଷ୍କ ଆକ୍ରାନ୍ତ ହୁଏ । ତେଣୁ ରାତିରେ ଠିକ୍ ସମୟରେ ସଂପୂର୍ଣ୍ଣ ନିଦ୍ରା ଯିବାର ଅଭ୍ୟାସ କରନ୍ତୁ । ଯଦି ନିଦ ନ ହେଉଥାଏ ତେବେ ଶୋଇବା ପୂର୍ବରୁ ଗରମ ପାଣିରେ ଗାଧୋଇବା ବା କ୍ୟାଲସିୟମ ମ୍ୟାଗ୍ନେସିୟମ ଥୁବା ଔଷଧ ଖାଇବା ଉଚିତ । ଏହା ଶୋଇବାରେ ସାହାଯ୍ୟ କରେ । । ୭. ଅବସାଦରୁ ମୁକ୍ତ ହେବାକୁ ଚେଷ୍ଟା କରନ୍ତୁ । ସେଥପାଇଁ ବ୍ୟାୟାମ କରନ୍ତୁ । ଯୋଗ, ଧାନ, ଆନନ୍ଦପ୍ରମୋଦ କିଛି କାର୍ଯ୍ୟରେ ଯୋଗ ଦିଅନ୍ତୁ । ମୋଟ ଉପରେ ମନରୁ ଅବସାଦ ବା କ୍ରାନ୍ତି ଦୂର କରିବା ଲାଗି ଚେଷ୍ଟା କରନ୍ତୁ । । ୮. ଯେତେବେଳେ ଆପଣ କିଛି କଥା, ଘଟଣା ବା ହିସାବ କିତାବ ମନେ ପକାଇବାକୁ ଚାହୁଁଛନ୍ତି ତାକୁ ଅନ୍ୟ କାମସବୁ ଛାଡି ମନେ ପକାଇବାର ଚେଷ୍ଟା କରନ୍ତୁ । ଏପରି କିଛି କଥା, ଘଟଣା ବା ହିସାବ କିତାବକୁ ଲେଖୁ ରଖନ୍ତୁ । ଦରକାରବେଳେ

ସେଗୁଡିକର ମିଳେଇ ନିଜର ସୃତିଶକ୍ତିକୁ ପରୀକ୍ଷା କରନ୍ତୁ । ଦେଖନ୍ତୁ ଆପଣଙ୍କର ମନେରଖୁବାର ଢ଼ାଞ୍ଚା ଠିକ୍ ରହୁଛି କି ନାହିଁ । । ଆଜିର ବୈଜ୍ଞାନିକ ଯୁଗରେ ମଣିଷ ଯଦି ତାରି ମନର ଅବସ୍ଥାକୁ ଠିକ୍ ନ ରଖୁବ ତେବେ ଭୟାବହ ରୋଗର ଓ ବିପର୍ଯ୍ୟୟର ଶିକାର ହେବାକୁ ବାଧ ତେଣୁ ସ୍ମରଣଶକ୍ତି ହେଉଛି । ସବୁଠାରୁ ବଡ ଶକ୍ତି ଏବଂ ଏହା ସ୍ବାସ୍ଥ୍ୟରକ୍ଷା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏହା ସତ୍ୟ ଯେ ଆଜିକାଲି ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶତକଡା ୨୫ ଭାଗ ମାନସିକ ଦୃଷ୍ଟିରୁ ରୋଗ ଭୋଗ କରୁଥିବାର ଜଣାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏହା ପ୍ରକାର ପାଇଛି ।

ସୁତରାଂ, ସ୍ମତିଶକ୍ତିର ପୁନର୍ଗଠନ ଓ ସୁରକ୍ଷା ସକାଶେ ଆମେ ଉଦ୍ୟମ କରିବା ଉଚିତ । ଆଜୀବନ ଜଣେ ମଣିଷ କିପରି କର୍ମକ୍ଷମ ହୋଇ ରହିପାରିବ ତାହା ନିର୍ଭର କରେ ସ୍ମରଣଶକ୍ତି ଉପରେ । ସ୍ମରଣଶକ୍ତି ହେଉଛି ମଣିଷର ମସ୍ତିଷ୍କର ଭାରସାମ୍ୟ ରକ୍ଷାକାରୀ ଶକ୍ତି, ଯି ଏହା କୌଣସି କାରଣରୁ ହ୍ରାସ ପାଏ ତେବେ ଜୀବନ ପଶୁତୁଲ୍ୟ ବିବେଚିତ ହେବ । । ଏଣୁ ସ୍ମରଣଶକ୍ତି ହ୍ରାସକୁ ଏକ ରୋଗ ମନେକରି ତାର ଉପଯୁକ୍ତ ଚିକିତ୍ସା ପାଇଁ ଆୟୁର୍ବେଦ ନିର୍ଦ୍ଦିଷ୍ଟ କେତେକ ସ୍ବାଭାବିକ ଓ ପ୍ରକୃତିଦତ୍ତ ଚିକିତ୍ସା ପଦ୍ଧତି ଅନୁସରଣ କରିବା ଉଚିତ । ଉପରୋକ୍ତ କେତୋଟି ଉପାୟ ଜନସଚେତନତା ଲାଗି ଉଦ୍ଦିଷ୍ଟ ଏ ଦିଗରେ ଉପଲବ୍ଧ ଆୟୁର୍ବେଦସମ୍ମତ ସ୍ମରଣଶକ୍ତି ରସାୟନ ବିଶେଷ ଫଳପ୍ରଦ ।

error: Thank You Keep Visiting