ଧୂମପାନ ଓ ପାନ ମସଲା କ୍ଷତିକାର

Straight to the Point

ଧୂମପାନ ଓ ବିଭିନ୍ନ ପାନ ମସଲା ଭାବେ ଆଜିକାଲି ବହୁତ ବ୍ୟବହୃତ ଗୁଟ୍କା, ଜର୍ଭ ଇତ୍ୟାଦି ରଙ୍ଗ ବେରଙ୍ଗର ପୁଡିଆ ସ୍ବାସ୍ଥ୍ୟ ପକ୍ଷରେ ଘାତକ ଓ ଭୟଙ୍କର ବୋଲି ଚିକିତ୍ସା ବିଜ୍ଞାନୀମାନଙ୍କର ଅନୁସନ୍ଧାନରୁ ଜଣାପଡିଛି । ଅଭ୍ୟାସ କରି ପାନମସଲା ଖାଉଥିବା ଲୋକଙ୍କର ମୁଖଗହ୍ମର କର୍କଟ ହେବାର ସମ୍ଭାବନା ବେଶିଥାଏ । ଆମ ଦେଶରେ ଏ ପ୍ରକାର ପାନମସଲା ଖାଉଥିବା ଲୋକଙ୍କଠାରୁ ଶତକଡା ୧୮ରୁ ୨୦ ଭାଗ ଲୋକଙ୍କଠାରେ ମୁଖ ଗହ୍ମର କର୍କଟ ହେଉଥିବା କଥା ଭାରତୀୟ ଭେଷଜ ପରିଷଦ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ପାନମସଲାରେ ମୁଖ୍ୟତଃ ତମାଖୁ ଥାଏ ଏବଂ ଏହି ତମାଖୁ ହେଉଛି ବିଷର ଆଧାର । ପୁଣି ଏହା ସହିତ ଚୁନ, ଖଇର ଓ ଗୁଆର ସଂଯୋଗ ହେତୁ ଏହା ଆହୁରି ମାରାମ୍ବକ ବିଷୟକ୍ରିୟା କରିଥାଏ । ତମାଖୁ ହେଉଛି ଧୂଆଁପତ୍ର ବା ବାଇଗଣିପତ୍ର ଯାହାକୁ କେବଳ ଏହି ଉଦ୍ଦେଶ୍ୟରେ ଚାଷ କରାଯାଏ । ତମାଖୁରୁ ବିଡି, ସିଗାରେଟ, ଜର୍ଦା ଇତ୍ୟାଦି ସମସ୍ତ ପ୍ରକାର ପାନସମଲା ତିଆରି ହୁଏ । ଏଣୁ ଏହାର ବ୍ୟବହାର ଉପରେ କଟକଣା ଜାରି କରାଯିବା ପାଇଁ ବିଶ୍ଵାସ୍ଥ୍ୟ ସଂଗଠନ ତରଫରୁ ସବୁ ଦେଶ ସରକାରମାନଙ୍କୁ କୁହାଯାଇଛି । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକର ଜାଣି ମଧ୍ୟ ଆମେ ଏସବୁକୁ ଉପଭୋଗ କରୁଛୁ । ବିଶେଷ କରି ତମାଖୁ ବ୍ୟବହାରକାରୀର ମତିଗତି ଶିଥୁଳ ଓ ସ୍ପନ୍ଦନହୀନ ହୋଇପଡେ । ଓ ତାର ମସ୍ତିଷ୍କର ସ୍ନାୟବିକ ପ୍ରଗତି ବ୍ୟାହତ ହୁଏ । ଏହା ସହିତ ଶରୀରର ଅନ୍ୟାନ୍ୟ ଅଂଶ ଯଥା : ଫୁସ୍‌ଫୁସ୍, ହୃତ୍‌ପିଣ୍ଡ, ଯକୃତ, ବୃକକ୍ ଇତ୍ୟାଦିକୁ ମଧ୍ୟ ଏଥିରେ ଥିବା ନିକୋଟିନ୍ ଭଳି ମାରାତ୍ମକ ବିଷ ଧୀରେ ଧୀରେ ରକ୍ତରେ ସଂଚାରିତ ହୋଇ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟିକରେ । । ତେଣୁ ଧୂପପାନ ଯଥା : ବିଡି, ସିଗାରେଟ ପିଇବା ଓ ପାନମସଲା ଯଥା : ଜର୍ଦା, ଗୁଟକା, ଖଇନି ଇତ୍ୟାଦି ସେବନ କରିବା ସ୍ୱାସ୍ଥ୍ୟପକ୍ଷରେ କ୍ଷିକାରକ ଜାଣି ସେସବୁ ବଦଭ୍ୟାସରୁ ମୁକ୍ତରହିବା ସମସ୍ତଙ୍କର ଏକ ସାମାଜିକ କର୍ତ୍ତବ୍ୟ । ଦେହ ଓ ମନ ଉଭୟ ଏହାରି ମୂଳ ଉପାଦାନ ତମାଖୁର ବିଷାକ୍ତ ତତ୍ତ୍ବ ଦ୍ଵାରା କ୍ୟାନ୍ସର, ହୃଦ୍‌ରୋଗ, ଯକ୍ଷ୍ମା, ରକ୍ତ ଚାପ ଇତ୍ୟାଦି ଅସାଧ୍ୟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ମାନସିକ ଉଦ୍‌ବେଗ, ଚାପ, ସ୍ନାୟବିକ ବିଶୃଙ୍ଖଳା, ସ୍ମତିଭ୍ରଂଶତା ଇତ୍ୟାଦି ବିକୃତି ସୃଷ୍ଟିକରେ । ଏସବୁ ଦୃଷ୍ଟିରୁ ଧୂମପାନ ଓ ପାନମସଲକୁ ନିୟନ୍ତ୍ରିତ କରିବା ଉଚିତ ।

error: Thank You Keep Visiting