ଯୌବନର ରାଜ୍‍

Straight to the Point
ସର୍ବଦା ଯୁବା ଦିଶିବା ପାଇଁ ସଭିଏଁ ସ୍ୱପ୍ନ ଦେଖନ୍ତି…. କାହିଁ  କେଉଁ ଯୁଗରୁ ଏଥିପାଇଁ ବିଭିନ୍ନ ପ୍ରକାର ପ୍ରୟୋଗ ମଧ୍ୟ କରାଯାଉଛି । ସମୟ ସହ ଆବିଷ୍କୃତ କୌଶଳରେ ସୁବିଧା ତଥା ଭିନ୍ନ ଭିନ୍ନ କସ୍‍ମେଟିକ୍‍ସ ପ୍ରୟୋଗ ଦ୍ୱାରା ବୟସ ସହ ବୃଦ୍ଧି ପାଉଥିବା ସମସ୍ୟାକୁ ଆଜି ଅନେକାଂଶରେ ଲୁଚାଇ ଦିଆଯାଇ ପାରୁଛି । ଆଣ୍ଟି ଏଜିଙ୍ଗ୍‍ ଉତ୍ପାଦ ଏହି କ୍ଷେତ୍ରରେ ସବୁଠାରୁ ବେଶୀ ପ୍ରଚଳିତ ଓ ଆକର୍ଷିତ ନାମ ହୋଇଯାଇଛି । କିନ୍ତୁ ଏତେ ସବୁ ବ୍ରାଣ୍ଡ ଏବଂ ଉତ୍ପାଦ ମଧ୍ୟରେ କେଉଁଟା ଠିକ୍‍ କେଉଁଟା ଭୁଲ୍‍ ତାହା ବାଛିବା ଏକ ମୁସ୍କିଲ୍‍ ବ୍ୟାପାର । ବଜାରରେ ଉପଲବ୍ଧ ସବୁ ଜିନିଷ ଉପରେ ତ ଭରସା କରାଯାଇ ପାରେନା । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି…
ଆଣ୍ଟି ଏଜିଙ୍ଗ୍‍ ଉତ୍ପାଦଗୁଡିକ ଅନେକାଂଶ ଲାଭଦାୟକ ବୋଲି ବିଷେଷଜ୍ଞମାନେ ମତ ଦିଅନ୍ତି । କିନ୍ତୁ ଖୁବ୍‍ ଭାବିଚିନ୍ତି ଏଗୁଡ଼ିକୁ ବ୍ୟବହାର କରିବା ଉଚିତ୍‍ ।
  •  କୌଣସି ଜିନିଷ କିଣିବା ପୂର୍ବରୁ ସେ ବିଷୟରେ ଜାଣିବା ଉଚିତ୍‍  ।
  • ବୟସ ସହିତ ବୃଦ୍ଧି ପାଉଥିବା ଚିହ୍ନକୁ ଆପଣ ନିଶ୍ଚିତ ଭାବେ ହାଲ୍‍କା କରିପାରିବେ, କିନ୍ତୁ ସମ୍ପୂର୍ଣ୍ଣ ରୋକିପାରିବେ ନାହିଁ । ତେଣୁ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର ଚିକିତ୍ସା କଲେ ଏଥିରୁ ମୁକ୍ତି ମିଳିବ  ।
  • ମୁହଁରେ ଭାଙ୍ଗ ଏବଂ କହରା କେଶ ରହିଥିଲେ ତାହା ଏକ ଭିନ୍ନ ଆକର୍ଷଣ ।
  • ଠିକ୍‍ ସମୟରେ ଆଣ୍ଟି ଏଜିଙ୍ଗ୍‍  ଉତ୍ପାଦ ବ୍ୟବହାର କରି ତ୍ୱଚାକୁ ଭଲ ଅବସ୍ଥାକୁ ଫେରାଇ ଆଣିପାରିବେ ଏବଂ ଉପଯୁକ୍ତ ସମୟରେ ସୁନ୍ଦର ତ୍ୱଚାର ଅଧିକାରିଣୀ ହୋଇପାରିବେ ।
  • ୩୦ବର୍ଷ ପରେ ଏହି ଉତ୍ପାଦଗୁଡିକୁ ପ୍ରୟୋଗ କରିବା ଆରମ୍ଭ କରନ୍ତୁ ଓ ଯାହା ଆପଣ ବ୍ୟବହାର କରୁଛନ୍ତି ତାହା ବ୍ରାଣ୍ଡେଡ୍‍ ହୋଇଥିବା ନିହାତି ଜରୁରି ।
  • ଏସବୁ ଲକ୍ଷଣ ଦେଖାଦେଲେ ଆପଣ ଆଣ୍ଟି ଏଜିଙ୍ଗ୍‍ କ୍ରିମ୍‍ ବ୍ୟବହାର କରିପାରିବେ ।
  • ତ୍ୱଚାକୁ ସୁଟ୍‍ କରୁଥିବା କ୍ରିମ୍‍ ହିଁ ବ୍ୟବହାର କରନ୍ତୁ । ମନେରଖନ୍ତୁ ଏହି ଉତ୍ପାଦଗୁଡିକ ନିୟମିତ କରିବା ଦ୍ୱାରା ହିଁ ଫାଇଦା ହୋଇଥାଏ ।
  • ଦିନ  ଓ ରାତିର କ୍ରିମ୍‍ ମଧ୍ୟରେ ଥିବା ଫରକ ଜାଣିବା ଉଚିତ୍‍ । କେତେକ କ୍ରିମ୍‍ରେ ଏକ୍ସଫୋଲିଏଟିଙ୍ଗ ଏଜେଣ୍ଟସ୍‍ ଥାଇପାରେ  । ଏଭଳି କ୍ରିମ୍‍କୁ ରାତିରେ ତଥା ଉଚିତ୍‍ ମାତ୍ରାରେ ହିଁ ବ୍ୟବହାର କରନ୍ତୁ । ଦିନରେ ଅଧିକ ପରିମାଣର ଲଗାଇବା ଦ୍ୱାରା ତ୍ୱଚାରେ କ୍ଷତି ପହଞ୍ଚାଇଥାଏ  ।
ଏହାଛଡ଼ା ଅସମୟରେ ଦେଖାଦେଉଥିବା ବୟସର ଚିହ୍ନକୁ ମଧ୍ୟ ତ୍ୱଚାରୁୁ ରକ୍ଷା କରନ୍ତୁ । ସୂର୍ଯ୍ୟକିରଣଠାରୁ ତ୍ୱଚାକୁ ବଞ୍ଚାନ୍ତୁ । ଉତ୍ତମ ସନ୍‍ସ୍କ୍ରିନ୍‍ ଲୋସନ୍‍ ବ୍ୟବହାର କରିବା ସହ ଭୋଜନରେ ପ୍ରୋଟିନ୍‍  ସାମିଲ୍‍ କରନ୍ତୁ । ଭିଟାମିନ୍‍-ଇ, ସି ତଥା ବିଟା ଭଳି ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରେ ଲଗାଇଲେ ଭଲ  । ମିଠା ଖାଇବା ଯେତେସମ୍ଭବ କମାଇ ଦିଅନ୍ତୁ ଓ ଉଚିତ୍‍ ନିଦ୍ରା ଯାଆନ୍ତୁ ।
error: Thank You Keep Visiting