ଘରେ ଜିମ୍ କରିବା ବହୁତ ସହଜ
ଘରେ ଜିମ୍ କରିବା ବହୁତ ସହଜ । ଏଥିପାଇଁ ଆପଣଙ୍କ ପାଖରେ କିଛି ଅର୍ଥ ଏବଂ ଘରେ ଆବଶ୍ୟକ ସ୍ଥାନ ଥିବା ଦରକାର ।
- ପ୍ରଥମେ ଘରର କେଉଁ ସ୍ଥାନରେ ଜିମ୍ କରିବେ ତାହା ସ୍ଥିର କରନ୍ତୁ । ତାହା ବେଡରୁମ୍ ଠାରୁ ଟିକିଏ ଦୂରରେ ରହିଲେ ଭଲ । ଯାହାଦ୍ୱାରା କି ଆପଣ ଘରେ ରହି ମଧ୍ୟ ଜିମ୍ରେ ଥିବା ଭଳି ଅନୁଭବ କରିପାରିବେ ।
- ଅନ୍ଧାରୁଆ ଘର ଅପେକ୍ଷା ଯେଉଁ ଘରେ ସୂର୍ଯ୍ୟଲୋକ ପଡୁଥିବ ସେହି କୋଠରଶରେ ଜିମ୍ର ଉପକରଣ ରଖନ୍ତୁ ।
- ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିମ୍ ଉପକରଣ ରଖିବା ପାଇଁ ଆପଣଙ୍କ ଘରର ଚଟାଣ ଶକ୍ତ କି ନୁହେଁ ତାହା ପରଖି ନିଅନ୍ତୁ । ଚଟାଣ ଦୁର୍ବଳ ହୋଇଥିଲେ ସେଥିରେ କାର୍ପେଟ ପକାଇ ଉପକରଣ ରଖିବା ଭଳି ଉପଯୁକ୍ତ ସ୍ଥାନ ବନାଇ ପାରିବେ ।
- ଜିମ୍ ଉପକରଣଗୁଡିକର ଦାମ୍ ବହୁତ ହୋଇଥିବାରୁ ଯେଉଁଗୁଡିକ ଆପଣଙ୍କର ସବୁଠୁ ଅଧିକ ଦରକାରରେ ଆସିବ ତାକୁ ହିଁ ପ୍ରଥମେ କିଣନ୍ତୁ ।
- ଶରୀରକୁ ୱାର୍ମଅପ୍ କରିବାକୁ ଆପଣଙ୍କୁ ଟ୍ରେଡମିଲ୍ ବା ଷ୍ଟେସନାରୀ ସାଇକେଲର ଆବଶ୍ୟକତା ରହିଛି । ୱାର୍ମଅପ୍ ପରେ ୱେଟ୍ ଲିଫ୍ଟିଂ ବା ଭାରୋତ୍ତୋଳନ ପାଇଁ ନିଜର ବଜେଟ୍ ଅନୁସାରେ ଏକ ସିଙ୍ଗଲ ଷ୍ଟେସନ୍ ବା ମଲ୍ଟି ଷ୍ଟେସନ୍ର ୱାର୍କ ଆଉଟ୍ ମେସିନ୍ କିଣନ୍ତୁ ।
- ୱାର୍କ ଆଉଟ୍ ଦ୍ୱାରା କିଛି ସମୟ ପରେ ଶରୀରରୁ ଝାଳ ବାହାରିଥାଏ । ଏହାଦ୍ୱାରା ସମୟ ସମୟରେ ଜିମ୍ ଉପକରଣରେ ବି ଝାଳ ଲାଗିଯାଇଥାଏ । ଏଥିପାଇଁ ସବୁବେଳେ ନିଜ ପାଖରେ ସୁଗନ୍ଧଯୁକ୍ତ କିଛି ୱାଇପ୍ର ରଖନ୍ତୁ ।
- ଯଦି ଆପଣ ସଂଗୀତ ଶୁଣିବାକୁ ଭଲପାଆନ୍ତି । ତା’ହେଲେ ଜିମ୍ରେ ଏକ ଭଲ ମ୍ୟୁଜିକ୍ ସିଷ୍ଟମ୍ ରଖନ୍ତୁ
ଏହାଛଡା ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାନ୍ଥରେ ଆଇନା ସେଟ୍ କରିବା । ଏହାଦ୍ୱାରା ଆପଣ ଶରୀରର ବିଭିନ୍ନ ସ୍ଥାନକୁ ଠିକ୍ ଭାବେ ଦେଖିପାରିବେ ଏବଂ ସେହି ଅନୁଯାୟୀ ୱାର୍କଆଉଟ୍ କରିପାରିବେ ।