ରୁଚୁ ନ ରୁଚୁ ଖାଅ ପିତା

Straight to the Point
ଆଗେ ବୃକ୍ଷଲତାକୁ ଆମେ ପୂଜା କରୁଥିଲୁ । ବିଶ୍ୱାସ ଥିଲା ବୃକ୍ଷମୂଳରେ ଦେବତା ବାସ କରନ୍ତି । କିନ୍ତୁ ଏଗୁଡିକର ଔଷଧୀୟ ଗୁଣ ସଂପର୍କରେ ସମ୍ୟକ ଧାରଣା ଥିଲା । ନିମ୍ବଗଛକୁ ଦାରୁ ଦେବତା ରୂପେ ପୂଜା କରାଯାଉଥିଲା । କିନ୍ତୁ ଏହାର ଯେ ଅନେକ ଔଷଧୀୟ ଗୁଣ ରହିଛି ତାହା ଆପଣଙ୍କୁ ନିଶ୍‌ଚିତ ବିସ୍ମିତ କରିପାରେ । ତେବେ ଚାଲନ୍ତୁ ସେ ସଂପର୍କରେ ଜାଣିବା । ନିମ୍ବଗଛ ଏଭଳି ଏକ ଗଛ ଯାହାର ପ୍ରତ୍ୟେକ ଜିନିଷ ବ୍ୟବହାର ଉପଯୋଗୀ । ଡାଇବେଟିସଠାରୁ ଆରମ୍ଭ କରି ଏଡସ, କ୍ୟାନସର ଭଳି ମାରାତ୍ମକ ରୋଗର ଔଷଧୀୟ ବୃକ୍ଷ ହେଉଛି ନିମ୍ବ । କାଛୁ କୁଣ୍ଡିଆ ତଥା ବିଭିନ୍ନ ପ୍ରକାର ଚର୍ମରୋଗ ପାଇଁ ଏହା ଅମୃତମୂଲ୍ୟ । ଯେଉଁମାନେ ଆଜମା ବା ଶ୍ୱାସରୋଗରେ ପୀଡିତ ସେମାନେ ନିମ୍ବର ମଂଜିକୁ ପାନରେ ମସଲା ସଦୃଶ ଚୋବାଇ ଖାଇଲେ ସେଥିରୁ ସୁରକ୍ଷା ପାଇପାରିବେ । ପେଟରେ ଛୋଟ ଛୋଟ ପତର ହୋଇଥିଲେ ନିମ୍ବ ପତ୍ର ନିୟମିତ ଖାଇଲେ କିଛିଦିନ ପରେ ପଥରଗୁଡିକ ଆପେ ଆପେ ବାହାରି ଆସିଥାଏ । ନିମ୍ବର ଫୁଲକୁ ଖାଇବା ଦ୍ୱାରା କଫ ଭଲ ହୋଇଥାଏ । ନିମ୍ବର ଫୁଲକୁ ଖାଇବା ଦ୍ୱାରା କଫ ଭଲ ହୋଇଥାଏ । ନିମ୍ବର ଛାଲି ଦ୍ୱାରା କାଶ ମଧ୍ୟ ଭଲ ହୋଇ ଯାଇଥିଲା । ଶରୀରର କୌଣସି ସ୍ଥାନରେ ଧଳା ଚିହ୍ନ ହେଲେ ତୁରନ୍ତ ନିମ୍ବ ପୁଲ, ଫଳ ତଥା ପତ୍ରକୁ ଭଲ ଭାବେ ମିଶାଇ ପେଷ୍ଟ କରି ସେହି ସ୍ଥାନରେ ଲଗାଇବା ସହିତ ତାହାକୁ ପାଣିରେ ମିଶାଇ ସେବନ କଲେ ସେଥିରୁ ତୁରନ୍ତ ରକ୍ଷା ମିଳେ । ଏହାଛଡା ପେଟରେ କୃମି ହୋଇଥିଲେ ନିମ୍ବପତ୍ରକୁ ବାଟି ସପ୍ତାହରେ ଦୁଇ ଥର ପିଇଲେ କୃମି ଦୂର ହୋଇଥାଏ । ଖାଦ୍ୟରେ ଅରୁଚି ଦେଖାଦେଲେ କୋତୋଟି କଅଁଳିଆ ନିମ୍ବପତ୍ରକୁ ବାଟି ତା ରସକୁ ସପ୍ତାହକୁ ଥରେ ପିଇଲେ ସେଥିରୁ ମୁକ୍ତି ମିଳିଥାଏ । କେବଳ ସେତିକି ନୁହେଁ ନିମ୍ବ ପତ୍ରର ରସକୁ ନାକରେ ପକାଇବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ ଏବଂ କାନରେ ପକାଇବା ଦ୍ୱାରା କାନବିନ୍ଦା ମଧ୍ୟ ଦୂର ହୁଏ । ନିମ୍ବଫୁଲକୁ ଖରାରେ ଶୁଖାଇ ସନ୍ତୁଳା କିମ୍ବା ଭଜାରେ ପକାଇ ରାନ୍ଧି ଖାଇବା ଦ୍ୱାରା ବହୁ ରୋଗକୁ ଏଡାଇ ଦେଇହେବ । ନିମ୍ବତେଲକୁ ଶରୀରରେ ମାଲିସ କରିବା ଦ୍ୱାରା ବିଭିନ୍ନ ଚର୍ମରୋଗ ଦୂର ହୋଇଥାଏ । ନିମ୍ବପତ୍ରକୁ ଗରମପାଣିରେ ପକାଇ ତାହାକୁ ଥଣ୍ଡା କରି ଗାଧୋଇବା ଦ୍ୱାରା ବହୁତ ଲାଭ ହୋଇଥାଏ । ପ୍ରତ୍ୟେକ ଦିନ ନିମ୍ବକାଠିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ମଜବୁତ ହେବା ସହ ଦାନ୍ତ ମୂରେ ଥିବା ଜୀବାଣୁ ମଧ୍ୟ ଦୂର ହୋଇଯାଇଥାନ୍ତି । ତା ଛଡଶ ମୁଖ ଦୁର୍ଗନ୍ଧ ମଧ୍ୟ ଚାଲିଯାଏ । ଧଳା ବାଳକୁ କଳା କରିବା ପାଇଁ ନିମ୍ବତେଲରୁ କିଛି ବୁନ୍ଦା ନାକରେ ପକାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ସେଥିପାଇଁ କୁହାଯାଏ ରୁଚୁ ନ ରୁଚୁ ଖାଅ ପିତା ।
error: Thank You Keep Visiting