କଳାଜିରା ଓ ସ୍ୱାସ୍ଥ୍ୟ
ପଞ୍ଚଫୁଟଣରେ କଳାଜିରା ଅନ୍ୟତମ ଉପାଦାନ ଭାବେ ବ୍ୟବହାର କରାଯାଏ । ଏହା କାହିଁକି ପଞ୍ଚଫୁଟଣରେ ସ୍ଥାନ ପାଇଛି ଏବଂ ଏହାର ସ୍ୱାସ୍ଥ୍ୟ ପ୍ରତି କିଭଳି ଉପକାରିତା ରହିଛି । ଆସନ୍ତୁ ସେ ସମ୍ବନ୍ଧରେ କିଛି ମହତ୍ୱପୂର୍ଣ୍ଣ କଥା ଜାଣିବା ।
କଳାଜିରାକୁ ଇଂରାଜୀ ନାମ ନିସେଲା ସାତିଭା କୁହନ୍ତି । ହିନ୍ଦି ଏବଂ ଉର୍ଦ୍ଦୁରେ ଏହାକୁ କାଲୋଞ୍ଜି କହିଥାଆନ୍ତି । କଳାଜିରା ଏକ ଚତ୍ମକାରୀ ଜଡ଼ିବୁଟି ଭାବରେ ଆର୍ୟୁବେଦରେ ବ୍ୟବହାର କରାଯାଇଥାଏ ।
- କଳାଜିରାର ବ୍ୟବହାର ଦ୍ୱାରା ଲିଉକୋମିଆ, ଆନେମିଆ, ରକ୍ତଚାପ, ଏଚ୍ଆଇଭି ଏଡ୍ସ, ଡାଇବେଟିସ, ପାଇରିଆ, ମୋଟାପା ଇତ୍ୟାଦି ରୋଗ ଭଲ ହୋଇଥାଏ ।
- କୃମି ନାଶକ: ପେଟରେ କୃମି ହୋଇଥିଲେ, କଳାଜିରା ଖାଇବା ଦ୍ୱାରା କୃମି ନାଶ ହୋଇଥାଏ ।
- କଳାଜୀରାକୁ ଭଲ ଭାବରେ ଭାଜି ଏହାକୁ ଗୁଣ୍ଡ କରି ଖାଇଲେ ଅର୍ଶ ଦୂର ହୋଇଥାଏ ।
- ଦାନ୍ତ ବିନ୍ଧୁଥିଲେ କଳାଜିରାକୁ ପାଣିରେ ଫୁଟାଇ ସେହି ପାଣିରେ କୁଳି କରିବା ଦ୍ୱାରା ଦାନ୍ତ ବିନ୍ଧା ବନ୍ଦ ହୋଇଥାଏ ।
- ଶିଶୁ ଜନ୍ମ ହେବା ପରେ ମା’ର କ୍ଷୀର କମ୍ ହେଉଥିଲେ କଳାଜୀରାର ଚାରି ପାଞ୍ଚଟି ଦାନା ଚୋବାଇ ଖାଇବା ଦ୍ୱାରା କ୍ଷୀର ଭଲ ହୋଇଥାଏ ।
- ଯଦି କୌଣସି ବ୍ୟକ୍ତିଙ୍କର ପରିଶ୍ରା ହେଉନାହିଁ । ତେବେ କଳାଜିରା ଖାଇବା ଦ୍ୱାରା ଭଲଭାବେ ପରିଶ୍ରା ହୋଇଥାଏ ।
- ମହିଳାମାନଙ୍କର ଋତୁଶ୍ରାବ ଅସୁବିଧା ହେଉଥିଲେ କଳାଜିରା ଖାଇବା ଦ୍ୱାରା ଏହା ଦୂର ହୋଇଥାଏ ।
- କିଡ୍ନିରେ ପଥୁରୀ ହୋଇଥିଲେ ମହୁ ସହିତ କଳାଜିରା ଗୁଣ୍ଡ ମିଶାଇ ଖାଇଲେ ପଥୁରୀ ମିଳାଇଯାଇ ବାହାରି ଆସିଥାଏ ।