ନିଜ ସାଥୀଠାରୁ କେଉଁ କଥା ଶୁଣିବାକୁ ପୁଅମାନେ ଆଗ୍ରହ କରନ୍ତି

Straight to the Point

ସମସ୍ତେ ଜାଣିଛେ ଝିଅମାନେ ନିଜର ପ୍ରଶଂସା ଶୁଣିବାକୁ ବେଶ ପସନ୍ଦ କରିଥାନ୍ତି , କିନ୍ତୁ କଣ ଆପଣ ଜାଣନ୍ତି ପୁଅମାନେ ମଧ୍ୟ ନିଜ ସାଥୀ ଠାରୁ କଛିି କଥା ଶୁଣିବାପାଇଁ ବେଶ ପସନ୍ଦ କରିଥାଆନ୍ତି। ଏମିତି କି ନିଜ ସାଥୀ ଠାରୁ ସେହି କଥା ଶୁଣିବାପାଇଁ ବ୍ୟଗ୍ର ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ନିଜ ସାଥୀ ମୁହଁରୁ କେଉଁ କଥା ପଦକ ଶୁୁଣିବାପାଇଁ ପୁଅମାନେ ଆଗ୍ରହ ଦେଖାଇଥଆନ୍ତି।

ସବୁ ପୁଅମାନେ ଚାହାନ୍ତି ନିଜ ସାଥୀ ସବୁବେଳେ ତାଙ୍କୁ କହୁ ତୁମ ସହିତ ସମୟ ବିତାଇବା ପାଇଁ ମୋତେ ବହୁତ ଭଲ ଲାଗୁଛି , ଯେଉଁ ସମୟରେ ମୁଁ ଯେବେ ତୁମ ସହ ରୁହେ ନିଜକୁ ସୁରକ୍ଷିତ ମନେକରେ ମୋତେ ଲାଗେ ଯେମିତି ମୁଁ ତୁମକୁ ପାଇ ମୋ ଜୀବନର ସବୁକିଛି ପାଇଯାଇଛି।
ଯେମିତି ଝିଅମାନେ ତାଙ୍କ ସାଥୀଠାରୁ ନିଜର ପ୍ରଶଂସା ଶୁଣିବାକୁ ବେଶ ପସନ୍ଦ କରିଥାନ୍ତ ଠିକ ସେମିତି ପୁଅମାନେ ମଧ୍ୟ ଏହିଭଳି ଚାହିଁଥାଆନ୍ତି। ତାଙ୍କ ସାଥୀ ତାଙ୍କୁ କହୁ ତୁମର ପୋଷାକ ପରିଧାନ , ତୁମ କଥାକୁହା ଶୈଳୀ ମୋତେ ବେଶ ଭଲଲାଗେ।

ପ୍ରାୟ ଦେଖାଯାଏ ସମ୍ପର୍କର କିଛିଦିନପରେ ଟିକେ ଟିକେ କଥାରେ ଝଗଡା ହେବା ଗାଳି କରିବା ଇତ୍ୟାଦି। ପୂର୍ବଭଳି ପୁଅ ନିଜ ସାଥୀର ଯତ୍ନ ନନେବା ଦ୍ୱାରା ଏହିଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ସାଥୀ କହେ ତୁମେ ଆଗଭଳି ଆଉନାହଁ ବହୁତ ପରିବର୍ତ୍ତନ ହୋଇଯାଇଛ। ମୋ ପାଇଁ ତୁମ ମନରେ ଆଗଭଳି ଭଲପାଇବା ନାହିଁ। ନିଜ ସାଥୀଠାରୁ ଏହି ଭଳି କଥା ଶୁଣିବାକୁ ପୁଅମାନେ ପସନ୍ଦ କରନ୍ତି ନାହିଁ। ସେ ଚାହାନ୍ତି ତାଙ୍କ ସାଥୀତାଙ୍କୁ କହୁ ତୁମେ ସବୁବେଳେ ମୋ ସାଥୀରେ ଏମିତି ରହିଥିବ କେବେବି ମୋତେ ଭୁଲିବନି। ତୁମ ଭଳି ସାଥୀ ସବୁ ଜନ୍ମରେ ମୋତେ ମିଳୁ।
ପୁଅ ମାନେ ଏହା ଶୁଣିବାକୁ ମଧ୍ୟ ପସନ୍ଦ କରିଥାନ୍ତି ତାଙ୍କ ସାଥୀ ତାଙ୍କୁ ସବୁବେଳେ କହୁ ମୋ ଜୀବନରେ ମୋର ବହୁତ ପୁଅ ସାଙ୍ଗ ଅଛନ୍ତି , ବହୁତ ଲୋକଙ୍କୁ ମୁୂଁ ଜାଣିଛି ହେଲେ ତୁମେ ସେମାନଙ୍କ ଠାରୁ ସମ୍ପୁର୍ଣ୍ଣ ଅଲଗା। ମୋତେ ଏମତି ଲାଗୁଛି ଯେମିତି ତୁମେ ମୋପାଇଁ ହି ଜନ୍ମ ନେଇଛ। ତୁମେ ଯେଉଁଭଳି ମୋର ଯତ୍ନ ନେଉଛ ସେମିତି ଆଉ କେହି ନେବେନି।

ଅଧିକାଂଶ ପୁଅମାନେ ନିଜ ସାଙ୍ଗ ମାନଙ୍କ ସହ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। କିନ୍ତୁ ଝିଅମାନେ ତାଙ୍କ ସାଥୀର ଆଉକାହାସହ ବୁଲାବୁଲି କରିବା ପସନ୍ଦ କରନ୍ତି ନାହିଁ। ଏହା ହେତୁ ତାଙ୍କ ମଧ୍ୟରେ ଝଗଡା ହୋଇଥାଏ। କିନ୍ତୁ ଏହିଭଳି ସ୍ଥିତିରେ ପୁଅମାନେ ଚାହାନ୍ତି ତାଙ୍କ ସାଥୀ ତାଙ୍କୁ କୁହନ୍ତୁ ମୋର ତୁମ ଉପରେ ଯଥେଷ୍ଟ ଭରସା ଏବଂ ବିଶ୍ୱାସ ଅଛି। ତୁମେ ଯାହା ସହ ମିଶିଲେବି ମୋର କିଛି ଆପତ୍ତି ନାହିଁ।

error: Thank You Keep Visiting