ଟମାଟୋର ଉପକାରିତା

Straight to the Point
ସାରା ପୃଥିବୀରେ ଆଳୁ ପରେ ଟମାଟୋ ହେଉଛି ଲୋକପ୍ରିୟ ପରିବା । ଆମ ରାଜ୍ୟରେ ପୁର୍ବ ଟମାଟୋ ଏକ ଶୀତଦିନିଆ ଫସଲ ରୁପେ ଚାଷ କରାଯାଉଥିଲା । ମାତ୍ର ଏବେ ବର୍ଷର ସବୁ ସମୟରେ ଏହାକୁ ଚାଷ କରାଯାଇ ଚାଷୀମାନେ ପ୍ରଚୁର ଲାଭ ପାଇପାରୁଛନ୍ତି । ଟମାଟୋ ଚାଷ ପାଇଁ ନିଗିଡା, ଉର୍ବର, ଦୋରସା ମାଟି ଦରକାର । ଏଥିପାଇଁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ । ବାୟୁମଣ୍ଡଳରେ ତାପମାତ୍ରା ୧୫-୨୭ ଡିଗ୍ରୀ ସେଲ୍‌ସିୟସ ଭିତରେ ରହିଲେ ପ୍ରଚୁର ଫଳ ମିଳିଥାଏ । ଶୀତଦିନିଆ ଟମାଟୋ ଚାଷ ପାଇଁ ଉତ୍କଳ ଦୀପ୍ତୀ, ଉତ୍କଳ ପଲ୍ଲବୀ, ରତ୍ନା ଓ ଅବତାର ଜାତିର ଟମାଟୋ ଚାଷ କରାଯିବା ଦରକାର । ଏକର ପ୍ରତି ୨୦୦ ଗ୍ରାମ ଉନ୍ନତ କିମ୍ବା ୫୦ ଗ୍ରାମ ସଙ୍କର ଜାତିର ମଞ୍ଜି ଦରକାର ହୋଇଥାଏ । ଏକ କିଲୋଗ୍ରାମ ବିହନ ପିଛା ୨ ଗ୍ରାମ ଥିରାମ ଓ ୧ ଗ୍ରାମ କାର୍ବେଣ୍ଡୋଜିମ୍‌ ଦ୍ୱାରା ବିଶୋଧନ କରାଯାଇ ମଞ୍ଜିଚାରା ପକାଇବା ଉଚିତ । ଯେଉଁଠାରେ ମଞ୍ଜି ପୋତାଯିବ ସେହି ସ୍ଥାନରେ ୪ ସପ୍ତାହ ପୁର୍ବରୁ ୧ ବା ଦୁଇ ସେଣ୍ଟିମିଟର ଗଭୀରର ଗାତ ଖୋଲି ତାକୁ ଛାଡି ଦିଆଯିବା ଦରକାର । ଟମାଟୋ ଚାରାକୁ କାଉଁଳିଆ ପାଗରେ ଲଗାଯିବ ଆବଶ୍ୟକ । ବେଶୀ ବର୍ଷା ହେଉଥିଲେ ବା ପ୍ରଚଣ୍ଡ ଖରାବେଳେ ଟମାଟୋ ଚାରା ଲଗାଯିିବ ଉଚିତ ନୁହେଁ । ଟମାଟୋ ଚାଷ ହେଉଥିବା ଜମିର ମାଟିକୁ ଭଲଭାବେ ଗୁଣ୍ଡକରି ଏଥିରେ ଏକର ପ୍ରତି ୧୦ ଟନ୍‌ କମ୍ପୋଷ୍ଟ ଖତ, ମୁଳସାର ପ୍ରୟୋଗ କରାଯିବା ଦରକାର । ଲମ୍ବରେ ୬୦-୯୦ ସେଣ୍ଟିମଟର ଓ ପ୍ରସ୍ଥରେ ୩୦-୪୫ ସେଣ୍ଟିମିଟର ଦୁରତାରେ ଚାରାଗୁଡିକ ଲଗାଯିବ । ଚାରା ଲଗାଯିବା ସମୟରେ ଏକ ପ୍ରତି ୧୨ କିଲୋ ଯବକ୍ଷାରଯାନ, ୨୫ କିଲୋ ଫସଫରସ, ୧୫ କିଲୋ ପୋଟାସିୟମ୍‌ ଦିଆଯାଏ । ୨୦ ଦିନ ପରେ ୧୨ କିଲୋ ଯବକ୍ଷାରଯାନ ଓ ୧୫ କିଲୋ ପୋଟାସିୟମ୍‌ ପ୍ରୟୋଗ କରାଯିବା ଉଚିତ । ପରବର୍ତ୍ତୀ ସମୟରେ ଗଛ ମୁଳରେ ମାଟି ପିନ୍ଧାଇ ହୁଡା କରିବା ଆବଶ୍ୟକ । ଗଛରେ ପ୍ରଥମ ଫୁଲ ଧରିଲେ ଏନ୍‌.ଏ.ଏ.ସ୍ପ୍ରେ କରିବା ଦ୍ୱାରା ରୋଗ ପୋକ ଦାଉରୁ ରକ୍ଷା ମିଳିଥାଏ । ଟମାଟୋରେ ସାଧାରଣତଃ ମୁଳସଢ଼ା ଓ ଝାଉଁଳାରୋଗ ତଥା ଫଳବିନ୍ଧା ଓ ପତ୍ରଖିଆ ପୋକଙ୍କ ଉପଦ୍ରବ ଦେଖାଯାଇଥାଏ । ମୁଳସଢ଼ା ରୋଗ ନିରାକରଣ ପାଇଁ କାର୍ବେଣ୍ଡୋଜିମ୍‌- ମାନ୍‌ଜୋଦେବ ଲିଟର ପ୍ରତି ୨ ଗ୍ରାମ ଓ ଝାଉଁଳା ରୋଗ ପାଇଁ ଅକ୍ସିକ୍ଲୋରାଇଡ ସହ ଷ୍ଟ୍ରେପ୍‌ଟେସାଇକ୍ଲିନ ମାଟିରେ ପ୍ରୟୋଗ କରନ୍ତୁ । ଫଳବିନ୍ଧା ପୋକ ଦମନ ପାଇଁ ଏନ୍‌.ଏସ୍‌.କେଇ ଲିଟର ପ୍ରତି ୫୦ ମିଲିଲିଟର ଓ ପତ୍ରଖିଆ ପୋକଦମନ ପାଇଁ ଏଣ୍ଡୋସଲଫାନ୍‌ ୩୫% ଲିଟର ପିଛା ପାଣିରେ ୨ ମିଲିଲିଟର ଓ ପତ୍ରଖିଆ ପୋକସମନ ପାଇଁ ଏଣ୍ଡୋସଲଫାନ୍‌ ୩୫% ଲିଟର ପିଛା ପାଣିରେ ୨ ମିଲିଲିଟର ମିଶାଇ ସ୍ପ୍ରେ କରନ୍ତୁ । ସମଗ୍ର ପ୍ରକାର ବ୍ୟବସ୍ଥା ଗ୍ରହଣ କରି ଚାଷ କଲେ ଟମାଟୋ ଏକର ପ୍ରତି ୧୦୦- ୩୦୦ କୁଇଣ୍ଟାଲ ଯାଇ ଫଳିଥାଏ ।
ଟମାଟୋକୁ ଆମେ ଖାଲି ଖାଦ୍ୟ ରୁପେ ବ୍ୟବହାର କରୁଛେ ତାହା ନୁହେଁ । ଟମାଟୋକୁ ଆମେ ଅନେକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରିବା । ଆସନ୍ତୁ ଜାଣିବା ଟମାଟୋ ଦ୍ୱାରା ଆମର ଉପକାର କଣ ମିଳିପାରିବ ।
* ଟମାଟୋ ରସ ସହ ନଡିଆ ପାଣିକୁ ସମାନ ଭାଗରେ ମିଶାଇ ତୁଳାରେ ମାଲିସ୍‌ କରିବା ଦ୍ୱାରା ତ୍ୱଚା କୁଣ୍ଡାଇହେବାରୁ ମୁକ୍ତି ମିଳିଥାଏ ।
* ଟମାଟୋକୁ ଛୋଟ ଛୋଟ କାଟି ସେଥିରେ କଳାଲୁଣ ପକାଇ ଖାଇଲେ ଖାଦ୍ୟ ପ୍ରତି ଥିବା ଅରୁଚି ଦୁର ହୋଇଥାଏ ।
* ଟମାଟୋ ରସରେ ଏକ ଚତୁର୍ଥାଂଶ ଚିନି ମିଶାଇ ପିଇଲେ ବାନ୍ତି ବନ୍ଦ ହୋଇଥାଏ ।
* କଞ୍ଚା ଟମାଟୋ ରସ ପିଲାମାନଙ୍କୁ ନିୟମିତ ପିଆଇଲେ ତାଙ୍କୁ ଶୁଷ୍କ ରୋଗ ହୋଇନଥାଏ ।
* ୧୦୦ ଗ୍ରାମ ଟମାଟୋ ସହ ତିନି ଗ୍ରାମ କଳାଲୁଣ ମିଶାଇ ସକାଳ ଓ ସନ୍ଧ୍ୟାରେ ପିଥଲେ ରକ୍ତହୀନତା ଦୂର ହୋଇଥାଏ ।
* ଛୋଟପିଲାଙ୍କୁ ଯଦି ପ୍ରତିଦିନ ଏକଚାମଚ ଟମାଟୋ ରସ ଦିଆଯାଏ ତେବେ ତାହାର ଦାନ୍ତଗୁଡିକ ଶକ୍ତ ହୋଇଥାଏ ।
* ଗର୍ଭବତୀ ମହିଳା ଯଦି ଦିନକୁ ଲାଲ୍‌ ଟମାଟୋ ଦୁଇଟି ଲେଖାଏଁ ଖାଇବେ ତେବେ ଭିନ୍ନ ହେବାକୁ ଥିବା ପିଲାଟି ଗୋରା ରଙ୍ଗର ହୋଇଥାଏ ।
* ଟମାଟୋ ରସରେ ସ୍ୱଚ୍ଛପାଣି ମିଶାଇ କୁଳି କରିଲେ ମୁହଁ ଓ ଜିଭର ଝାଳ ଓ ଲାଳ ଦୁର ହୋଇଥାଏ ।
* ସକାଳୁ ଖାଲି ପେଟରେ ପାଚିଲା ଟମାଟୋକୁ ଚିରି ଲୁଣ ସାଥିରେ ଖାଇଲେ ପେଟରେ କୀଟାଣୁ ନଷ୍ଟ ହୋଇଥାଏ ।
* ଟମାଟୋ ରସରେ ହେଙ୍ଗୁ ମିଶାଇ ପିଥଲେ ପେଟରେ କୃମି ରୋଗରୁ ମୁକ୍ତି ମିଳିଥାଏ ।
* ଟମାଟୋ ରସରେ ଲେମ୍ବୁ ରସ ସହ କିଛି ମଲାଇ ମିଶାଇ ଲେପ ପ୍ରସ୍ତୁତ କରନ୍ତୁ । ଏହି ଲେପକୁ ଗାଧୋଇବା ଅଧଘଣ୍ଟା ପୁର୍ବରୁ ତ୍ୱଚାରେ ଲଗାନ୍ତୁ । ଏହା ଦୁର୍ଗନ୍ଧକୁ ଦୁର କରିଥାଏ ।
* ପାଚିଲା ଟମାଟୋ ରସକୁ ବାହାର କରି ଛାଣି ପିଅନ୍ତୁ । ସେଥିରେ ସେତିକି ପରିମାଣର ଗ୍ଲିସୋରିନ୍‌ ଓ ଲେମ୍ବୁରସ ମିଶାନ୍ତୁ । ଏହି ଲୋସନକୁ ତ୍ୱଚାରରେ ଲଗାଇବା ଦ୍ୱାରା ତ୍ୱଚା ଚିMଣ ଓ କୋମଳ ହୋଇଥାଏ ।
*ଏକଭାଗ ଲେମ୍ବୁ ରସରେ ଦୁଇଭାଗ ଟମାଟୋ ରସ ମିଶାନ୍ତୁ । ଏହାକୁ ତ୍ୱଚା ଓ ଓଠରେ ଲଗାନ୍ତୁ । ଏହାକୁ ଲଗାଇବା ଦ୍ୱାରା ଗାଲ୍‌ ଓ ଓଠରେ ରଙ୍ଗ ଲାଲ୍‌ ହୋଇଥାଏ । ଏହା ସହତ୍ୱଚାର ଦାଗ ଦୂର ହେବା ସହ କୋମଳ ହୋଇଥାଏ ।
* ଏକ ଚାମଚ ଟମାଟେ ରସ, ଅଧ ଚାମଚ ଲେମ୍ବୁ ରସ ଓ କଞ୍ଚା ହଳଦୀ ବଟା ଚୁଟ୍‌କି ସହ କିଛି ବେସନ ମିଶାଇ ଗାଢ଼ କରି ଗୋଳାଇ ଦିଅନ୍ତୁ । ଏହାକୁ ଆଖି ଚର୍ତୁଃପାଶ୍ୱର୍ରେ ଥିବା କଳାଦାଗ ଉପରେ ଲେପ ଦିଅନ୍ତୁ । ୧୦ ମିନିଟ୍‌ ପରେ ସ୍ୱଚ୍ଛ ପାଣିରେ ତ୍ୱଚାକୁ ଧୋଇନିଅନ୍ତୁ । ଏହି କଳା ଦାଗକୁ ଲିଭାଇବାରେ ଏହା ସାହାଯ୍ୟ କରିଥାଏ ।
* ଏକ ଟମାଟୋ ପିସ୍‌ ନେଇ ତାହା ସହିତ ଅଧା ଲେମ୍ବୁକୁ ମିଶାଇ ପେଷ୍ଟ କରନ୍ତୁ । ତାହା ସହ ଲେମ୍ବୁ ରସ କିଛି ମାତ୍ରାରେ ମିଶାନ୍ତୁ । ତ୍ୱଚାରେ ଜାଲି କପଡାକୁ ଲଗାଇ ସେହି କପଡା ଉପରେ ବନାଇଥିବା ପେଷ୍ଟକୁ ଲେପ ଦିଅନ୍ତୁ । ୨୦ ମିନିଟ୍‌ ପରେ ତ୍ୱଚାକୁ ଧୋଇ ନିଅନ୍ତୁ । ଏହା ତେଲିଆ ତ୍ୱଚା ପାଇଁ ଲାଭଦାୟକ ଅଟେ ।
* ଟମାଟୋ ସହ ମୁଳା ରସକୁ ବରାବର ତ୍ୱଚାରେ ଲଗାନ୍ତୁ ।ଏହାକୁ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁକୁ ସଫା କରନ୍ତୁ । ଏହାକୁ ନିୟମିତ ପ୍ରୟୋଗ କରିବା ଦ୍ୱାରା ତ୍ୱଚାର ଚମକ ଆସିଥାଏ ।
* ଦୁଇ ଚାମଚ ଟମାଟୋ ରସରେ ଦୁଇ ଚାମଚ କ୍ଷୀର ରସ ମିଶାଇ ଅଳ୍ପ ଗରମ କରି ସେଥିରେ ଏକ ଚୁଟ୍‌କି ବେରିକ୍‌ ପାଉଡର ମିଶାଇ ତ୍ୱଚାରେ ଲଗାନ୍ତୁ । ଏହା ଶୁଖିଗଲା ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାର ଦାଗ ଦୁର ହୋଇଥାଏ ।
* ହାତରେ କଲର ଫିକା ପଡିଯାଇଥିଲେ ଦୁଇ ଚାମଚ ଟମାଟୋ ରସ, ଦୁଇ ଚାମଚ ଲେମ୍ବୁରସ ଓ ଦୁଇ ଚାମଚ କ୍ଷୀର ମିଶାଇ ଲଗାଇବେ । ୨୦ ମିନିଟ୍‌ ପରେ ତାକୁ ଘସି ଥଣ୍ଡାପାଣିରେ ସଫା କରନ୍ତୁ ।
error: Thank You Keep Visiting