କଲାଲୁଣକୁ ଫେସପ୍ୟାକରେ ମିଶାଇ ଲଗାଇଲେ ଏହିସବୁ ଫାଇଦା ପାଇବେ

An Independent Media

ଚଟପଟି ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ କଳାଲୁଣ । ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି।  କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କଳାଲୁଣ ତ୍ୱଚାକୁ ସୁନ୍ଦର କରିବା ସହିତ କେଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏଥିପାଇଁ କଳାଲୁଣକୁ କିପରି ବ୍ୟବହାର କରିବେ।

ହାଲ୍‌କା ଗରମ ପାଣିରେ କଳାଲୁଣ ପକାଇ ଗାଧାନ୍ତୁ। ଏପରି କଲେ ଆପଣ ଫଟା ଗୋଇଠି ଭଲ ହେବା ସହିତ ମୃତ କୋଷ ବାହାରିଯିବ।

ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରିବା ସମୟରେ ସେଥିରେ ଅଳ୍ପ କଳା ଲୁଣ ପକାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ବ୍ରଣ ଭଲ ହୋଇଯିବ ।

କଳାଲୁଣରେ ପ୍ରଚୁର ପରିମାଣରେ ମିନେରାଲ୍ସ ରହିଛି।  ଏହାକୁ ତେଲ କିମ୍ୱା ପାଣିରେ ମିଶାଇ ମୁଣ୍ଡରେ ଲଗାଇପାରିବେ। ଏହା କେଶ ଝଡ଼ିବା ସମସ୍ୟାକୁ ଦୂର କରିଥାଏ।

ଟମାଟୋ ରସରେ ଲେମ୍ୱୁ ଓ କଳାଲୁଣ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ରୁପି କମ୍‌ କରିଥାଏ।

 

error: Thank You Keep Visiting