ଘରେ ଅଧିକ ଝିଟିପିଟି ହୋଇଗଲେ କଣ କରିବେ
ଘରେ ଅଧିକ ଝିଟିପିଟି ହୋଇଗଲେ,ସମସ୍ୟା ବଢିଯାଏ। ଏମାନେ ଅଯଥା ସମସ୍ୟା ସୃଷ୍ଟି କରିଦିଅନ୍ତି । ଝିଟିପିଟିକୁ ଘରୁ ତଡ଼ିବା ପାଇଁ ନାନା ଉପାୟ ଆପଣାଇଥା’ନ୍ତି। ତେବେ ଆଜି ଆମେ ଝିଟିପିଟିଙ୍କୁ ଘରୁ ବାହାର କରିବା ପାଇଁ ୫ଟି ସହଜ ଉପାୟ ଆପଣଙ୍କୁ କହିବୁ।
ଘରୁ ଛୋଟ ଛୋଟ ପୋକକୁ ବାହାର କରିବା ପାଇଁ ଗନ୍ଧ କର୍ପୂର ବ୍ୟବହାର କରାଯାଇଥାଏ। ତେଣୁ ଘର କୋଣରେ ଗନ୍ଧ କର୍ପୂର ରଖନ୍ତୁ, ଦେଖିବେ ଝିଟିପିଟି ହେବେ ନାହିଁ।

ଶୀତଦିନେ ଝିଟିପିଟି କମ୍ଦେଖିବାକୁ ମିଳିଥା’ନ୍ତି।ଯେବେ ବି ଝିଟିପିଟି ଦେଖୁଛନ୍ତି, ତାଙ୍କ ଉପରେ ଥଣ୍ଡା ପାଣି ପକାଇଲେ, ଘରୁ ବାହାରିଯିବେ।
କଫି ପାଉଡର୍ ଓ ପାନରେ ପଡୁଥିବା ଖଇର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣର ଛୋଟ ଛୋଟ ଗୁଳା କରି ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ କଫି ଓ ଖଇର ଗନ୍ଧରେ ଝିଟିପିଟି ଘରୁ ବାହାରିଯିବେ।