ତରକାରୀରେ ଅଧିକ ଲୁଣ ହେଇଗଲେ କଣ କରିବେ

An Independent Media

ବେଳେବେଳେରୋଷେଇ କଲା ସମୟରେ ତରକାରୀରେ ଲୁଣ ପକାଇବାର ଅନୁମାନ ଭୁଲହୋଇଯାଏ। ଯେଉଁକାରଣରୁ ତରକାରୀ ଲୁଣିଆ ଲାଗିଥାଏ । ଯଦି ବି ତରକାରୀ ଲୁଣିଆ ଲାଗେ କିଛି ସାଧାରଣଉପାୟ କରି ଏହାକୁ ଠିକ କରିହେବ। ତରକାରୀରେ ଲୁଣ ଅଧିକ ହୋଇଗଲେ ସେଥିରେ ଆଳୁ ଚୋପା ଛଡେଇ ପକାଇ ଦିଅନ୍ତୁ। ଖାଦ୍ୟ ପରସିଲା ବେଳେ ଆଳୁକୁ ବାହାର କରି ଦିଅନ୍ତୁ। ଦେଖିବେ ତରକାରୀ ଆଉ ଲୁଣିଆ ଲାଗିବ ନାହିଁ।

ସେହିପରି ଲୁଣିଆ ତରକାରୀରେ ଅଟା ଗୁଲା କରି ପକାଇ ପାରିବେ। ଖାଇଲା ବେଳେ ଏହାକୁ ବାହାର କରି ନେବେ ।ଯଦି ଆପଣ ଚାହିଁଲେ ଲୁଣିଆ ତରକାରୀରେ ଏକ ବା ଦୁଇ ଚାମଚ ଦହି ପକାଇ ପାରିବେ।ଡାଲିରେ ଲୁଣ ଅଧିକ ହୋଇଗଲେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। ଦେଖିବେ ଲୁଣ ମାତ୍ରା କମିଯିବ।ଯଦି ତରକାରୀ ଅଧିକ ରାଗ ହୋଇଯାଏ, ତେବେ ସେଥିରେ ଏକ ଚାମଚ ଘିଅ ମିଶାଇ ଦିଅନ୍ତୁ।

error: Thank You Keep Visiting