ଆଜି ଦୋଳ ପୂର୍ଣ୍ଣମୀ , ଶ୍ରୀ ଜୀଉଙ୍କ ସୁନାବେଶ, ରାଜ୍ୟସାରା ଉତ୍ସବ ମୁଖର

An Independent Media

ଭୁବନେଶ୍ବର : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ଦୋଳ ବିମାନରେ ବିଜେ କରିଛନ୍ତି ଦୋଳଗୋବିନ୍ଦ। ଗାଁରୁ ସହର ଚାରିଆଡେ ଉତ୍ସବ ତଥା ଆଧ୍ୟାତ୍ମିକ ପରିବେଶ।  ଫାଲ୍‍ଗୁନ ଶୁକ୍ଳପକ୍ଷ ଦଶମୀରୁ ଓଡ଼ିଶାରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ  ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରକୁ ଘର ବୁଲାଯାଏ। ଠାକୁର ସମସ୍ତଙ୍କ ଘରେ ଭୋଗ ଖାଆନ୍ତି।
ଶ୍ରୀକୃଷ୍ଣଙ୍କ ହାତରେ ମେଷ ଦାନବର ପ୍ରାଣ ଯାଇଥିବାରୁ ଏହି ଦିନଟିକୁ ଖୁସି ମନାଯାଇଥାଏ ।
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମଧ୍ୟ ଦୋଳ ଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହୁଏ । ମହାପ୍ରଭୁ ସୁନାବେଶ ଓ ରାଜ ରାଜେଶ୍ୱର ବେଶରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେବେ। ଦୋଳ ଉତ୍ସବରେ ମହାପ୍ରଭୁ ଅବିର ଖେଳିବେ। ଶ୍ରୀମନ୍ଦିରରେ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବିରାଜମାନ ହୋଇ ଶ୍ରୀମନ୍ଦିର ବେଢ଼ା ୭ ଥର ପରିକ୍ରମା କରିବେ। ଦୋଳବେଦୀ ତଳେ ଓ ଉପରେ ସାତଘେରା ବୁଲିବା ପରେ ଦୋଳରେ ବସି ଝୁଲିବେ । ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ସଂପନ୍ନ ହେବ । ଶ୍ରୀମନ୍ଦିରରେ ଆଜି ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ସୁନା ବେଶରେ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

error: Thank You Keep Visiting