ହୋଲିରେ ରଙ୍ଗ ଖେଳିବା ପୂର୍ବରୁ କିଛି ଟା ସତର୍କତା ଅବଲମ୍ବନ କରନ୍ତୁ

An Independent Media

ଆସନ୍ତା କଲି ହୋଲି । ପିଲାଠାରୁ ବୁଢା ସମସ୍ତେ ଏହି ପର୍ବକୁ ଖୁବ୍‌ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରନ୍ତି। ହେଲେ ମଜା ମସ୍ତି ଭିତରେ ଆମେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ନଭୁଲିବା ଉଚିତ । ଫଳରେ ଟିକିଏ ଅସାବଧାନତା ପାଇଁ ସବୁ ଖୁସି ଦୁଃଖରେ ପରିଣତ ହୋଇଥାଏ। ତେଣୁ ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ଶରୀର ତଥା ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ। ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ 
କେମିକାଲ ଯୁକ୍ତ ରଙ୍ଗଠାରୁ ଦୂରେଇ ଦୂରେଇରହିବା ପ୍ରଥମ କାମ । ଏହି ରଙ୍ଗ ଆପଣଙ୍କ ତ୍ୱଚା, କେଶ ଏବଂ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇ ଥାଏ। ଏହା ବ୍ୟତିତ କାହା ଆଖି, ନାକ, କାନ ବା ପାଟିରେ ଜବରଦସ୍ତ ରଙ୍ଗଲଗାଇବା ଉଚିତ ନୁହେ । ଆଖିକାନରେ ରଙ୍ଗ  ପଶିଗଲେ ତୁରନ୍ତ ସଫା ପାଣିରେ ଏହାକୁ ଭଲଭାବରେ ଧୋଇନେବା ଉଚିତ।  ଯଦି ଆପଣଙ୍କ ଆଖିରେ ଅଧିକ ଜଳାପୋଡ଼ା ହୁଏ କିମ୍ବା ଆଖି ଲାଲ୍ ପଡ଼ିଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ରଙ୍ଗ ଖେଳିବା ସମୟରେ ନିଶ୍ଚିନ୍ତ ସନ୍ଗ୍ଲାସ୍ ବ୍ୟବହାର କରନ୍ତୁ। କାରଣ ଏହା ଆପଣଙ୍କ ଆଖିକୁ ରଙ୍ଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
ରଙ୍ଗ ଖେଳିବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ  ତେଲ ଲଗାଇ ଦିଅନ୍ତୁ। ଏହାଦ୍ବାରା ଶରୀରରେ ଅଧିକ ରଙ୍ଗ ଲାଗିବ ନାହିଁ ଏବଂ ଲାଗିଥିବା ରଙ୍ଗ ସହଜରେ ଛାଡ଼ିଯିବ।
କେଶକୁ ମଧ୍ୟ ରଙ୍ଗରୁ ରକ୍ଷା କରିବାକୁ ଭୁଲନ୍ତୁ ନାହିଁ। କେଶରେ କୌଣସି କ୍ୟାପ୍‌ ବ୍ୟବହାର କରିପାରିବେ।

error: Thank You Keep Visiting