ଗର୍ଭ ଧାରଣ ମା ପାଇଁ ସୂର୍ଯ୍ୟକିରଣ ନିହାତି ଜରୁରୀ

Straight to the Point
ଯେଉଁ ମହିଳାମାନେ ଗର୍ଭବତୀ ଥିବା ସମୟରେ ବହୁତ ସମୟ ଧରି ଖରାରେ ବସିଥାନ୍ତି ସେହି ମା କୋଳରୁ ଜନ୍ମିତ ପିଲାଟି ଲମ୍ବା ହୋଇଥାଏ । ନିକଟରେ ଏହି କଥା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ବ୍ରିଟେନରେ ଏକ ନୂତନ ଅଧ୍ୟୟନରୁ ଖରାଦିନେ ତଥା ଶରତ ଋତୁର ପ୍ରାରମ୍ଭରେ ଜନ୍ମ ହୋଇଥିବା ଶିଶୁ ଥଣ୍ଡା ଦିନେ ଜନ୍ମ ନେଇଥିବା ଶିଶୁଙ୍କ ଅପେକ୍ଷା ଅଧିକ ମଜଭୁତ ହୋଇଥାନ୍ତି ବୋଲି ପ୍ରକାଶ ପାଇଛି । ଏହି ଅଧ୍ୟୟନକାରୀଙ୍କ କହିବା ଅନୁଯାୟୀ, ଏହି ପିଲାମାନଙ୍କର ହାଡ଼ ମଧ୍ୟ ବହୁତ ମଜଭୁତ ହୋଇଥାଏ । ଏହି ପିଲାମାନଙ୍କର ବିକାଶ ମଧ୍ୟ ଭଲଭାବରେ ହୋଇଥାଏ । ୯୦ ଦଶକରେ ଜନ୍ମିତ ପିଲାମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୧୮ ବର୍ଷ ଧରି ଚାଲିଥିବା ଏହି ଅଧ୍ୟୟନରେ ଗର୍ଭସ୍ଥ ଶିଶୁ ତଥା କିଶୋରକିଶୋରୀମାନଙ୍କ ହାଡର ବିକାଶ ପାଇଁ ଭିଟାମିନ୍‌-ଡିର ଆବଶ୍ୟକତା ଥାଏ ବୋଲି କୁହାଯାଇଛି । ତେଣୁ ଗର୍ଭବତୀ ଥିବା ସମୟରେ ମହିଳାମାନେ ଖରାରେ କିଛି ସମୟ ଚାଲିବା ତଥା ଖରାରେ ଗାଧୋଇବା ବେଶ୍‌ ଲାଭଦାୟକ ହୋଇଥାଏ । ଏହି ଅଧ୍ୟୟନରେ ଭାଗ ନେଇଥିବା ଗର୍ଭବତୀ ମହିଳାମାନଙ୍କୁ ଶେଷ ତିନିମାସ ଖରାରେ ବୁଲିବା ପାଇଁ ପରାମର୍ଶ ଦିଆଯାଇଥିଲା । ପରେ ଏହି ମହିଳାମାନଙ୍କଠାରୁ ଜନ୍ମ ନେଇଥିବା ପିଲାମାନଙ୍କୁ ଦଶ ବର୍ଷ ବୟସ ହେବାବେଳକୁ ସେମାନଙ୍କର ଏକ୍ସ୍ରେ କରାଯାଇଥିଲା । ଯେଉଁ ମହିଳାମାନେ ଗର୍ଭବତୀ ଥିବା ସମୟରେ ସୂର୍ଯ୍ୟକିରଣରେ ବୁଲୁଥିଲେ ସେମାନଙ୍କ ପିଲାମାନଙ୍କ ଉଚ୍ଚତା ଅନ୍ୟପିଲାମାନଙ୍କ ଅପେକ୍ଷା ଅଧିକ ଲମ୍ବା ଥିବାର ଦେଖାଯାଇଥିଲା ।
error: Thank You Keep Visiting