ଆସନ୍ତୁ ଜାଣିବା ବାବାମଣୀଙ୍କ ସମ୍ବନ୍ଧରେ କିଛି ଜଣା କିଛି ଅଜଣା ତଥ୍ୟ

An Independent Media


ଭଦ୍ରକ (ସିଦ୍ଧିରମୟ ସାହୁ, ଓଡିଶା ଜର୍ଣ୍ଣାଲ): ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ ଆଖଣ୍ଡଳମଣୀ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ବର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ । 

କିମ୍ବଦନ୍ତୀ

ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା।  ଆତଙ୍କିତ ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇ ଆଡ଼େଇ ଥକି ପଡ଼ିବାରୁ ଜମିଦାରଙ୍କୁ ଯାଇ ସମସ୍ତ ବୃତ୍ତାନ୍ତ ଜଣାଇଲା।  ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପାରିପାର୍ଶ୍ଵିକ ଅବସ୍ଥା ତଥା ନିକଟସ୍ଥ ଉଇହୁଙ୍କାରେ ସର୍ପମାନଙ୍କ ବାସସ୍ଥାନ, ଶ୍ମଶାନ, ଦୁଦୁରା ବଣ ଓ ଦୁଇଟି ନଦୀର ସଙ୍ଗମସ୍ଥଳ ଦେଖି ପ୍ରଭୁଙ୍କର ଆବିର୍ଭାବ ଘଟିଥିବା ଅନୁମାନ କଲେ । ଖଣ୍ଡମଣ୍ଡଳର ଇଶ୍ଵର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ । 

ଗମନାଗମନ

ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ବର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ।  ଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।ଭୁବନେଶ୍ଵର ଠାରୁ ବସ୍ ରେ ମଧ୍ୟ ଯାଈ ପାରିବେ ।

ମନ୍ଦିର

ଜମିଦାର ନିଳାଦ୍ରୀ ସମରସିଂହ ପ୍ରଥମେ ଆଖଣ୍ଡଳମଣିଙ୍କ ନିମନ୍ତେ ଏକ ଅସ୍ଥାୟୀ କୋଠାଟିଏ ନିର୍ମାଣ କରି ପୂଜାର୍ଚ୍ଚନାର ବନ୍ଦୋବସ୍ତ କରିଥିଲେ । ପରେ କନିକାର ରାଜା ହରିହର ଭଞ୍ଜ ଓ ରାଣୀ ସତ୍ୟବତୀ ସେହି ସ୍ଥାନରେ ବର୍ତ୍ତମାନର ମନ୍ଦିରଟିକୁ ତୋଳାଇଥିଲେ ।  ଶୁଭ୍ରବର୍ଣ୍ଣର ଏହି ମନ୍ଦିରଟିର ଉଚ୍ଚତା ୫୧ଫୁଟ ।  ପ୍ରବେଶ ଓ ପ୍ରସ୍ଥାନ ନିମିତ୍ତ ଚାରିପଟେ ଚାରୋଟି ଦ୍ଵାର ରହିଛି ।  ମନ୍ଦିର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି ।  ମନ୍ଦିର ମୁଖଶାଳାଟି ଶ୍ରୀ ନରସିଂହ ଦେବ ନାମକ ଜଣେ ଋଷିଙ୍କ ଦ୍ଵାରା ତିଆରି କରାଯାଇଥିଲା । ପରେ ଏହା ଓଡ଼ିଶା ସରକାରଙ୍କ ଦ୍ଵାରା ପୁରାପୁରି ତିଆରି କରାଗଲା ।

ପାଦୁକା

ବାବାମଣିଙ୍କ ପାଦୁକା (କୁଣ୍ଡଜଳ) ବିଭିନ୍ନ ରୋଗବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ବାସ ରହିଆସିଛି ।  ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ ।  ଏହି ଜଳକୁ ଚନ୍ଦୁକ କୁହାଯାଏ । ବହୁ ଲୋକ ଏଠାକାର ପାଦୁକାକୁ ମେଡିସିନ ରୂପେ ମାନିଥାନ୍ତି ବିବାହ, ବ୍ରତ, ଗୃହପ୍ରତିଷ୍ଠ ଇତ୍ୟାଦି ଶୁଭକାର୍ଯ୍ୟଗୁଡ଼ିକରେ ଏହି ପବିତ୍ର ଜଳକୁ ଇଶ୍ବରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ । 

ପର୍ବ ପର୍ବାଣୀ
ଜାଗର ମେଳା ବା ମହାଶିବରାତ୍ରି , ଶୀତଳଷଷ୍ଠୀ ବା ଶିବବିବାହ ଏଠାକାର ମୁଖ୍ୟ ପର୍ବ ।


error: Thank You Keep Visiting