ଟ୍ୟାନ୍ ଫ୍ରି ତ୍ୱଚା ପାଇବାର କେତୋଟି ଘରୋଇ ଉପାୟ
ଖରାଦିନ ଆସିଲେତ୍ୱଚାର ଟ୍ୟାନିଂ ସମସ୍ୟାକୁ ନେଇ ଚିନ୍ତା ବଢିଯାଏ। ଏହାକୁ ଦୂର କରିବା ଲାଗି ଆମେ ବିଭିନ୍ନପ୍ରକାରର ଉପାୟ ମଧ୍ୟ ଆପଣେଇଥାଉ। କିଛି ପ୍ରଡ଼କ୍ଟ ମଧ୍ୟ ବଜାରରୁ କିଣି ଆଣୁ । ସେଥିରୁ କିଛିକେମିକାଲ ଯୁକ୍ତ ହୋଇଥାଏ । ଯାହା ଭଲ ପରିବର୍ତ୍ତେ ଖରାପ କରିଥାଏ । ଯଦିଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଜାଣିରଖନ୍ତୁ ଖରାଦିନରେ ସ୍କିନ ଟ୍ୟାନିଙ୍ଗ ଦୂର କରିବାର ଅତି ସହଜଉପାୟ ବିଷୟରେ
- ବେସନରେ ଲେମ୍ବୁ ରସ, ଦହି, ହଳଦୀ ମିଶାଇ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏପରି କରିବା ପରେ ଟ୍ୟାନ୍ ସହଜରେ ଦୂର ହୋଇଥାଏ।
- କ୍ଷୀର, ହଳଦୀ ପ୍ୟାକ୍ ଲଗାଇଲେ ମଧ୍ୟ ଟ୍ୟାନ୍ ସମସ୍ୟା ଦୂର ହୋଇଥାଏ।
- ଚନ୍ଦନ ପାଉଡର୍, ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଟ୍ୟାନ୍ ହୋଇଥିବା ସ୍ଥାନରେ ୨୦ମିନିଟ୍ ଲଗାଇ ରଖନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ।
- କାକୁଡ଼ି ରସ ଏକ ଚାମଚ, ଦହି ଏକ ଚାମଚ, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ଏବଂ ଏକ ଚାମଚ ଚନ୍ଦନ ପାଉଡର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍ ଲଗାଇଲେ ଟ୍ୟାନ୍ ଦୂର ହୋଇଥାଏ।