ଲିପ୍ଷ୍ଟିକ୍ ଲଗାଉଥିବା ମହିଳାଙ୍କ ପାଇଁ କିଛି ଟିପ୍ସ
ମହିଳାମାନେ ମେକ୍ଅପ୍ ପ୍ରିୟ। ମୁହଁର ମେକ୍ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍ଅପ୍ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍ଅପ୍ ପାଇଁ ସାଧାରଣତଃ ଲିପ୍ଷ୍ଟିକ୍, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ତେବେ ଲିପ୍ଷ୍ଟିକ୍ କିଣିବା ଓ ଲଗାଇବା ପୂର୍ବରୁ ସେମାନଙ୍କୁ ନିମ୍ନଲିଖିତ କଥାଗୁଡ଼ିକ ପ୍ରତି ଗୁରୁତ୍ୱ ଦେବାକୁ ହେବ।
୧. ଆଜିକାଲି ବଜାରରେ ବିଭିନ୍ନ କମ୍ପାନୀର ଲିପ୍ଷ୍ଟିକ୍ ମିଳୁଛି। କିନ୍ତୁ ଯେକୌଣସି ଦୋକାନରୁ ଯେକୌଣସି ଲିପ୍ଷ୍ଟିକ୍ କିଣନ୍ତୁ ନାହିଁ। ସବୁବେଳେ ଭଲ କମ୍ପାନୀ ତଥା ଭଲ ବ୍ରାଣ୍ଡର ଲିପ୍ଷ୍ଟିକ୍ କିମ୍ବା ଲିପ୍ଗ୍ଲସ୍ ବ୍ୟବହାର କରନ୍ତୁ। ଖରାପ ବ୍ରାଣ୍ଡର ଲିପଷ୍ଟିକ୍ ଆପଣଙ୍କ ଓଠରେ ଖରାପ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଲିପ୍ଷ୍ଟିକ୍ ବ୍ୟବହାର କରିବା ପୂର୍ବରୁ ଏହାର କ୍ୱାଲିଟି ବିଷୟରେ ଜାଣି ନିଅନ୍ତୁ।
୨. ଲିପ୍ଷ୍ଟିକ୍ କିଣିଲା ବେଳେ କେବେ ବି ଓଠରେ ଲଗାଇ ପରୀକ୍ଷା କରନ୍ତୁ ନାହିଁ। କାରଣ ଟେଷ୍ଟ୍ କରିବା ପାଇଁ ଦିଆଯାଉଥିବା ଲିପ୍ଷ୍ଟିକ୍କୁ ଆପଣଙ୍କ ପୂର୍ବରୁ ଆହୁରି ଅନେକ ଜଣ ପରୀକ୍ଷା କରିଥିବେ। ତେଣୁ ଇନ୍ଫେକ୍ସନର ଆଶଙ୍କା ଥାଏ। ଓଠ ପରିବର୍ତ୍ତେ ହାତ ପାପୁଲିରେ ଲଗାଇ ପରୀକ୍ଷା କରିବା ଅଭ୍ୟାସ କରନ୍ତୁ।
୩. ଲିପ୍ଷ୍ଟିକ୍କୁ ସବୁବେଳେ ଫ୍ରିଜ୍ରେ ରଖନ୍ତୁ। ଲିପ୍ଷ୍ଟିକ୍କୁ ବନ୍ଦ କଲା ବେଳେ ଏହା ଭଲ ଭାବେ ବନ୍ଦ ହୋଇଛି କି ନାହିଁ ପରୀକ୍ଷା କରି ନିଅନ୍ତୁ।
୪. ଲିପ୍ଷ୍ଟିକ୍ ଲଗାଇବା ପୂର୍ବରୁ ଓଠକୁ ପରିଷ୍କାର କରନ୍ତୁ। ତା’ ପରେ ଓଠ ଆଖପାଖରେ ଟିକେ ଫାଉଣ୍ଡେସନ୍ ଲଗାନ୍ତୁ। ଫାଉଣ୍ଡେସନ୍ ଲଗାଇବା ଦ୍ୱାରା ଓଠ ପାଖରେ ଥିବା ସମସ୍ତ ଦାଗ ଦୂର ହୋଇଯାଏ। ଏହା ପରେ ସ୍କିନ୍ ଟୋନର୍ ଓ ଲିପ୍ ପେନସିଲ୍ ସାହାଯ୍ୟରେ ଓଠ ଚାରିପାଖେ ଆଉଟ୍ ଲାଇନ୍ ଆଙ୍କି ଦିଅନ୍ତୁ। ଏହା ଭିତରେ ନିଜ ମନପସନ୍ଦ ରଙ୍ଗର ଲିପ୍ଷ୍ଟିକ୍ ବ୍ୟବହାର କରନ୍ତୁ।
୫. ଲିପ୍ଷ୍ଟିକ୍ ଯେପରି ଲିପ୍ ଲାଇନ୍ର ବାହାରକୁ ଚାଲି ନ ଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
୬. ଲିପ୍ଷ୍ଟିକ୍ ଲଗାଇ ସାରିବା ପରେ ଟିସୁ ପେପରରେ ଦୁଇ ଓଠକୁ ଚାପି ରଖନ୍ତୁ। ଏହା ଦ୍ୱାରା ଅତିରିକ୍ତ ଲିପ୍ଷ୍ଟିକ୍ ଛାଡ଼ିଯିବ ଓ ରଙ୍ଗ ଦୀର୍ଘସ୍ଥାୟୀ ହେବ। ଲିପ୍ ଲାଇନ୍ର ସୂକ୍ଷ୍ମ ରେଖା ଯେପରି ଲିପଷ୍ଟିକ୍ ରଙ୍ଗ ସହିତ ମିଶିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
୭. ଓଠ ଚଉଡ଼ା ହୋଇଥିଲେ ଲିପ୍ ପେନ୍ସିଲ୍ ସାହାଯ୍ୟରେ ଓଠକୁ ଲାଇନିଂ ଦେଇ ପତଳା କରାଯାଇପାରିବ। ପତଳା ଓଠକୁ ଲିପ୍ ଲାଇନର ସାହାଯ୍ୟରେ ଚଉଡ଼ା ମଧ୍ୟ କରାଯାଇପାରିବ।
୯. ଗାଢ଼ ରଙ୍ଗର ଲିପ୍ଷ୍ଟିକ୍ ଲଗାଉଥିଲେ ସେଇ ରଙ୍ଗକୁ ମ୍ୟାଚ୍ କଲା ଭଳି ହାଲ୍କା ରଙ୍ଗର ଲିପ୍ ଲାଇନର ବ୍ୟବହାର କରନ୍ତୁ। ଉଦାହରଣ ସ୍ୱରୁପ ଯଦି ଆପଣଙ୍କ ଲିପ୍ଷ୍ଟିକ୍ ଡିପ୍ ମେରୁନ୍ ହୋଇଥାଏ, ତା’ ହେଲେ ହାଲକା ମେରୁନ୍ ଲିପ୍ ଲାଇନର ବ୍ୟବହାର କରନ୍ତୁ।
୧୦. ହାଲକା ରଙ୍ଗର ଲିପ୍ଷ୍ଟିକ୍ ସାଙ୍ଗକୁ ଗାଢ଼ ରଙ୍ଗର ଲିପ୍ ଲାଇନର ଲାଟେଷ୍ଟ୍ ଫ୍ୟାଶନ୍ ହୋଇଛି।
୧୧. ଓଠ ଚାରି ପାଖେ ଲାଇନିଂ କରିବା ପରେ ନିଜ ପୋଷାକକୁ ମାନିଲା ଭଳି ଲିପ୍ଷ୍ଟିକ୍ ଲଗାନ୍ତୁ।
୧୨. ଲିକୁଇଡ୍ ଲିପଷ୍ଟିକ୍କୁ ତୂଳୀ ସାହାଯ୍ୟ ଲଗାଇବା ଉଚିତ।
୧୩. ଶୀତଦିନେ ମ୍ୟାଟ୍ ଲିପ୍ଷ୍ଟିକ୍ ବ୍ୟବହାର କରିବା ବଦଳରେ କ୍ରିମ୍ମ୍ୟାଟ୍ ଲିପ୍ଷ୍ଟିକ୍ ବ୍ୟବହାର କଲେ ଓଠର କୋମଳତା ବଜାୟ ରହିବ। ଶୀତଦିନେ ମ୍ୟାଟ୍ ଲିପ୍ଷ୍ଟିକ୍ ବ୍ୟବହାର କରିବା ଦ୍ୱାରା ଓଠ ଅଧିକ ରୁକ୍ଷ ଦେଖାଯାଏ।
୧୪. ନିଜର ବୟସ ଓ ବ୍ୟକ୍ତିତ୍ୱ ଅନୁଯାୟୀ ଲିପ୍ଷ୍ଟିକ୍ ଲଗାନ୍ତୁ। ନିଜ ପୋଷାକକୁ ମାନିଲା ଭଳି ଲିପ୍ଷ୍ଟିକ୍ ଲଗାନ୍ତୁ। ଲିପ୍ଷ୍ଟିକ୍ ଲଗାଇବା ପୂର୍ବରୁ ଆପଣ କେଉଁଠାକୁ ଯାଉଛନ୍ତି ଓ କେଉଁ ସମୟରେ ଯାଉଛନ୍ତି ତା’ ପ୍ରତି ବି ଧ୍ୟାନ ଦିଅନ୍ତୁ ଓ ସେହି ଅନୁସାରେ କଲର୍ ଚଏସ୍ କରନ୍ତୁ।
୧୫. ଓଠର ଲିପ୍ଷ୍ଟିକ୍ ଛଡ଼ାଇବା ପାଇଁ କ୍ଲିନ୍ଜିଂ ମିଲ୍କ ବ୍ୟବହାର କରନ୍ତୁ। ତୁଳାରେ କ୍ଲିନ୍ଜିଂ ମିଲ୍କ ନେଇ ଓଠରେ ଘସିଲେ ଲିପ୍ଷ୍ଟିକ୍ ସହଜରେ ଛାଡ଼ିଯାଏ। ନଚେତ ଟିକେ ଭେସ୍ଲିନ୍ ଲଗାଇ ଦେଲେ ବି ଲିପ୍ଷ୍ଟିକ୍ ସହଜରେ ଛାଡ଼ିଯାଏ। ମନେ ରଖନ୍ତୁ ରାତିରେ ଶୋଇବା ପୂର୍ବରୁ ନିୟମିତ ଭାବେ ଲିପଷ୍ଟିକ୍ ଛଡ଼ାଇ ଶୋଇବା ଉଚିତ୍।