କାନ୍ଦିବା ପଛର ରହସ୍ୟ

Straight to the Point

ଆମ ଚାରିପାଖରେ ଏଭଳି ଅନେକ ବର୍ଗର ଲୋକ ଅଛନ୍ତି, ଯେଉଁମାନେ ସାମାନ୍ୟତମ କଥାରେ କାନ୍ଦିପକାନ୍ତି । ଘରର ବୟୋଜ୍ୟେଷ୍ଠଙ୍କ ମତରେ କାନ୍ଦିଲେ ଦୁର୍ବଳମନା, ତେଣୁ ଦୃଢ ହେବାକୁ ପରାମର୍ଶ ଦିଆଯାଏ । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦଳର ପରୀକ୍ଷାରୁ ପ୍ରକାଶିତ ଯେ ସାମାନ୍ୟତମ କଥାରେ କାନ୍ଦୁଥିବା ବ୍ୟକ୍ତି ପ୍ରକୃତରେ ଖୁବ୍‍ ସହନଶୀଳ । ଏହା ସହ ଅନ୍ୟ ଏକ କଥାକୁ ଦୃଷ୍ଟିରେ ରଖିବା ଉଚିତ୍‍ ଯେ, ଅନ୍ୟକୁ କଟୁ କଥା କହିଲେ ହିଁ ଆଖିରୁ ଦୁଇ ଧାର ଝରିଆସେ । ବିଶେଷଜ୍ଞଙ୍କ ମତରେ ଏହି ବର୍ଗର ଲୋକଙ୍କ ଚିନ୍ତାଧାରା ଭିନ୍ନ । ତେବେ ଏମାନେ ସାମାନ୍ୟ ଅସହିଷ୍ଣୁ ସ୍ୱଭାବର ମଧ୍ୟ ହୋଇଥାନ୍ତି । ମାନସିକ ଚାପ ଦୂର କରିବାର ସର୍ବୋକୃଷ୍ଟ ଉପାୟ ହେଉଛି କାନ୍ଦିବା । ନିଜ ମନର କଷ୍ଟ ଓ ଦୁଃଖ ମଧ୍ୟ ଏହି ଉପାୟରେ ଦୂର ହୋଇଥାଏ । ଗବେଷଣାରେ ସାମିଲ ହୋଇଥିବା ୮୧% ଲୋକ କହିଥିଲେ ଯେ ଏଥିରେ ଦ୍ୱିମତ ହେବାର ନାହିଁ ଯେ କାନ୍ଦିବା ପରେ ମନ ହାଲୁକା ଲାଗିଥା, । ତେବେ ଅନ୍ୟ ସମ୍ମୁଖରେ ଆଖିକୁ ଲୁହ ଚାଲିଆସିଲେ, ତାହାକୁ ନ ଅଟକାଇ ବରଂ ବାହାରିଯିବାକୁ ଦିଅନ୍ତୁ ।

error: Thank You Keep Visiting