ଆଜ୍ମା ନିମନ୍ତେ ଉପକାରୀ ଅଙ୍ଗୁର

Straight to the Point
  • କ୍ଷଅଙ୍ଗୁରରେ ଭିଟମିନ୍‍-କେ, ଏ, ସି ଏବଂ ବି-୬ ଭରି ରହିଛି । ଏହାବ୍ୟତିତ ଏଥିରେ ମିନେରାଲ୍‍, ପୋଟାସିୟମ, କ୍ୟାଲିସିୟମ, ସୋଡିୟମ, ମ୍ୟାଗ୍ନେସିୟମ, ଫସଫରସ ଆଦି ରହିଛି ।
  • କ୍ଷଆଜ୍‍ମା (ଶ୍ୱାସ) ରୋଗୀଙ୍କ ପାଇଁ ଅଙ୍ଗୁର ବେଶ୍‍ ଉପକାରୀ ସାବ୍ୟସ୍ତ ହୋଇଥାଏ ।
  • କ୍ଷର୍ନିୟମିତ ଅଙ୍ଗୁର ଖାଇଲେ ଏହା ହୃଦ୍‍ରୋଗ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ ।
  • କ୍ଷଯଦି ଆପଣଙ୍କର ମାଇଗ୍ରେନ୍‍ ସମସ୍ୟା ରହିଛି ତେବେ ପ୍ରତିଦିନ ସକାଳୁ ଅଙ୍ଗୁର ଜୁସ୍‍ (ପାଣି ନ ମିଶାଇ) ପିଇପାରନ୍ତି । କୋଷ୍ଠକାଠିନ୍ୟକୁ ଏହା ଦୂର କରିବାରେ ସହାୟକ ହୋଇଥାଏ । ବେଳେବେଳେ ଆମେ ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହୋଇଥାଉ । ଏହାକୁ ଦୂର କରିବାରେ ଅଙ୍ଗୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
  • କ୍ଷନିୟମିତ ଅଙ୍ଗୁର ଖାଇଲେ ତାହା ଦାନ୍ତ କ୍ଷୟରୁ ରକ୍ଷା କରିବା ସହ ଦାନ୍ତକୁ ମଜଭୂତ କରିଥା, । ଶରୀରରୁ ୟୁରିକ୍‍ ଏସିଡ ପରି ତତ୍ତ୍ୱକୁ ଅଙ୍ଗୁର ଦୂର କରିବା ସହ କିଡ୍‍ନୀର କାର୍ଯ୍ୟଦକ୍ଷତାକୁ ଆହୁରି ସକ୍ରିୟ କରାଇଥାଏ ।
  • କ୍ଷଅଙ୍ଗୁରର ପିଟ୍ରୋଷ୍ଟିଲବେନ୍‍ ନାମକ ଉପକାରୀ ତତ୍ତ୍ୱ ରହିଛି, ଯାହା ରକ୍ତରେ କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ ।
  • କ୍ଷଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରିଥାଏ ଅଙ୍ଗୁର ।
error: Thank You Keep Visiting