ଜାଣନ୍ତୁ, ହୃଦ୍‍ଘାତ ଓ ଏହାର ନିରାକରଣ

Straight to the Point

ମହିଳା ଓ ପୁରୁଷ ଉଭୟଙ୍କଠାରେ ହୃଦ୍‍ରୋଗ ଆଶଙ୍କା ସମାନ ଥିଲେ ବି ହୃଦ୍‍ଘାତରେ ମହିଳାଙ୍କର ଅଧିକ ମୃତ୍ୟୁ ହେଉଥିବା ଦେଖାଯାଉଛି। ଅବଶ୍ୟ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ପାଇଁ ଥିବା ହରମୋନ୍‍ ପ୍ରତିରକ୍ଷା କରିଥାଏ। ଯେତେବେଳେ ଏହା ବନ୍ଦ ହୁଏ (୪୨ରୁ ୫୫ବର୍ଷ ବୟସ ମଧ୍ୟରେ) ତା’ ପରେ ହୃଦ୍‍ଜନିତ ରୋଗ ହେବାର ଆଶଙ୍କା ବଢେ। ବେଳେବେଳେ ଶର୍କରା ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ। ମୃତ୍ୟୁବରଣ କରୁଥିବା ପ୍ରତି ୩ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ କାରଣ ହେଉଛି ହୃଦ୍‍ରୋଗ। ଭାରତରେ ମଧ୍ୟ ହୃଦ୍‍ଘାତଜନିତ ମୃତ୍ୟୁ ପ୍ରଥମରେ ଅଛି। ଏଥିରେ ଆକ୍ରାନ୍ତ ୪୮% ମହିଳାଙ୍କ ବୟସ ୪୬ରୁ ୬୦ବର୍ଷ ମଧ୍ୟରେ।
ଏହି ରୋଗର ଅନ୍ୟ କାରଣ ହେଲା- ବାହାର ଖାଦ୍ୟ, ମଧୁମେହ, ଧୂମପାନ, ପାନ କିମ୍ବା ପୁଡିଆ (ଜର୍ଦା), ମେଦବହୁଳତା (ପେଟର ଚର୍ବି ବଢିବା), ରକ୍ତଚାପ, ଅଧିକ କୋଲେଷ୍ଟେରଲ, ଶୀଘ୍ର ଋତୁସ୍ରାବ ବନ୍ଦ ହେବା (୪୦ ବର୍ଷ ପୂର୍ବରୁ) ଏବଂ ଶାରୀରିକ କାମ ନକରିବା। ପ୍ରାୟ ୫୦ପ୍ରତିଶତ ମହିଳା ପ୍ରଥମ ଥର ହୃଦ୍‍ଘାତରେ ମୃତ୍ୟୁର ଶିକାର ହେଉଥିବା ବେଳେ ପୁରୁଷଙ୍କଠାରେ ଏହା ୩୦ପ୍ରତିଶତ।
ହୃଦ୍‍ଘାତରେ ଆକ୍ରାନ୍ତ ମହିଳାଙ୍କଠାରେ ଭିନ୍ନଭିନ୍ନ ଲକ୍ଷଣ ଦେଖାଯାଏ- ଛାତି ଯନ୍ତ୍ରଣା, ବାମହାତ ଯନ୍ତ୍ରଣା, ଝାଳ ବୋହିବା ଇତ୍ୟାଦି। ଏହା ବାଦ୍‍ ଅଧିକାଂଶ ମହିଳାଙ୍କଠାରେ ଛାତି ଖେଞ୍ôଚ ହେବା, ପୋଡିବା, ଧଇଁସଇଁ ଲାଗିବା, ଦୁର୍ବଳ ଓ ବାନ୍ତି ହେବା ଭଳି ଅନୁଭବ କରିବା, ବଦହଜମି, ଛାତି ଚାପି ହୋଇଯିବା ଏବଂ ଅଳ୍ପ କାମ କଲେ ହାଲିଆ ଲାଗିବା ଆଦି ଲକ୍ଷଣ ବି ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ବାଇପାସ୍‍ କିମ୍ବା ଅନ୍ୟ ହୃଦ୍‍ରୋଗଜନିତ ଅପରେସନ ଅଧିକ ଜଟିଳ ଓ ଜୀବନ ପ୍ରତି ବିପଦପୂର୍ଣ୍ଣ। କାରଣ, ମହିଳାଙ୍କର ଶିରା ଓ ଧମନୀ ପତଳା।
ନିରାକରଣ:

  •  ନିୟମିତ ହୃଦ୍‍ଯନ୍ତ୍ର ସହିତ ସ୍ୱାସ୍ଥ୍ୟ ପରୀକ୍ଷଣ କରାଇ ନିଅନ୍ତୁ।
  •  କୋଲେଷ୍ଟେରଲ୍‍, ଡାଇବେଟିସ୍‍ ଏବଂ ରକ୍ତଚାପ ସହ ଶରୀରର ଓଜନ ନିୟନ୍ତ୍ରିତ ରଖନ୍ତୁ।
  •  ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ। ଦୁଶ୍ଚିନ୍ତାଠାରୁ ଦୂରେଇ ରହନ୍ତୁ।
  •  ବର୍ଷକୁ ଅତି କମ୍‍ରେ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଲାଗି ପରିବାରର ପୁରୁଷ ଏବଂ ବଡ ସଦସ୍ୟ ସାହାଯ୍ୟ କରିବା ଦରକାର।
  •  ସ୍ୱାସ୍ଥ୍ୟବୀମା କରିବା ଉଚିତ।
  •  ପ୍ରତ୍ୟେକ ମହିଳା ବିବାହ ପୂର୍ବରୁ ହୃଦ୍‍ଯନ୍ତ୍ର ଓ ବ୍ଲଡ୍‍ଗ୍ରୁପ୍‍ ପରୀକ୍ଷା କରିବା ନିହାତି ଜରୁରୀ। ନଚେତ ହୃଦ୍‍ଘାତ ଆଶଙ୍କା ବଢି ଗର୍ଭାବସ୍ଥାରେ ମା’ ଏବଂ ପିଲା ପାଇଁ ବିପଜ୍ଜନକ ହୋଇଥାଏ।
error: Thank You Keep Visiting