ହେୟାର୍ ଷ୍ଟ୍ରେଟନିଂ

Straight to the Point
କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଧିକାଂଶ ମହିଳା ହେୟାର୍ ଷ୍ଟ୍ରେଟନର୍ ବ୍ୟବହାର କରିଥାନ୍ତି । ତେବେ ହେୟାର୍ ଷ୍ଟ୍ରେଟ୍ନିଂ କରିବା ପୂର୍ବରୁ କିଛି ଜରୁରୀ ତଥ୍ୟ ବିଷୟରେ ଅବଗତ ନହେଲେ, ପର ମୁହୂର୍ତ୍ତରେ ପସ୍ତାଇବାକୁ ପଡ଼ିପାରେ ।
ସବୁବେଳେ ଭଲ କ୍ୱାଲିଟିର ଷ୍ଟ୍ରେଟ୍ନର ବ୍ୟବହାର କରିବା ଉଚିତ୍ । କମ୍ ମୂଲ୍ୟରେ ଖରାପ ଷ୍ଟ୍ରେଟନର୍ କିଣିବା ଦ୍ୱାରା କେଶକୁ ହାନି ପହଞ୍ଚଥାଏ ।
ଷ୍ଟ୍ରେଟ୍ନିଂ କରିବା ପୂର୍ବରୁ କେଶକୁ ଛୋଟ ଛୋଟ ଭାଗ କରିନିଅନ୍ତୁ । ଏହାଦ୍ୱାରା କେଶ ଜଟା ହୋଇନଥାଏ । ଆରାମରେ ପ୍ରତିଟି ଭାଗର କେଶ ଷ୍ଟ୍ରେଟ୍ନିଂ ହୋଇଥାଏ । କ୍ଷଷ୍ଟ୍ରେଟନିଂ କରିବା ପୂର୍ବରୁ ଭଲଭାବେ କେଶକୁ ଶାମ୍ପୁ କରିବା ଉଚିତ୍ । ଏହାଦ୍ୱାରା କେଶ ମୂଳରେ ଥିବା ଧୂଳି, ମଳି ଏବଂ ରୁପି ଷ୍ଟ୍ରେଟ୍ନର୍ ସଂସ୍ପର୍ଶରେ ଆସି କେଶକୁ କ୍ଷତି ପହଞ୍ଚାଇ ନଥାନ୍ତି ।
ପ୍ରଥମେ ଷ୍ଟ୍ରେଟ୍ନର୍ର ତାପାମାତ୍ରା ସମ୍ପର୍କରେ ଜାଣିନେବା ଉଚିତ୍ । କେଶକୁ ଅଧିକ ତାପମାତ୍ରାରେ ଷ୍ଟ୍ରେଟ୍ନିଂ କଲେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ସର୍ବଦା ମେସିନ୍ର ତାପମାତ୍ରା ନର୍ମାଲ୍ ରଖିବା ଭଲ । କ୍ଷଅସଜଡ଼ା କେଶକୁ କଦାପି ଷ୍ଟ୍ରେଟ୍ନିଂ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଅଧିକ କେଶ ଝଡ଼ିଥାଏ ।
error: Thank You Keep Visiting