ଆଉ ୧୩ ବର୍ଷ ମଧ୍ୟରେ ସମୁଦ୍ରରେ ବିଲୀନ ହୋଇଯିବ ବ୍ୟାଙ୍କକ୍‍!

An Independent Media

ଥାଇଲାଣ୍ଡ : ଜୟବାୟୁ ପରିବର୍ତ୍ତନର କୁପ୍ରଭାବ ଧୀରେ ଧୀରେ ବିଶ୍ୱକୁ ଗ୍ରାସିବାରେ ଲାଗିଛି। ଏବେ ଜୟବାୟୁ ପରିବର୍ତ୍ତନ ଏକ ଜଣାଶୁଣା ଶବ୍ଦରେ ପରିଣତ ହୋଇଛି। ବିଶ୍ୱ ଏଥିରେ ପୀଡ଼ିତ ପରିଲକ୍ଷିତ ହେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ଆଉ ୧୨ର ୧୩ ବର୍ଷ ମଧ୍ୟରେ ସମୁଦ୍ରରେ ବିଲୀନ ହୋଇଯିବ ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରେ ପ୍ରକାଶ ପାଇଛି। ସୂଚନା ଅନୁସାରେ ତାପମାନ ବୃଦ୍ଧି ଯୋଗୁଁ ବିଭିନ୍ନ ସ୍ଥାନରେ ଜମି ରହିଥିବା ବଡ଼ ବଡ଼ ବରଫ ଖଣ୍ଡ ତରଳିବାରେ ଲାଗିଛି। ଫଳରେ ଦ୍ରୁତ୍‍ ଗତିରେ ସମୁଦ୍ରର ଜଳସ୍ତର ବଢୁଛି । ଯଦି ଏହି ସ୍ତରରେ ସମୁଦ୍ରର ଜଳସ୍ତର ବଢି ଚାଲିଥିବ ତେବେ ଆସନ୍ତା ୧୨ରୁ ୧୩ ବର୍ଷ ମଧ୍ୟରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ସୁମଦ୍ରରେ ବୁଡ଼ି ଯିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ୨୦୧୮ରେ ପୋଲାଣ୍ଡରେ ମିଳିତ ଜାତିସଂଘ ପକ୍ଷରୁ ଜୟବାୟୁ ପରିବର୍ତ୍ତନ ନେଇ ହେବାକୁ ଥିବା ସମ୍ମିଳନୀରେ ବ୍ୟାଙ୍କ୍‍କ୍‍ ପ୍ରସଙ୍ଗ ଉଠାଇବାକୁ ଥାଇଲାଣ୍ଡ ପ୍ରସ୍ତୁତି ଚଳାଇଛି। ଉଲ୍ଲେଖଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାନ ବୃଦ୍ଧି ପାଉଛି, ଘୂର୍ଣ୍ଣିଝଡ଼, ଲଘୁଚାପ ଜନିତ ପ୍ରବଳ ବର୍ଷା, ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏପଟେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ସନ୍ତସନ୍ତିଆ ଭୂମି ଉପରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ମାତ୍ର ୧.୫ ମିଟର ଉଚ୍ଚରେ ଅବସ୍ଥିତ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ବ୍ୟାଙ୍କକ୍‍ର ୪୦ରୁ ଅଧିକ ପ୍ରତିଶତ ଭୂଭାଗ ସମୁଦ୍ରରେ ବିଲୀନ ହୋଇଯିବ। ଗ୍ରୀନ୍‍ପିସ୍‍ର ଜଣେ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ପ୍ରତି ବର୍ଷ ବ୍ୟାଙ୍କକ୍‍ ୨ ସେଣ୍ଟିମଟର ଲେଖାଏଁ ବୁଡ଼ିବାରେ ଲାଗିଛି। ଆଗାମୀ ଦିନରେ ଏହି ସ୍ଥିତି ବିପଦ୍‍ଜନକ ହେବ ଓ ସମୁଦ୍ର ଏହାର ଏକ ବଡ଼ ଅଂଶକୁ ବୁଡ଼ାଇ ଦେବ। ସେହିପରି ଇଣ୍ଡୋନେସିଆ ରାଜଧାନୀ ଜାକାର୍ତା ଏବଂ ମନିଲା ପାଇଁ ବିପଦର ଘଣ୍ଟି ବାଜୁଛି। ଆଗାମୀ ଦିନରେ ଏହି ଦୁଇ ସହର ମଧ୍ୟ ସମୁଦ୍ର ଗର୍ଭକୁ ଚାଲିଯିବେ ବୋଲି ଆଶଙ୍କା କରାଯାଉଛି।

error: Thank You Keep Visiting