ଅଦ୍ଭୁତ ପ୍ରଥା ବିବାହ ସରିବାର ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବାକୁ ଦିଆଯାଏ ନାହିଁ

An Independent Media

ଏମିତି ଅନେକ ପ୍ରଥା ଓ ପରମ୍ପରା ରହିଛି ଯାହା ବେଶ୍‍ ଅଶ୍ଚର୍ଯ୍ୟଜନକ ଓ କୌତୁହଳମୟ। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ପ୍ରଚଳିତ ଥିବା ଏକ ଅଦ୍ଭୁତ ପ୍ରଥା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ନବବିବାହିତ ଦମ୍ପତ୍ତିଙ୍କୁ ବିବାହ ସରିବାର ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବାକୁ ଦିଆଯାଏ ନାହିଁ। ଏହି ଅଦ୍ଭୁତ ପ୍ରଥା ଇଣ୍ଡୋନେସିଆରେ ପାଳନ କରାଯାଏ।

ଏଠାକାର ଟିଡଙ୍ଗ୍‍ ସମ୍ପ୍ରଦାୟର ଲୋକେ ଏହି ନିୟମକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥାଆନ୍ତି ଓ ନିଷ୍ଠାର ସହିତ ଏହାକୁ ପାଳନ କରିଥାଆନ୍ତି। ନିୟମ ଅନୁସାରେ ବିବାହ ସରିବାର ୩ ଦିନ ପର୍ଯ୍ୟନ୍ତ ଉଭୟ ବର ଓ କନ୍ୟା ଶୌଚାଳୟ ଯାଇପାରିବେ ନାହିଁ। ବିଶ୍ୱାସ ରହିଛି ଯେ ଯଦି ଏହି ସମୟରେ ଦୁହିଁଙ୍କ ମଧ୍ୟରୁ କେହି ଶୌଚାଳୟ ଯାଆନ୍ତି ତେବେ ତାହା ଅଶୁଭ ହୋଇଥାଏ।

ବାସ୍ତବରେ, ଏପରି କୁହାଯାଏ ଯେ ବିବାହ ଏକ ପବିତ୍ର ସମାରୋହ ହୋଇଥାଏ ଓ ଶୌଚାଳୟ ଯିବା ଦ୍ୱାରା ଏହି ପବିତ୍ରତା ନଷ୍ଟ ହୋଇଥାଏ। ଏପରି କରିବା ଦ୍ୱାରା ବର ଓ କନ୍ୟା ଅପବିତ୍ର ହୋଇଯାଆନ୍ତି। ଏହାର ଆହୁରି ଏକ କାରଣ ଜାଣିବା ପରେ ଆପଣ ବୁଝିପାରିବେ ଅନ୍ଧବିଶ୍ୱାସ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ବ୍ୟାପି ରହିଛି। ଏପରି ମଧ୍ୟ କୁହାଯାଏ ଯେ ଶୌଚାଳୟ ଏକ ଅପରିଷ୍କାର ସ୍ଥାନ ହୋଇଥିବା ଯୋଗୁଁ ସେଠାରେ ନକରାତ୍ମକ ଶକ୍ତିମାନ ବାସ କରିଥାଆନ୍ତି। ଯଦି ବିବାହ ପରେ ବର,କନ୍ୟା ଶୌଚାଳୟକୁ ଯାଆନ୍ତି ତେବେ ତାଙ୍କ ବୈବାହିକ ଜୀବନ ବିପଦରେ ପଡ଼ିବାର ସମ୍ଭାବନା ଥାଏ।

ତିନି ଦିନ ପର୍ଯ୍ୟନ୍ତ ବର-କନ୍ୟାଙ୍କୁ ଶୌଚାଳୟ ଯିବା ନିଷେଧ ତେଣୁ ଏହା ପାଇଁ ପ୍ରସ୍ତୁତି ପୂର୍ବରୁ କରାଯାଇଥାଏ। ବିବାହ ପରେ ବର-କନ୍ୟାଙ୍କ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ତାଙ୍କର କୌଣସି ଅସୁବିଧା ନହେଉ ସେଥିପାଇଁ ଦୁଇ ପରିବାରର ଲୋକେ ସାଥି ହୋଇ ରହିଥାଆନ୍ତି।

error: Thank You Keep Visiting