ଏହି ମୁସଲମାନ ବହୁଳ ଦେଶର ମୁଦ୍ରାରେ ଛପା ଯାଇଥାଏ ପ୍ରଭୁ ଗଣେଶଙ୍କ ଚିତ୍ର

An Independent Media

ଇଣ୍ଡୋନେସିଆ: ସାରା ଦେଶରେ ଆଜି ଗଣେଶ ଚତୁର୍ଥୀର ଉତ୍ସବ ପାଳନ ହେଉଛି । ପ୍ରଭୁ ଗଣେଶଙ୍କୁ ବିଦ୍ୟା, ସୁଖ, ଶାନ୍ତି ଓ ସମୃଦ୍ଧିର ଦେବତା ବୋଲି କୁହାଯାଇଥାଏ । ଭଗବାନ ଗଣେଶଙ୍କୁ କେବଳ ଭାରତରେ ଶ୍ରଦ୍ଧାର ସହ ପୂଜା କରାଯାଇ ନଥାଏ ବରଂ ଦୁନିଆର ବିଭିନ୍ନ ଦେଶ ଏପରିକି ମୁସଲମାନ ବହୁଳ ଦେଶରେ ମଧ୍ୟ ଭଗବାନ ଗଣେଶଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ରହିଛି । ସବୁଠାରୁ ବଡ଼ ମୁସଲମାନ ବହୁଳ ଦେଶ ଇଣ୍ଡୋନେସିଆ, ଯେଉଁଠି ମାତ୍ର ୩ ପ୍ରତିଶତ ହିନ୍ଦୁ ବାସ କରିଥାଆନ୍ତି ସେଠାକାର ନୋଟ୍ ଉପରେ ଭଗବାନ ଗଣେଶଙ୍କ ଫଟୋ ଛପା ହୋଇଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।
ଇଣ୍ଡୋନେସିଆର ମୁଦ୍ରାକୁ ରୁପିଆଃ କୁହାଯାଏ । ଏଠାକାର ୨୦ ହଜାର ଟଙ୍କାର ନୋଟ୍ ଉପରେ ପ୍ରଭୁ ଗଣେଶଙ୍କର ଚିତ୍ର ରହିଛି । ଏହି ମୁସଲମାନ ବହୁଳ ଦେଶର ଲୋକେ ଭଗବାନ ଗଣେଶଙ୍କୁ ଶିକ୍ଷା, କଳା ଓ ବିଜ୍ଞାନର ଦେବତା ବୋଲି ମାନି ଥାଆନ୍ତି । ଇଣ୍ଡୋନେସିଆର ଏହି ୨୦ ହଜାର ଟଙ୍କା ନୋଟରେ ଗୋଟିଏ ପାର୍ଶ୍ୱରେ ଭଗବାନ ଗଣେଶଙ୍କ ଚିତ୍ର ଥିବାବେଳେ ଅନ୍ୟ ପାର୍ଶ୍ୱରେ ଶ୍ରେଣୀଗୃହର ଫଟୋ ଛପା ହୋଇଥାଏ । ଯେଉଁଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଚିତ୍ର ରହିଛି । ତେବେ ·ଲନ୍ତୁ ଜାଣିବା କାହିଁକି ଏକ ମୁସଲମାନ ବହୁଳ ଦେଶର ମୁଦ୍ରାରେ ପ୍ରଭୁ ଗଣେଶଙ୍କୁ ସ୍ଥାନ ଦିଆଯାଇଛି ।
ନୋଟ୍ରେ ପ୍ରଭୁ ଗଣେଶଙ୍କ ଫଟୋ ଛାପିବାର କାରଣ :
ସୂଚନା ଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥାରେ କିଛି ସମସ୍ୟା ଦେଖା ଦେଇଥିଲା । ଏହାପରେ ସେଠାରେ ୨୦ ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରାଯାଇଥିଲା, ଯେଉଁଥିରେ ଭଗବାନ ଗଣେଶଙ୍କ ଫଟୋ ଛପା ଯାଇଥିଲା । ଏହାକୁ ଛାପିବା ପଛରେ ଆର୍ଥିକ ବିଶେଷଜ୍ଞ ମାନଙ୍କର ବିଶ୍ୱାସ ଥିଲା ଯେ ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ପୁଣି ସୁଦୃଢ ହୋଇଯିବ ଓ ବାସ୍ତବରେ ପରେ ସେହିପରି ହିଁ କିଛି ଦେଖିବାକୁ ମିଳିଥିଲା । ଦେଶର ଅର୍ଥ ବ୍ୟବସ୍ଥା ପୁଣି ସୁଦୃଢ ହୋଇଯାଇଥିଲା ।

error: Thank You Keep Visiting