ସମଲିଙ୍ଗୀ ସମ୍ପର୍କକୁ ନେଇ ବିବାହର ଦିନକ ପୂର୍ବରୁ ବର ଫେରାର

An Independent Media

ନୂଆଦିଲ୍ଲୀ: ହରିୟାଣାର ଯମୁନାନଗରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବିବାହର ମାତ୍ର ଦିନେ ପୂର୍ବରୁ ବର ଘରୁ ଫେରାର ହୋଇଯାଇଛି । ଖବର ନେବାରୁ ଏହା ଏକ ସମଲିଙ୍ଗୀ ସମ୍ପର୍କ ବୋଲି ଜଣାପଡ଼ିଛି ।
ଯମୁନାନଗରର କାଂସାପୁରଠାରେ ରହୁଥିବା ୨୫ବର୍ଷିୟ ଏହି ଯୁବକର ନିର୍ବନ୍ଧ ବର୍ଷେ ପୂର୍ବରୁ ପଞ୍ଜାବର ମୁବାରକପୁରର ଜନୈକା କନ୍ୟା ସହ ହୋଇଥିଲା । ଚଳିତ ମାସର ୧୧ସେପ୍ଟେମ୍ବରରେ ଉଭୟଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ଯେତେବେଳେ ପରିବାରବର୍ଗ ସଙ୍ଗୀତ ପାଳୁଥିଲେ ସେତେବେଳେ ଉକ୍ତ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ସହ ଫେରାର ହୋଇଯାଇଥିଲେ । ଏହି ନାବାଳକ ଜଣକ କିଛି ଦିନ ପୂର୍ବେ ବିବାହ ବାତିଲ କରିବାକୁ ପରିବାରବର୍ଗଙ୍କୁ ଧମକ ଦେଇଥିବା ବରର ମା’ ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ ପକ୍ଷରୁ ଉଭୟଙ୍କ ମୋବାଇଲ ନମ୍ବରକୁ ତଦନ୍ତ ପରିସରକୁ ଅଣାଯାଇ ତଦନ୍ତ ଆରମ୍ଭ ହୋଇଛି ।

error: Thank You Keep Visiting