ଶାକାହାରୀ ଶ୍ରେଷ୍ଠ ଆହାର

Straight to the Point

ଶାକାହାରୀ ଭୋଜନ କରୁଥିବା ବ୍ୟକ୍ତି ଭାରତରେ ଅନେକ ଅଛନ୍ତି । କିଏ ନିଜ ଧର୍ମକୁ ସମ୍ମାନ ଜଣାଇ ଶାକାହାରୀ ହୋଇଥାନ୍ତି ତ ଆଉ କିଏ ଆମିଷ ପ୍ରତି ଥିବା ବିତୃଷ୍ଣା ଭାବ ଯୋଗୁଁ ଶାକାହାରୀ ସାଜିଥାନ୍ତି । ବର୍ତ୍ତମାନ କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ଲୋକେ ଶାକାହାରକୁ ପସନ୍ଦ କରିଥାନ୍ତି । ଏକଦା ହିଟଲର୍ ନିରାମିଷ ଖାଦ୍ୟ ପ୍ରତି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସେ ପଶୁ କ୍ରୂରତା ବିପକ୍ଷରେ ଆଇନ୍ ତିଆରି କରିଥିଲେ । ବିଶ୍ୱର ୭୦% ଶାକାହାରୀ କେବଳ ଭାରତରେ ଅଛନ୍ତି । ଇଂଲଣ୍ଡରେ ୧୮୪୭ରେ ପ୍ରଥମ ଭେଜିଟେରିାନ୍ ସୋସାଇଟିର ଗଂନ କରାଯାଇଥିଲା । ବିଶ୍ୱରେଏମିତି କିଛି ଶାକାହାରୀ ଅଛନ୍ତି ଯେଉଁମାନେ ଚିନି, ପାଉଁରୁଟି ମଧ୍ୟ ଖାଆନ୍ତି ନାହିଁ । କାରଣ ଏଗୁଡ଼ିକ ଧଳା କରିବା ପାଇଁ ପଶୁ ହାଡ଼ ମିଶାଯାଇଥାଏ । ବିଶ୍ୱର ଅନେକ ଧର୍ମ ଶାକାହାରକୁ ଗୁରୁତ୍ୱ ଦେଇଥିବାର ଦେଖାଯାଇଛି । ବିଶ୍ୱର ଅଧିକ ବୁଦ୍ଧିଜୀବୀମାନେ ଶାକାହାରୀ ବୋଲି ଦେଖିବାକୁ ମିଳିଥାଏ । ଅନେକ ବେଦ ଏବଂ ପୁସ୍ତକରେ ଆମିଷ ପ୍ରତିବଦଳରେ ନିରାମିଶ ଖାଦ୍ୟକୁ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରାଯାଇଛି ।

error: Thank You Keep Visiting