ଇଣ୍ଟରଭ୍ୟୁ ସମୟରେ ପରଖିପାରିବେ କମ୍ପାନୀ

Straight to the Point

ଆପଣଙ୍କ ଚାକିରିଟି ନୂଆ । କିନ୍ତୁ କମ୍ପାନୀର ନୀତିନିୟମ କାରଣରୁ ଯଦି ଚାକିରିଟିକୁ ଶୀଘ୍ର ଛାଡ଼ିବାର ପରିିସ୍ଥିତି ଉପୁଯେ, ଏହା ଆପଣଙ୍କ ସହ କମ୍ପାନୀ ନିମନ୍ତେ ମଧ୍ୟ ଉତ୍ସାହଜନକ ହେବନାହିଁ । ଏହି ସ୍ଥିତିରୁ ବଞ୍ଚିବା ପାଇଁ ସବୁଠାରୁ ଉତ୍କୃଷ୍ଟ ବିଷୟ ହେଉଛି ଇଣ୍ଟରଭ୍ୟୁ ସମୟରେ ସମସ୍ତ ବିଷୟକୁ ନେଇ ସ୍ପଷ୍ଟ ହୋଇଯାଆନ୍ତୁ । ସମ୍ମୁଖରେ ଇଣ୍ଟର୍ଭ୍ୟୁ ନେଉଥିବା ବ୍ୟକ୍ତିକୁ ପରଖି ନିଅନ୍ତୁ । ଏଥିରୁ ଆପଣଙ୍କୁ କମ୍ପାନୀ ସମ୍ପର୍କରେ ଅନେକ ବିଷୟ ଦୃଷ୍ଟିଗୋଚର ହେବ । ନିଯୁକ୍ତିଦାତାଙ୍କ ହାବଭାବକୁ ଦେଖି ହିଁ ଆପଣ ଉଚିତ ନିର୍ଣ୍ଣୟ ନେଇପାରିବେ ଯେ ଏହି ଚାକିରିଟି ଆପଣଙ୍କ ପାଇଁ ଉପଯୁକ୍ତ ଅବା ଅନୁପଯୁକ୍ତ । ନିମ୍ନଲିଖିତ କେତେକ ବିଷୟ କମ୍ପାନୀକୁ ପରଖିବାରେ ଆପଣଙ୍କୁ ନିଶ୍ଚିତ ସହାୟକ ହେବ ।

କମ୍ପାନୀ ଇଣ୍ଟର୍ଭ୍ୟୁ ତାରିଖକୁ ବାରମ୍ବାର ଟାଳୁଥିଲେ: କମ୍ପାନୀଗୁଡ଼ିକ ସାଧାରଣତଃ ନିଯୁକ୍ତି ଦେବା ସମୟରେ ନିଜ ବ୍ୟବହାରରେ ପ୍ରାର୍ଥୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାଆନ୍ତି ।ରିସେପ୍ସନ୍ରୁ ଆରମ୍ଭ କରି ଇଣ୍ଟର୍ଭ୍ୟୁ ରୁମ୍ ପର୍ଯ୍ୟନ୍ତ ଆପଣଙ୍କ ସହିତ ଖୁବ୍ ଭଲ ବ୍ୟବହାର ଦେଖାଇଥାନ୍ତି ସେମାନେ । ଏତିକିରେ ସରିବ ନାହିଁ ।ଆପଣଙ୍କୁ ନିଜେ ହିଁ କମ୍ପାନୀକୁ ଚିହ୍ନିବାକୁ ପଡ଼ିବ । ବେଳେବେଳେ କମ୍ପାନୀ ଇଣ୍ଟରଭ୍ୟୁ ନେବା ସମୟରେ ପ୍ରାର୍ଥୀଙ୍କ ଦକ୍ଷତାକୁ ଦେଖି ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଥାନ୍ତି । ଏଭଳି ଯାଞ୍ଚପରଖ ଆପଣ ବି କରିପାରିବେ । ଉଦାହରଣ, ଯଦି ଆପଣଙ୍କ ଇଣ୍ଟରଭ୍ୟୁର ତାରିଖ ବାରମ୍ବାର ବଦଳାଇ ଦିଆଯାଉଥାଏ କିମ୍ବା ଏଥିରେ ବିଳମ୍ବ କରାଯାଉଥାଏ ତେବେ ଜାଣିରଖନ୍ତୁ କମ୍ପାନୀ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନାହିଁ । ସେଠାରେ ପ୍ଲାନିଙ୍ଗର ଅଭାବ ଥାଇପାରେ । ସେଠାରେ ହୁଏତ ଆପଣଙ୍କୁ ମିସ୍- ମ୍ୟାନେଜ୍ମେଣ୍ଟର ସାମନା କରିବାକୁ ପଡ଼ିପାରେ ।

  ନିଜର ପ୍ରଶଂସା କରୁଥିଲେ: ଇଣ୍ଟରଭ୍ୟୁ ସମୟରେ ଆପଣକୁ ନିଜର ସମସ୍ତ ଭଲ ଗୁଣ ସମ୍ପର୍କରେ କହିବାକୁ ପଡ଼େ, ଯାହାର ଉଦ୍ଦେଶ୍ୟ ହେଉଛି ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ନିଜକୁ ଦକ୍ଷ ସାବ୍ୟସ୍ତ କରିବା । ଯଦି ଇଣ୍ଟର୍ଭ୍ୟୁ ନେଉଥିବା ବ୍ୟକ୍ତି ଜଣକ ନିଜର ପ୍ରଶଂସା କରେ ତେବେ ଜାଣିରଖନ୍ତୁ କିଛି ନା କିଛି ଗଡ଼ବଡ଼ ଅଛି । ଏଥିରୁ ଏହା ଜଣାପଡ଼େ ଯେ ବ୍ୟକ୍ତିଟି ଅଫିସ୍ କାର୍ଯ୍ୟ ତୁଳନାରେ ନିଜ କାମକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି । ଯଦି ସେ ଆପଣଙ୍କ ବସ୍ ହୁଏ ତେବେ ଉକ୍ତ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରିବା ଆପଣଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ହେବ ।

ଅଭିଯୋଗ ଆଣୁଥିଲେ: ଯଦି ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଅଫିସ୍ର ସମସ୍ୟା ଏବଂ ନିଜ ସହକର୍ମୀଙ୍କର ଅଭିଯୋଗ ଶୁଣାଏ, ତେବେ ଜାଣିରଖନ୍ତୁ ହୁଏତ ଉକ୍ତ ବ୍ୟକ୍ତି ବିରକ୍ତିର ଶିକାର ହୋଇଥାଇପାରେ । ଅଫିସ୍ରେ କିଛି ସମସ୍ୟା ଥିବା ଏଥିରୁ ଜାଣିପାରିବେ । ଆଜି ସେ ପୁରୁଣା କର୍ମଚାରୀଙ୍କ ଅଭିଯୋଗ କରୁଛି । ହୁଏତ ପରବର୍ତ୍ତୀକାଳରେ ଆପଣଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିବାକୁ ପଛାଇବା ନାହିଁ ।

କମ୍ପାନୀ ବିଷୟରେ ଅଧିକ କହୁଥିଲେ: ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତିଜଣକ ଯଦି କମ୍ପାନୀ ବିଷୟରେ ଆବଶ୍ୟକଠାରୁ ଅଧିକ ପ୍ରଶଂସା କରେ ତେବେ ଜାଣନ୍ତୁ କମ୍ପାନୀ ବିଷୟରେ କିଛି ଆପଣଙ୍କୁ ଲୁଚାଇ ଦିଆଯାଉଛି । ଯଦି ଆପଣଙ୍କୁ ନିଯୁକ୍ତିଦାତା କମ୍ପାନୀକୁ ନେଇ ଆପଣଙ୍କ ପ୍ରତ୍ୟାଶା ବିଷୟରେ କିଛି ନ ପଚାରନ୍ତି ତେବେ ଉକ୍ତ ସ୍ଥାନକୁ ଯିବା ପୂର୍ବରୁ ଥରୁଟେ ଭାବି ନିଅନ୍ତୁ ।

error: Thank You Keep Visiting